ବଳକା କୋଭାକ୍ସିନ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା ମହଜୁଦ ନ ଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ତେଣୁ ସମ୍ମୁଖ ଯୋଦ୍ଧା ଓ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଦିଆଯିବା ପରେ ବଳକା କୋଭାକ୍ସିନ ଟିକା ଏଥିପାଇଁ ବ୍ୟବହାର କରିବାକୁ କେନ୍ଦ୍ରର ଅନୁମତି ଲୋଡ଼ିଛି ରାଜ୍ୟ। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ସୂଚନାନୁସାରେ, ଭୁବନେଶ୍ୱରରେ ସମ୍ମୁଖ ଯୋଦ୍ଧା ଓ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ହିତାଧିକାରୀଙ୍କୁ ଦୁଇଥର ଟିକାକରଣ ପାଇଁ ୭,୯୨,୭୩୦ ଡୋଜ୍‌ କୋଭାକ୍ସିନ ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ର ରାଜ୍ୟକୁ ୯,୮୬,୭୮୦ ଡୋଜ୍‌ କୋଭାକ୍ସିନ ଯୋଗାଇଛି। କୋଟା ହିସାବରେ ଜୁନ୍‌ରେ ଆଉ ୧,୫୧,୫୮୦ ଡୋଜ୍‌ ଟିକା ଯୋଗାଇବ। ଏହାକୁ ମିଶାଇଲେ କେନ୍ଦ୍ର ମୋଟ ୧୧,୩୮,୩୬୦ ଡୋଜ୍‌ କୋଭାକ୍ସିନ ଟିକା ଦେବ। ଫଳରେ ଭୁବନେଶ୍ୱରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୩,୪୫,୬୩୦ ଡୋଜ୍‌ କୋଭାକ୍ସିନ ଟିକା ବଳକା ପଡ଼ିଯିବ। ଅନ୍ୟପଟେ ୧୮ରୁ ୪୪ବର୍ଷର ଟିକାକରଣ ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଏହି ବୟସର ହିତାଧିକାରୀ ହେଉଛନ୍ତି ୫.୧୭ ଲକ୍ଷ। ଏମାନଙ୍କ ପାଇଁ ୧୦.୩୪ ଲକ୍ଷ ଡୋଜ୍‌ କୋଭାକ୍ସିନ ଆବଶ୍ୟକ। ୧,୩୭,୪୨୬ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ସାରିଲାଣି। ଚଳିତ ମାସ ଶେଷବେଳକୁ ରାଜ୍ୟ କୋଟାର ୧,୬୫,୯୪୦ ଡୋଜ୍‌ କୋଭାକ୍ସିନ ଟିକା ଶେଷ ହୋଇଯିବ। ଜୁନ୍‌ରେ ମିଳିବାକୁ ଥିବା ୧,୬୪,୩୭୦ ଟିକା ଦ୍ୱିତୀୟ ଡୋଜ୍‌ରେ ଶେଷ ହୋଇଯିବ। କେବଳ ପ୍ରଥମ ଡୋଜ୍‌ ପାଇଁ ୩.୫୨ଲକ୍ଷ ଡୋଜ୍‌ ଆବଶ୍ୟକ ପଡ଼ିବ। ତେଣୁ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ବଳକା ଟିକାକୁ ଦିଆଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଥିବାରୁ ପର୍ଯ୍ୟାପ୍ତ ଟିକା ପ୍ରଦାନ ଆବଶ୍ୟକ। ତେଣୁ ଟିକା ସମସ୍ୟାର ସମାଧାନ ପାଇଁ ବଳକା ୩.୪୫ଲକ୍ଷ ଡୋଜ୍‌ କୋଭାକ୍ସିନକୁ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କୁ ବ୍ୟବହାର ଲାଗି ଋଣ ଆକାରରେ ଦିଆଗଲେ ପରବର୍ତ୍ତୀ ସମୟରେ ରାଜ୍ୟ କୋଟାରୁ ଭରଣା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?