ରାଜ୍ୟ

ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୬ ଜଣ ଚିହ୍ନଟ…

ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ସକାଳୁ ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସେ ୟୁନିଟ୍‌ ୧, ୟୁନିଟ୍‌ ୬, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌ ୯ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।…

ହିମାଂଶୁଙ୍କ କିଡ୍‌ନୀ ଠକେଇ ର଼୍ୟାକେଟ: ସହଯୋଗ କରୁଥିଲେ ଦୁଇ ବନ୍ଧୁ, ବାଜ୍ୟାପ୍ତ ହେବ ସମ୍ପତ୍ତି

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କିଡ୍‌ନୀ ନାଁରେ ବହୁ କୋଟି ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ପ୍ରଥମ ଦିନରେ ନୟାପଲ୍ଲୀ ପୋଲିସ ତାଙ୍କୁ ଘଣ୍ଟା ଘଣ୍ଟା ଧରି ମାରାଥନ ଜେରା କରିଥିଲା।…

ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ ପାର୍ବଣ ଟ୍ରେନ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ): ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସେବା ଯୋଗାଉଥିବା ୨୧ ଯୋଡ଼ା ପାର୍ବଣ ସ୍ପେଶାଲ ଟ୍ରେନଗୁଡ଼ିକର ଚଳାଚଳ ଅବଧି ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଏବଂ ଆନନ୍ଦ ବିହାରରୁ ପ୍ରତି ମଙ୍ଗଳବାର…

୭ ଜିଲାରେ ଘନକୁହୁଡ଼ି: ୧୫ ଡିଗ୍ରୀ ତଳେ ୧୪ ସହର

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ ସାମାନ୍ୟ ଶୀତ ବଢିଛି। ୧୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡା ୭.୬,…

ଯୋଜନା ଅଛି, ସୁହାଉନାହିଁ

ଜଗତ୍‌ସିଂହପୁର ଅଫିସ,୧୭ା୧: କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ସାଙ୍ଗକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ଏମ୍‌କେୟୁୱାଇ) ୧୯୯୬ରେ କାର୍ଯ୍ୟକାରୀ କରିଛନ୍ତି। ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା…

ତଥ୍ୟ ଦେଉନାହାନ୍ତି କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ମହାନଦୀ ଜଳ ବିବାଦ ମାମଲା ଘୁଞ୍ଚି ଘୁଞ୍ଚି ଯାଉଛି। କେନ୍ଦ୍ରୀୟ ସଂସ୍ଥା ଉଭୟ ଓଡ଼ିଶା କିମ୍ବା ଛତିଶଗଡ଼କୁ ତଥ୍ୟ ଦେଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିବାଦକୁ ନେଇ କେନ୍ଦ୍ରୀୟ ସଂସ୍ଥା ଅକ୍ଷମତା ପ୍ରକାଶ କରୁଛନ୍ତି। ମହାନଦୀ ବିବାଦର ସମାଧାନ…

ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ ଅଇଁଠାପାଲି ଥାନା ନୂଆଁପଡା ନିକଟ ଏକ ଗୋଦାମରେ ଚଢ଼ାଉ କରାଯାଇ ୨୪୪ ବସ୍ତା ନକଲି…

ବିଷ ପିଇଲେ ପ୍ରେମୀଯୁଗଳ

ଲଖନପୁର,୧୬ା୧(ଡି.ଏନ୍‌.ଏ.): ପାରିବାରିକ ସ୍ବୀକୃତି ନ ମିଳିବାରୁ ଶେଷରେ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ବିଷପାନ କରିଥିଲେ ପ୍ରେମୀଯୁଗଳ। ହେଲେ ଏଥିରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ ବାବଦ…

ଜମିବାଡି ବିବାଦରୁ ପୁତୁରାଙ୍କୁ ହତ୍ୟା

ସିନାପାଲି,୧୬।୧: ନୂଆପଡା ଜିଲା ସିନାପାଲି ଥାନା ଗମ୍ଭାରୀଗୁଡ଼ା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନନ୍ଦ ଖର୍ସେଲ (୩୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତନାଘନା ଚଳାଇଛି।…

ପ୍ରଥମ ଦିନରେ ୭୯ ପ୍ରତିଶତ ନେଲେ ଟିକା

ଭୁବନେଶ୍ୱର,୧୬।୧: ରାଜ୍ୟରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଯାଇଛି। ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬୩୩୦ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୨୯୪୧ଜଣ ଅର୍ଥାତ ୭୯ ପ୍ରତିଶତ ଟିକା ନେଇଛନ୍ତି। ପୂର୍ବାହ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri