ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି

ଭଦ୍ରକ ଅଫିସ /ଭଣ୍ଡାରିପୋଖରୀ/ ଭୋଗରାଇ/ ଯାଜପୁର ଅଫିସ,୨୮ା୫ (ଡି.ଏନ.ଏ.): ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତରଓଡ଼ିଶାର ୪ ଜିଲା ସମେତ ଯାଜପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନ ହେଲା ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଶୁକ୍ରବାର ଜଳସ୍ତର କମିଛି। ଅପରପକ୍ଷରେ ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ୧୮ଟି ଗେଟ୍‌ ଖୋଲାଯାଇ ଥିବାରୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।
କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଗୁରୁବାର ଆନନ୍ଦପୁରଠାରେ ବିପଦ ସଙ୍କେତ ପାଖାପାଖି ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଭଦ୍ରକ ଜିଲା ଆଖୁଅପଦାଠାରେ ବିପଦ ସଙ୍କେତ ଟପିଥିଲା। ଫଳରେ ଭଣ୍ଡାରିପୋଖରୀ, ଧାମନଗର ସମେତ ଯାଜପୁର ଜିଲାର କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁକ୍ରବାର ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏଥିସହ ଧାମନଗର ବ୍ଲକର ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷରେ ବୈତରଣୀ ନଦୀବନ୍ଧର ତଳମୁଣ୍ଡରେ ଯାଜପୁର ଜିଲାର ୩ଟି ସ୍ଥାନ କଣ୍ଟପଡ଼ା, ପଲ୍ଲାସାହି ଓ ନିଉବାଙ୍କ କାମଦେବମହରାଠାରେ ଘାଇ ସୃଷ୍ଟି ହୋଇଛି। ଏହି ୩ ଘାଇ ଯୋଗୁ ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିବାବେଳେ ୭୬ ଗ୍ରାମର ୧୩,୭୦୫ ଲୋକ ଜଳବନ୍ଦୀ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ବର୍ଷା କମିଥିବାରୁ ବୈତରଣୀରେ ଜଳସ୍ତର ହାସ ପାଉଛି। କିନ୍ତୁ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଶୁକ୍ରବାର ରାତି ୭ଟା ସୁଦ୍ଧା ୧୭.୯୪ମିଟର ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।
ଉପରମୁଣ୍ଡର ବିଭିନ୍ନ ଜଳାଧାରରୁ ଉଦ୍‌ବୃତ୍ତ ବର୍ଷା ପାଣି ସୁବର୍ଣ୍ଣରେଖାରେ ଛଡ଼ାଯିବାରୁ ବାଲେଶ୍ୱର ଜିଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଗାଲୁଡିହି ଜଳାଧାରରୁ ସେକେଣ୍ଡକୁ ୩ଲକ୍ଷ କ୍ୟୁସେକ୍‌ ପାଣି ସୁବର୍ଣ୍ଣରେଖାରେ ନିଷ୍କାସନ ହେଉଥିବା ବେଳେ ଜାମୁଶୂଳା ଘାଟରେ ବନ୍ୟା ପାଣି ବିପଦ ସଙ୍କେତ ଉପରେ ବହୁଛି। ରାଜଘାଟଠାରେ ସୁବର୍ଣ୍ଣରେଖା ସତର୍କ ସୂଚନା ୯.୪୫ମି. ଥିବାବେଳେ ବିପଦ ସଙ୍କେତ ୧୦.୩୬ମି. ରହିଛି। ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୮.୭୦ ମି. ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ତେବେ ସୁବର୍ଣ୍ଣରେଖା ଉଛୁଳିଲେ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ପ୍ରଭାବିତ ହେବ ବୋଲି ସେଚ ବିଭାଗ ଆକଳନ କରୁଛି। ଭୋଗରାଇ ଓ ବାଲିଆପାଳ ତଳି ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଯାଉଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଅବବାହିକା ମୁଖ୍ୟଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତଙ୍କ ସୂଚନା ଅନୁସାରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଛି। ତେଣୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି। ଭୋଗରାଇ ବ୍ଲକ କୁମ୍ଭୀରୀଗଡ଼ି ଗ୍ରାମର ଚାଷୀ ପ୍ରଭାକର ଗିରି କୁହନ୍ତି, ବାତ୍ୟା ‘ୟାସ’ ପ୍ରଭାବରେ ଧାନଚାଷ ନଷ୍ଟ ହୋଇଯାଇଥିବା ବେଳେ ଏଯାଏ ଲୁଣି ପାଣି ଛାଡ଼ିନାହିଁ। ପୁଣି ବନ୍ୟା ଆସିବା ନେଇ ସୂଚନା ମିଳୁଥିବାରୁ ଆମେ ଭୟଭୀତ ଅବସ୍ଥାରେ ରହିଛୁ। ଯଦି ବନ୍ୟା ହୁଏ, ତାହାହେଲେ ଆମ ଜୀବନଜୀବିକା ଉପରେ ପ୍ରଭାବ ପଡ଼ିବ। ଅପରପକ୍ଷରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ଜଳପତ୍ତନ ହ୍ରାସ ପାଇ ବନ୍ୟା ଆଶଙ୍କା ଟଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri