ନୂଆ ରୂପ ପାଇବ ରାଜ୍ୟ ସଂଗ୍ରହାଳୟ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଭର୍ଚୁଆଲ୍ ସଂଗ୍ରହାଳୟ ମଙ୍ଗଳବାର ଉଦ୍ଘାଟିତ ହୋଇଛି। ସଂଗ୍ରହାଳୟର ୬୩ତମ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତ୍ନତତ୍ତ୍ୱ ବିଭାଗ ଗ୍ୟାଲେରିରୁ ଏହି ଭର୍ଚୁଆଲ୍ ସଂଗ୍ରହାଳୟର ଶୁଭାରମ୍ଭ କରିଛନ୍ତି। ପ୍ରତ୍ନତତ୍ତ୍ୱ ଗ୍ୟାଲେରୀର ୩ଟି…
‘ଖୁସି’ ସଫ୍ଟଓ୍ବେର ଉନ୍ମୋଚିତ
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସାନିଟାରି ନାପ୍କିନ୍ ବଣ୍ଟନ ପାଇଁ ସରକାର ‘ଖୁସି’ ଯୋଜନା ଆରମ୍ଭ କରିଥିଲେ। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗିରୀଶ ମୁର୍ମୁ
ଭୁବନେଶ୍ୱର,୩୦।୧୨ (ବ୍ୟୁରୋ): କମ୍ପଟ୍ରୋଲର ଆଣ୍ଡ୍ ଅଡିଟର ଜେନେରାଲ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ୍ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍କାର ଥିଲା। ନବୀନ ମୁର୍ମୁଙ୍କୁ ସ୍ବାଗତ କରିବା ସହ ଉଭୟଙ୍କ ମଧ୍ୟରେ…
ସିବିଆଇ ଜାଲରେ ଜିଏସ୍ଟି, ସେଣ୍ଟ୍ରାଲ ଏକ୍ସସାଇଜ୍ର ୩ ଅଧିକାରୀ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଏକ ଘରୋଇ ଶିକ୍ଷାନୁଷ୍ଠାନର ଜିଏସ୍ଟି ମାମଲା ସମାଧାନ ନିମନ୍ତେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଏସ୍ଟି ଓ ସେଣ୍ଟ୍ରାଲ ଏକ୍ସସାଇଜ୍ର ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ଉକ୍ତ ଶିକ୍ଷାନୁଷ୍ଠାନର ଜଣେ କର୍ମଚାରୀ ସିବିଆଇ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏକ୍ସସାଇଜ୍…
ପରୀ ହତ୍ୟାକାଣ୍ଡର ତଦନ୍ତ ତ୍ୱରାନ୍ବିତ
ନୟାଗଡ ଅଫିସ,୩୦।୧୨: କିଛି ଦିନର ନୀରବତା ପରେ ଏସ୍ଆଇଟି ପୁଣି ତଦନ୍ତକୁ ତ୍ୱରାନ୍ବିତ କରିଛି। ଏସ୍ଆଇଟି ଯଦୁପୁର ଗଁାକୁ ନ ଯାଇ ନୟାଗଡରେ ଯଦୁପୁରର କିଛି ଲୋକଙ୍କୁ ଡକାଇ ଜେରା କରୁଛି। ଏଭଳି ସ୍ଥଳେ ଜେରା କରାଯାଉଥିବା ଲୋକମାନେ ଗଣମାଧ୍ୟମ ସମ୍ମୁଖରେ…
‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅନ୍ତୁ’
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ୁଛି। ପତ୍ତା ମିଳୁ ନ ଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜ ନିଜର ତଥ୍ୟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ…
୩୧ରୁ ବଢ଼ିବ ଶୀତ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ…
ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଶିଷ୍ଟ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଗତ କିଛି ଦିନ…
ତେଲନଦୀରୁ ବିରଳ ମାଛ ଉଦ୍ଧାର
ସୋନପୁର,୨୯।୧୨(ନି.ପ୍ର.): ସୋନପୁର ସହର ପାର୍ଶ୍ୱ ଦେଇ ପ୍ରବାହିତ ତେଲ ନଦୀରୁ ମଙ୍ଗଳବାର ଏକ ବିରଳ ମାଛ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ୩୦୦ ଗ୍ରାମ ହେବ । ଥନାପତିପଡ଼ାର ପ୍ରମୋଦ ନାଏକ ଓ ଧୀବର ପଡାର ସଞ୍ଜୟ ଅଧିକାରୀ…
ବିଡିସିସି ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୨୯।୧୨: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ (ବିଡିସିସି) ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ନନ୍ଦଙ୍କ ବଲାଙ୍ଗୀର ପ୍ୟାଲେସ…
ପେନ୍ସନ୍ ଟଙ୍କା ଆତ୍ମସାତ୍ ମାମଲା: କନିଷ୍ଠ କିରାଣି ପ୍ରମୋଦ ରଥ ଗିରଫ
ବଲାଙ୍ଗୀର ଅଫିସ,୨୯।୧୨: ପେନ୍ସନ୍ ଟଙ୍କା ହଡପ୍ ମାମଲାରେ ବଲାଙ୍ଗୀର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ(ବିଇଓ) ଅଫିସର ନିଲମ୍ବିତ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛ। ଭିଜିଲାନ୍ସ ଟିମ୍ ମଙ୍ଗଳବାର ହାତୀଶାଳପଡ଼ା ସ୍ଥିତ ସରକାରୀ କ୍ୱାର୍ଟରରୁ ତାଙ୍କୁ ଗିରଫ କରିଥିଲା।…
ରାଜ୍ୟରେ ସୁସ୍ଥ ହେଲେ ୩୮୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ…
Archives


