Posted inଜାତୀୟ

କୃଷକ ଆନ୍ଦୋଳନ ନେଇ ବିଦେଶରୁ ଟିପ୍ପଣୀ ସହ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକୁ ସମର୍ଥନ କରି ଆମେରିକା ପପ୍‌ ଷ୍ଟାର ରିହାନା, ପରିବେଶକର୍ମୀ ଗ୍ରେଟା ଥନବର୍ଗ, ପରିବେଶ କର୍ମୀ ଲିସିପ୍ରିୟା କଙ୍ଗୁଜମ୍‌, ପରିବେଶକର୍ମୀ ଜେମି ମାର୍ଗେଲିନ୍‌ ଏବଂ କାନାଡ଼ାର ୟୁଟ୍ୟୁବର ତଥା ଅଭିନେତ୍ରୀ ଲିଲିଙ୍କ ସମେତ ଅନ୍ୟମାନେ ନିଜ ନିଜ ଟୁଇଟର ହ୍ୟାଣ୍ଡେଲରେ ଭିନ୍ନ ଭିନ୍ନ ମତ ପୋଷଣ କରିଛନ୍ତି। ଏହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବିବୃତ୍ତି ଜାରି କରାଯାଇଛି। କୃଷକ ଆନ୍ଦୋଳନ ନେଇ ବିଦେଶରୁ ଟିପ୍ପଣୀ ସହ୍ୟ କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ହୋଇଛି। ଆନ୍ଦୋଳନକୁ ସମର୍ଥନ କରି କୌଣସି ଆଜେଣ୍ଡା ଜାରି କରାଇବା ଗ୍ରହଣୀୟ ନୁହେଁ। ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଏବଂ ପରିସ୍ଥିତିର ଯାଞ୍ଚ୍‌ କରାଇବା ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଟୁଇଟ୍‌ ଅବା ହାଶ୍‌ଟ୍ୟାଗ୍‌ କରିବା ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ନୁହେଁ ବୋଲି ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ସହ ମେଣ୍ଟ ଚାହାନ୍ତି ମମତା

ଲକ୍ଷ୍ନୌ, ୧୩।୯(ଆଇଏଏନ୍‌ଏସ୍‌): ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଲକ୍ଷ୍ୟ ରଖିଛି।...

ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି...

ତେଜ ପ୍ରତାପଙ୍କ ଭିନ୍ନ ଲୁକ୍‌

ପାଟନା,୫।୧: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟରେ ଥାଆନ୍ତି...

ଅଟୋରେ ବୁଲାଇ ନେବାକୁ କହି ସ୍ତ୍ରୀ, ଝିଅଙ୍କୁ ଜାଳି ଦେଲେ

ଥିରୁଭାନନ୍ତପୁରମ,୫।୫: କେରଳ ମାଲାପ୍ପୁରମର କୋଣ୍ଡିପାରାମ୍ବା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ମହମ୍ମଦ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ପୂର୍ବତନ ବାଚସ୍ପତିଙ୍କୁ ମୃତ୍ୟୁ ଘୋଷଣା କଲେ ଶଶି ଥରୁର, ବିରୋଧ ପରେ ହଟାଇଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୪: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଗୁରୁବାର ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେହାନ୍ତ ସମ୍ପର୍କରେ ଏକ...

ମାଲ୍ୟା-ନୀରବ-ଚୋକ୍‌ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...

ବିବାଦୀୟ ରାୟ, ୨୮ ଦିନର ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମା’ଙ୍କର ଜାମିନ୍‌ ଆବେଦନ ନାମଞ୍ଜୁର…

ଗୁରୁଗ୍ରାମ୍‌, ୨୨।୧ : ସ୍ତନ୍ୟପାନ ଶିଶୁର ଅଧିକାର। ତେବେ ଜଣେ ୨୮ ଦିନର ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ଗୁରୁଗ୍ରାମ୍‌ କୋର୍ଟ ମା’ଙ୍କର ଜାମିନ୍‌ ଆବେଦନ...

Advertisement
Archives

Model This Week