ପିଲାଙ୍କ ଟିକାକରଣ ପ୍ରଭାବିତ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

 

କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ପୋଲିଓ, ମିଳିମିଳା ଓ ଅନ୍ୟ କେତେକ ରୋଗର ନିରାକରଣ ପାଇଁ ପିଲାମାନଙ୍କୁ ଟିକା ଦିଆଯାଇଥାଏ। କିନ୍ତୁ ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଯୋଗୁ ପିଲାମାନେ ଏଭଳି ରୋଗର ଶିକାର ହେବାର ସମ୍ଭାବନା ରହିଛି। ଚଳିତ ସପ୍ତାହକୁ ବିଶ୍ୱ ଟିକାକରଣ ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ପିଲାମାନେ କରୋନା ଦ୍ୱାରା ପ୍ରଭାବିତ ହେବା ଘଟଣା ଉଦ୍‌ବେଗ ସୃଷ୍ଟି କରିଛି। ବିଶ୍ୱର ବିଭିନ୍ନ ଦେଶରେ ଯେଉଁ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି ତାହାଦ୍ୱାରା କୋଡିଏ ପ୍ରକାର ରୋଗକୁ ଅଟକାଇ ଦେବ। କିନ୍ତୁ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ରୋକିବା ପାଇଁ ଟିକା ପ୍ରସ୍ତୁତ କରିବାରେ ସମସ୍ତ ଦେଶ ଗୁରୁତ୍ୱ ଦେଉଥିବାରୁ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ଔଷଧ ପ୍ରସ୍ତୁତି ପ୍ରଭାବିତ ହେଉଛି। ସେହିଭଳି ଯାତାୟାତ ବ୍ୟବସ୍ଥା ଉପରେ କଟକଣା ଯୋଗୁ ସମସ୍ତେ ଏପରି ଯୋଜନାରୁ ଉପକୃତ ବି ହୋଇପାରୁନାହାନ୍ତି। ସମଗ୍ର ବିଶ୍ୱରେ ପ୍ରତିବର୍ଷ ୧୧୬ନିୟୁତ ପିଲାଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି, ଯାହା କି ପ୍ରତିବର୍ଷ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟାର ୮୬%। ତେବେ କରୋନା ସଂକ୍ରମଣ ଯୋଗୁ ପୂର୍ବ ଟିକାରୁ ବଞ୍ଚତ୍ତ ହୋଇଥିବା ୧୩ନିୟୁତ ପିଲା ଏହି ସଂକ୍ରମଣକୁ ସାମ୍ନା କରିବାର ସମ୍ଭାବନା ରହିଛି। କେବଳ ଆଫ୍ରିକାରେ ପ୍ରତିବର୍ଷ ୧୨ ନିୟୁତ ପିଲାଙ୍କୁ ପୋଲିଓ ଦାଉରୁ ରକ୍ଷା ପାଇଁ ଟିକା ଦିଆଯାଇଥାଏ। କରୋନା ଯୋଗୁ କେତେକ ଦେଶରେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ସେହିପରି ବହୁ ଅଭିଭାବକ ପିଲାମାନଙ୍କୁ ଟିକା ଦେବାକୁ ଡାକ୍ତରଖାନାକୁ ନେଇ କି ଗଲାବେଳେ କରୋନା ସଂକ୍ରମଣର ଭୟ ରଖି ତାଙ୍କୁ ଟିକା ଦେଉନାହାନ୍ତି। ତେଣୁ କରୋନା ସଂକ୍ରମଣ ପରେ ପୋଲିଓ, ମିଳିମିଳା ଓ ଅନ୍ୟ ରୋଗ ବ୍ୟାପକ ବ୍ୟାପିବାର ସମ୍ଭାବନା ରହିଛି। ୪୧ ଆଫ୍ରିକୀୟ ଦେଶରେ କରୋନା ସଂକ୍ରମଣ ଯୋଗୁ ମ୍ୟାଲେରିଆ ନିରାକରଣ ପାଇଁ କରାଯାଉଥିବା କାର୍ଯ୍ୟକ୍ରମକୁ ରୋକି ଦିଆଯାଇଛି। ସେ ମହାଦେଶରେ ଅଧିକ ସଂଖ୍ୟାରେ ପିଲା ମ୍ୟାଲେରିଆରେ ମୃତ୍ୟୁବରଣ କରିଥାନ୍ତି। ସମଗ୍ର ବିଶ୍ୱର ଅଧିକାଂଶ ଓ ପ୍ରମୁଖ ଦେଶରେ କେବଳ କରୋନା ଟିକା ପାଇଁ ସରକାର ସମସ୍ତ କଳ ଓ ବଳ ଲଗାଇ ଦେଇଥିବାରୁ ପିଲାଙ୍କ ଟିକାକରଣ ପ୍ରସ୍ତୁତି ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଆଜିକାଲି ଶିଶୁମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବହୁ ଅସାଧ୍ୟ ରୋଗର ପ୍ରତିଷେଧକ ଟିକା ବାହାରିଲାଣି ଓ ଅନେକ ନୂଆ ନୂଆ ଟିକା ଉଦ୍ଭାବନ ପାଇଁ ମଧ୍ୟ ନିରନ୍ତର ଗବେଷଣା ଚାଲୁ ରହିଛି। ତେବେ ଯେଉଁ ପ୍ରତିଷେଧକ ବ୍ୟବସ୍ଥା ରୋଗ ମୂଳୋପତ୍ାଟନରେ ସାହାଯ୍ୟ କରେ ସେଗୁଡ଼ିକ ହେଲା – ପୋଲିଓବୁନ୍ଦା, ବିସିଜି, ଡିପିଟି, ମିଳିମିଳା – ମମ୍ପସ୍‌ରୁ ବେଲା, ହେପାଟାଇଟିସ-ବି, ରାବିସ ଭାକ୍‌ସିନ (କୁକୁର କାମୁଡ଼ା ଟିକା), ଟିଟାନସ୍‌ ଟକ୍ସଏଡ଼, ଡିପ୍‌ଥେରିଆ- ଟିଟାନସ୍‌ ଟିକା (ଡି.ଟି), ରୁବେଲା ହୋଇଥିବା ଟିକାଗୁଡ଼ିକ ହେଲା – ଏହା ଏକ ଜୀବାଣୁଜନିତ ରୋଗ ଯଥା କାନପାଚିବା, ନିମୋନିଆ, ମସ୍ତିଷ୍କ ମେନିନ୍‌ଜାଇଟସ୍‌; ଯାହା ଏହି ଜୀବାଣୁ ଦ୍ୱାରା ସାଧାରଣତଃ ହୋଇଥାଏ ତାକୁ ପ୍ରତିରୋଧ କରିଥାଏ। ଏହାର ତିନିମାତ୍ରା ଇଞ୍ଜେକ୍ସନ ୧ ମାସ ବା ୨ମାସ ବ୍ୟବଧାନରେ ଅଲଗା ବା ଅନ୍ୟ ଟିକା ସାଙ୍ଗରେ ଯଥା ଡିପିଟି ଯୁକ୍ତ ହେପାଟାଇଟିସ-ସି ସାଙ୍ଗରେ ମିଶାଇ ନେଇ ହେବ। (ଫାସଭ-ଇନ୍‌-ଇନ=ୱାନ) ଏହି ଟିକା ଦେଢ଼ ମାସ ବୟସରୁ ଆରମ୍ଭ ହେଲା। ଏହା ଏକ ଭୂତାଣୁଜନିତ ଯକୃତର ଜଣ୍ଡିସ ସୃଷ୍ଟିକାରୀ ରୋଗ, ବର୍ଷାଦିନେ ବହୁଳ ଭାବରେ ଦୂଷିତ ପାଣି ଦ୍ୱାରା ବ୍ୟାପେ। ଏହା ଜଣକୁ ହେଲେ ସହଜରେ ସଂକ୍ରାମକ ରୂପ ଧାରଣ କରେ। ରୋଗୀ ଶରୀର ଆଖି, ପରିସ୍ରା ହଳଦିଆ ଦିଶିବା ସହ ବାନ୍ତି ଓ କାଶ ପେଟବ୍ୟଥା ଏବଂ ଭୋକ ମରିଯାଏ । ଦେଢ଼ମାସ ଶଯ୍ୟାଶାୟୀ ରହିବାକୁ ପଡ଼େ। ଏହାର ଟିକା ୧ବର୍ଷ ବୟସ ପରେ ନେଇ ହୁଏ। ୨ମାତ୍ରା ଇଞ୍ଜେକ୍ସନ ୬ମାସରୁ ୧ ବର୍ଷ ବ୍ୟବଧାନରେ ଦିଆହୁଏ।
ଏହା ଶୀତ ଋତୁରେ ଅଧିକ ହୁଏ। ବଡ଼ ବଡ଼ ଶିଶିର ଟୋପା ଭଳି ଫୋଟକା ବାହାରି ଅତ୍ୟଧିକ ଜ୍ୱର ହୁଏ – ବୟସ୍କ ଲୋକମାନଙ୍କୁ ଏହା ଅଧିକ ତୀବ୍ରତର ହୋଇଥାଏ, ପାଟିରେ ଘା ହୋଇ, ଭୋକ ମରିଯାଏ, ଶରୀର ପୀଡ଼ା ହୁଏ, କାଶ ହୁଏ, ଅଳ୍ପ କେତେକ କ୍ଷେତ୍ରରେ ଘା’ଗୁଡ଼ିକ ପାଚିଯାଏ ଓ ମସ୍ତିଷ୍କକୁ ସଂକ୍ରମଣ କରିବାର ଆଶଙ୍କା ଥାଏ। ପିଲାମାନଙ୍କର ପରୀକ୍ଷା ସମୟରେ ଏହା ହେଉଥିବାରୁ ସେମାନେ ପରୀକ୍ଷାରୁ ବି ବଞ୍ଚତ୍ତ ହୁଅନ୍ତି। ଏକମାସ ପର୍ଯ୍ୟନ୍ତ ସ୍କୁଲରୁ ଅନୁପସ୍ଥିତି ରହିବାକୁ ପଡ଼ିଥାଏ। ଏହାର ଟିକା ୧ବର୍ଷ ବା ୨ ବର୍ଷ ବୟସ ପରେ ଦେଇହେବ।
ଏହି ଟିକା ଯଦିଓ ପୁରୁଣା ସେଗୁଡ଼ିକ ଅଧିକ ଜ୍ୱର କରୁଥିବାର ଏବେ ନୂତନ ଶୈଳୀରେ କମ୍‌ ସାଇଡ୍‌ ଇଫେକ୍ଟ ଥିବା ଟିକା ବାହାରିଛି, ଏହାକୁ ନେଲେ ତିନିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପ୍ରୋଟେକ୍ସନ ମିଳିଥାଏ। ଆମ ରାଜ୍ୟରେ ଟାଇଫଏଡ୍‌ ଅଧିକ ଦିନ ଜ୍ୱର, ଝାଡ଼ା, କାଶର ମୁଖ୍ୟ କାରଣ। ବାହାରେ ଖାଇବା ଦ୍ୱାରା ଏହା ହୋଇଥାଏ। ଏହାର ଟିକା ଦୁଇବର୍ଷ ପରେ ଇଞ୍ଜେକ୍ସନର ଗୋଟିଏ ମାତ୍ରା ଦିଆଯାଏ -୬ବର୍ଷରୁ ଅଧିକ ପିଲା ପାଟିବାଟେ କ୍ୟାପସୁଲ ଆକାରରେ ଟିକା ଖାଇପାରିବେ। ଏହା ପ୍ରତିବର୍ଷ ନେବାକୁ ପଡ଼େ। କେତେକ ଗୋଷ୍ଠୀର ରୋଗୀ ଯଥା ଏଡ୍‌ସ, ସିକିଲ୍‌ସେଲ, ଥାଲାସେମିଆ, କ୍ୟାନ୍‌ସର ରୋଗୀଙ୍କୁ ଟିକା ଦିଆଯାଇଥାଏ। ଅନ୍ୟ ପିଲା ମଧ୍ୟ ଏହି ଟିକା ନେଇପାରିବେ। ଏହା ପ୍ଲୀହା କାଢ଼ି ଦିଆ ଯାଇଥିବା (ସିକିଲସେଲ ରୋଗୀ) ଶିଶୁମାନଙ୍କୁ, ଏଡ୍‌ସ ରୋଗୀ, ଥାଲାସେମିଆ ରୋଗୀ ଏମାନଙ୍କୁ ଦିଆଯାଇଥାଏ। ଏହାଛଡ଼ା ମେନିଙ୍ଗୋକୋକାଲ ମେନିନ୍‌ଜାଇଟିସ୍‌ ଓ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକା ମଧ୍ୟ ବାହାରିଛି। ଏଗୁଡ଼ିକ ଏପିଡେମିକ ସମୟରେ ଯଥା – ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଖରାଦିନେ ଏବଂ ଆମ ଓଡ଼ିଶାରେ କଳାହାଣ୍ଡିରେ ମେନିଙ୍ଗୋକୋକାଲ ମେନିନଜାଇଟିସ୍‌ର ଏପିଡେମିକ ହୁଏ। ତେଣୁ ଏହି ରୋଗ ଦେଖାଦେଲା ମାତ୍ରେ ଉପରୋକ୍ତ ଟିକା ସମସ୍ତେ ନେବା ଆବଶ୍ୟକ।
ଜାପାନିଜ୍‌ ଏନ୍‌ସେଫାଲାଇଟିସ ଏକ ମାରାତ୍ମକ ରୋଗ- ଏହା ଅଧିକ ଦକ୍ଷିଣ ଭାରତରେ ଦେଖାଯାଏ – ଘୁଷୁରି ଓ ଘୁଷୁରି ଚରାଇବା ଲୋକଙ୍କଠାରେ ଏହାର ଟିକା ଏପିଡେମିକ ସମୟରୁ ଦିଆଯାଏ।
ମ୍ୟାଲେରିଆ, ଲେପ୍ରୋସି, ଏଡ୍‌ସ ଓ ବିଭିନ୍ନ ପ୍ରକାର କ୍ୟାନ୍‌ସର ଇତ୍ୟାଦି ଟିକା ପାଇଁ ଗବେଷଣା ଚାଲୁ ରହିଛି। କରୋନାର ପ୍ରକୋପ ସମଗ୍ର ବିଶ୍ୱକୁ କବଳିତ କରୁଥିବାବେଳେ ଛୋଟ ପିଲାମାନେ ଏଥିରୁ ନିସ୍ତାର ପାଉନାହାନ୍ତି। ତେଣୁ କରୋନା ଟିକା ପରି ପିଲାମାନଙ୍କର ଅନ୍ୟାନ୍ୟ ଟିକା ମଧ୍ୟ ପ୍ରସ୍ତୁତି କରିବା ଜରୁରୀ ନଚେତ୍‌ ଆଗାମୀ ସମୟରେ ଏହା ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ପାଲଟିବ।
ସହଯୋଗୀ ପ୍ରଫେସର, ଶିଶୁ ବିଭାଗ, ଶିଶୁଭବନ,କଟକ,
ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?