ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି

ଭଦ୍ରକ ଅଫିସ /ଭଣ୍ଡାରିପୋଖରୀ/ ଭୋଗରାଇ/ ଯାଜପୁର ଅଫିସ,୨୮ା୫ (ଡି.ଏନ.ଏ.): ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତରଓଡ଼ିଶାର ୪ ଜିଲା ସମେତ ଯାଜପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇଦିନ ହେଲା ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଶୁକ୍ରବାର ଜଳସ୍ତର କମିଛି। ଅପରପକ୍ଷରେ ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ୧୮ଟି ଗେଟ୍‌ ଖୋଲାଯାଇ ଥିବାରୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।
କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଗୁରୁବାର ଆନନ୍ଦପୁରଠାରେ ବିପଦ ସଙ୍କେତ ପାଖାପାଖି ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଭଦ୍ରକ ଜିଲା ଆଖୁଅପଦାଠାରେ ବିପଦ ସଙ୍କେତ ଟପିଥିଲା। ଫଳରେ ଭଣ୍ଡାରିପୋଖରୀ, ଧାମନଗର ସମେତ ଯାଜପୁର ଜିଲାର କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁକ୍ରବାର ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଛି। ଏଥିସହ ଧାମନଗର ବ୍ଲକର ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷରେ ବୈତରଣୀ ନଦୀବନ୍ଧର ତଳମୁଣ୍ଡରେ ଯାଜପୁର ଜିଲାର ୩ଟି ସ୍ଥାନ କଣ୍ଟପଡ଼ା, ପଲ୍ଲାସାହି ଓ ନିଉବାଙ୍କ କାମଦେବମହରାଠାରେ ଘାଇ ସୃଷ୍ଟି ହୋଇଛି। ଏହି ୩ ଘାଇ ଯୋଗୁ ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିବାବେଳେ ୭୬ ଗ୍ରାମର ୧୩,୭୦୫ ଲୋକ ଜଳବନ୍ଦୀ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ବର୍ଷା କମିଥିବାରୁ ବୈତରଣୀରେ ଜଳସ୍ତର ହାସ ପାଉଛି। କିନ୍ତୁ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଶୁକ୍ରବାର ରାତି ୭ଟା ସୁଦ୍ଧା ୧୭.୯୪ମିଟର ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।
ଉପରମୁଣ୍ଡର ବିଭିନ୍ନ ଜଳାଧାରରୁ ଉଦ୍‌ବୃତ୍ତ ବର୍ଷା ପାଣି ସୁବର୍ଣ୍ଣରେଖାରେ ଛଡ଼ାଯିବାରୁ ବାଲେଶ୍ୱର ଜିଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଗାଲୁଡିହି ଜଳାଧାରରୁ ସେକେଣ୍ଡକୁ ୩ଲକ୍ଷ କ୍ୟୁସେକ୍‌ ପାଣି ସୁବର୍ଣ୍ଣରେଖାରେ ନିଷ୍କାସନ ହେଉଥିବା ବେଳେ ଜାମୁଶୂଳା ଘାଟରେ ବନ୍ୟା ପାଣି ବିପଦ ସଙ୍କେତ ଉପରେ ବହୁଛି। ରାଜଘାଟଠାରେ ସୁବର୍ଣ୍ଣରେଖା ସତର୍କ ସୂଚନା ୯.୪୫ମି. ଥିବାବେଳେ ବିପଦ ସଙ୍କେତ ୧୦.୩୬ମି. ରହିଛି। ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୮.୭୦ ମି. ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ତେବେ ସୁବର୍ଣ୍ଣରେଖା ଉଛୁଳିଲେ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ପ୍ରଭାବିତ ହେବ ବୋଲି ସେଚ ବିଭାଗ ଆକଳନ କରୁଛି। ଭୋଗରାଇ ଓ ବାଲିଆପାଳ ତଳି ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଯାଉଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଅବବାହିକା ମୁଖ୍ୟଯନ୍ତ୍ରୀ ପ୍ରଭାତ ରଞ୍ଜନ ରାଉତଙ୍କ ସୂଚନା ଅନୁସାରେ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଛି। ତେଣୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି। ଭୋଗରାଇ ବ୍ଲକ କୁମ୍ଭୀରୀଗଡ଼ି ଗ୍ରାମର ଚାଷୀ ପ୍ରଭାକର ଗିରି କୁହନ୍ତି, ବାତ୍ୟା ‘ୟାସ’ ପ୍ରଭାବରେ ଧାନଚାଷ ନଷ୍ଟ ହୋଇଯାଇଥିବା ବେଳେ ଏଯାଏ ଲୁଣି ପାଣି ଛାଡ଼ିନାହିଁ। ପୁଣି ବନ୍ୟା ଆସିବା ନେଇ ସୂଚନା ମିଳୁଥିବାରୁ ଆମେ ଭୟଭୀତ ଅବସ୍ଥାରେ ରହିଛୁ। ଯଦି ବନ୍ୟା ହୁଏ, ତାହାହେଲେ ଆମ ଜୀବନଜୀବିକା ଉପରେ ପ୍ରଭାବ ପଡ଼ିବ। ଅପରପକ୍ଷରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ଜଳପତ୍ତନ ହ୍ରାସ ପାଇ ବନ୍ୟା ଆଶଙ୍କା ଟଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?