ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଞ୍ଚିଲା

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ଡକାଯାଇଥିବା ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଶୁକ୍ରବାର ଟେଣ୍ଡର ଖୋଲିବା ପ୍ରକ୍ରିୟା ବନ୍ଦ କରାଯାଇଛି। ଫଳରେ ଆସନ୍ତା ଜୁନ୍‌ ୪କୁ ଏହା ଘୁଞ୍ଚାଇ ଦିଆଯାଇଛି। କୋଭିଡ୍‌ ମହାମାରୀରୁ ଲୋକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍‌ ବିଡ୍‌ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍ସିଆଲ୍‌ ବିଡ୍‌ ଖୋଲା ଯାଇଥାଆନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜୁନ୍‌ ୪ ତାରିଖ ପୂର୍ବାହ୍ନ ୧୦ଟା ଯାଏ ଅନ୍‌ଲାଇନ ବିଡ୍‌ ଦାଖଲ କରାଯାଇ ପାରିବ। ୧୧ଟା ୩୦ ମିନିଟ୍‌ରେ ଟେକ୍ନିକାଲ ବିଡ୍‌ ଖୋଲାଯିବ। ଅପରାହ୍ନ ୫ଟାରେ ଟେଣ୍ଡର ମୂଲ୍ୟ ନିର୍ଦ୍ଧାରଣ ବିଡ୍‌ ଖୋଲାଯିବ।
ଦେଶରେ ଉତ୍ପାଦନ ହେଉଥିବା କୋଭାକ୍ସିନ ଓ କୋଭିଶିଲ୍ଡ ଆବଶ୍ୟକ ପରିମାଣର ମିଳି ପାରୁ ନ ଥିବାରୁ ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଛନ୍ତି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମେ ୧୫ରେ ଓଡ଼ିଶା ଔଷଧ ନିଗମ(ଓଏମ୍‌ସି) ପକ୍ଷରୁ ୩.୮୦ କୋଟି କରୋନା ଟିକା କ୍ରୟ ପାଇଁ ଗ୍ଲୋବାଲ ଇ- ଟେଣ୍ଡର ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଉଭାନ, କର୍ମଚାରୀ ନେଉଛନ୍ତି ଦରମା

କେନ୍ଦ୍ରାପଡ଼ା ଅଫିସ, ୧୬ା୫: ଚିକିତ୍ସା କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାଦ୍ୱାରା ଲୋକଙ୍କୁ ଉପଯୁକ୍ତ ଚିକିତ୍ସା...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୪୭୬କୁ ବୃଦ୍ଧି

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଶୁକ୍ରବାର ରାଜ୍ୟରୁ ଆଉ ୪ ଜଣଙ୍କ ଜୀବନ...

ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର...

ବର୍ଷାଦିନିଆ ରୋଗକୁ ରୋକିବେ ପ୍ରଗତି ସାଥୀ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ବର୍ଷାଦିନରେ ଜଳ ବାହିତ ରୋଗ ତଥା ପରିମଳ ଜନିତ ରୋଗରୁ ରାଜଧାନୀକୁ ରକ୍ଷା କରିବା ଲାଗି ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ଯୋଜନାରେ ‘ପ୍ରଗତି...

ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର...

୮ରେ ଲଘୁଚାପ, ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬ା୯(ବ୍ୟୁରୋ)-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ...

ନକଲି ଟିଟିଇଙ୍କୁ ଧରିଲା ପୋଲିସ

କୋରାପୁଟ,୨୨।୬(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ଗୁରବାର ଟିକେଟ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଟିଟିଇଙ୍କୁ ରେଳବାଇ ପୋଲିସ ଗିରଫ କରିଛି।...

୩୩ ରିପୋର୍ଟ ନେଗେଟିଭ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି...

Advertisement
Archives

Model This Week