ମୃତ ଖବରଦାତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୩ଜଣ ମୃତ କର୍ମଜୀବୀ ଖବରଦାତାଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କରୋନାରେ ମୃତ୍ୟୁ ପାଇଁ ‘ମନ୍ଥନ’ ଖବରକାଗଜର ଯାଜପୁର ଜିଲା ପ୍ରତିନିଧି ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲାରେ କାର୍ଯ୍ୟରତ ‘ଓଡ଼ିଶା ଭାସ୍କର’ର ବରିଷ୍ଠ ଖବରଦାତା ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ୱର ଜିଲାରେ କାର୍ଯ୍ୟରତ ‘ଇ.ପି.ଏ. ୱିକ୍‌ଲି’ର ପ୍ରତିନିଧି ସ୍ବର୍ଗତ ସୋଲୋମାନ୍‌ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିଭଳି ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡ୍‌ରେ ମୃତ ୬ଜଣ ଖବରଦାତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏଥିସହ ଭୁବନେଶ୍ୱରଠାରେ କାର୍ଯ୍ୟରତ ‘ନିତିଦିନ’ର ପ୍ରତିନିଧି ସ୍ବର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ର ପ୍ରତିନିଧି ସ୍ବର୍ଗତ ପ୍ରଭାତ କୁମାର ଦାସଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି। ଏହାବାଦ ଭୁବନେଶ୍ୱରଠାରେ ଫ୍ରିଲାନ୍ସ ଜର୍ନାଲିଷ୍ଟ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ଦ୍ୱିତୀୟ ଲହରରେ ଜିଲାସ୍ତରରେ ବହୁ କର୍ମଜୀବୀ ଖବରଦାତା କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ଖବରଦାତାଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୬(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ...

କରୋନା ଛାଟ: ୨ ବର୍ଷ ଯାଏ ନୂଆ ପଦବୀ ନାହିଁ, ଅଫିସରଙ୍କୁ ଏସବୁ ମନା

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...

ଇନ୍‌ସ୍ୟୁରାନ୍ସ, ଫାଇନାନ୍ସ କିସ୍ତି ଫାଙ୍କିବାକୁ ଚଞ୍ଚକତା : ଦୁଇ ବୋଲେରୋ, ଗୋଟିଏ ନମ୍ବର

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଦୁଇଟି ବୋଲେରୋ, ହେଲେ ଲାଗିଥିଲା ଗୋଟିଏ ନମ୍ବର (ଓଡ଼ି୩୪ଇ୫୫୭୮)। ଗାଡ଼ିର ରଙ୍ଗ ଓ ସମ୍ମୁଖ ଭାଗରେ ସମାନ ଭାବେ ‘ସୁବର୍ଣ୍ଣମୁଖୀ’ ଲେଖାଥିଲା। କେହି...

ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା: ଫୋନ ବ୍ୟବହାର ଉପରେ ରୋକ, ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ପରୀକ୍ଷା ଅବ୍ୟବହିତ ପୂର୍ବରୁ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କରାଯାଇଥିବା ପ୍ରସ୍ତୁତି...

ବିପ୍ଲବ କୁମାର ଦେବ କରୋନା ପଜିଟିଭ୍‌

ଅଗରତାଲା,୭।୪: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ଏସମ୍ପର୍କରେ ବିପ୍ଲବ ନିଜ...

ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ନୂତନ ଉପ ମହାପ୍ରବନ୍ଧକ

ଭୁବନେଶ୍ୱର,୯।୯:ଦେଶର ପ୍ରମୁଖ ବୀମା କମ୍ପାନୀ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଭାବେ ସଦାନନ୍ଦ ମହାନ୍ତି ଯୋଗ ଦେଇଛନ୍ତି। ଏହା ପୂର୍ବରୁ...

ଦିଲ୍ଲୀରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ: ବିଳମ୍ବିତ ରାତି ଯାଏ ଖୋଲିବ ରେଷ୍ଟୁରାଣ୍ଟ-ଦୋକାନ

ନୂଆଦିଲ୍ଲୀ,୨୫।୨: କରୋନାର ତୃତୀୟ ଲହର ମଧ୍ୟରେ ସାରାଦେଶରେ ଏବେ ସଂକ୍ରମଣ ମାମଲା ପୂର୍ବାପେକ୍ଷା ବହୁତ କମିବାରେ ଲାଗିଛି। ଲଗାତର ନୂଆ କରୋନା ମାମଲା ଓ ଆକ୍ଟିଭ...

Advertisement
Archives

Model This Week