‘ଋତୁସ୍ରାବ ସମୟରେ ନେଇପାରିବେ କୋଭିଡ୍‌ ଟିକା’

ଭୁବନେଶ୍ୱର, ୨୯।୫(ବ୍ୟୁରୋ): କୁପୋଷଣରୁ କିଶୋରୀଙ୍କ ନିକଟରେ ରକ୍ତହୀନତା ଦେଖାଦେଇଥାଏ। ଅନେକ ସମୟରେ ଗର୍ଭାଶୟରେ ମଧ୍ୟ ଗୁରୁତର ସଂକ୍ରମଣ ହୋଇଥାଏ। ତେଣୁ ଉପଯୁକ୍ତ ପୁଷ୍ଟିସାଧନ ସହିତ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା ଉପରେ କିଶୋରୀମାନଙ୍କୁ ଗୋଷ୍ଠୀସ୍ତରରେ ବ୍ୟାପକ ଭାବେ ସଚେତନ କରିବା ଆବଶ୍ୟକ। ଏହାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ହେବ ବୋଲି ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର କହିଛନ୍ତି। ଶୁକ୍ରବାର ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୟୁନିସେଫ୍‌ ପକ୍ଷରୁ ‘ଋତୁସ୍ରାବଜନିତ ପରିଚ୍ଛନ୍ନତା ପରିଚାଳନା’ ଶୀର୍ଷକ ସଚେତନତା ୱେବିନାର ଆୟୋଜିତ ହୋଇଥିଲା। ଏଥିରେ ଡା. ମହାପାତ୍ର ଯୋଗଦେଇ ଋତୁସ୍ରାବ ସମୟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ସମ୍ପୂର୍ଣ୍ଣ ସୁସ୍ଥ କିଶୋରୀ ଏବଂ ମହିଳା କୋଭିଡ୍‌ ଟିକା ନେଇପାରିବେ ବୋଲି କହିଛନ୍ତି। ଏଥିସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ନେଇ ନିଜକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଭାଗୀୟ ଯୁଗ୍ମ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ କିଶୋରୀଙ୍କୁ ଋତୁସ୍ରାବ ସ୍ବଚ୍ଛତା ରକ୍ଷା ପାଇଁ ଆଦ୍ୱିକା ଗ୍ରୁପ୍‌ ମାଧ୍ୟମରେ ସଚେତନ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ୟୁନିସେଫ୍‌ର ଜଳ ଏବଂ ପରିମଳ ବିଶେଷଜ୍ଞ ସିପ୍ରା ସାକ୍‌ସେନା କହିଲେ, ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ସ୍ଥିତି ଲାଗି ରହୁଥିବାରୁ ମହିଳାଙ୍କ ନିମନ୍ତେ ସାନିଟାରି ନାପ୍‌କିନ୍‌ ପାଇବା କଷ୍ଟକର ହୋଇପଡ଼ୁଛି। ମହାମାରୀ ସଂକ୍ରମଣର ଭୟ ସହ ଋତୁସ୍ରାବଜନିତ ପରିଚ୍ଛନ୍ନତା ପାଇଁ ରାଜ୍ୟର କିଶୋରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ବିଭାଗର ଏଭଳି କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ। ୟୁଏନ୍‌ଏଫ୍‌ପିଏର ପ୍ରୋଗ୍ରାମ ଅଫିସର ଡ. ଚୟନିକା ମିଶ୍ର, ସାମାଜିକ କର୍ମୀ ଘାସିରାମ ପଣ୍ଡା, ୟୁନିସେଫ୍‌ର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡ଼ୁ ପ୍ରମୁଖ ବୈଷୟିକ ଅଧିବେଶନରେ ଯୋଗଦେଇ ମାସିକ ଋତୁସ୍ରାବର ସମୟ, ଶାରୀରିକ ପ୍ରଭାବ, ଏହି ସମୟରେ ପରିବାରର ଦାୟିତ୍ୱ, ଜୀବନକୌଶଳ ଆହରଣ, ବାଲ୍ୟବିବାହ ଏବଂ ଋତୁସ୍ରାବ ପରିଚ୍ଛନ୍ନତା, ଉତ୍ତମ ଅଭ୍ୟାସ, ମହାମାରୀ ସମୟର ସତର୍କତା ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ବିଭାଗର ୟୁନିସେଫ୍‌ କନ୍‌ସଲଟାଣ୍ଟ ଅନୁପମା ସାହୁ ୱେବିନାର ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri