‘ଋତୁସ୍ରାବ ସମୟରେ ନେଇପାରିବେ କୋଭିଡ୍‌ ଟିକା’

ଭୁବନେଶ୍ୱର, ୨୯।୫(ବ୍ୟୁରୋ): କୁପୋଷଣରୁ କିଶୋରୀଙ୍କ ନିକଟରେ ରକ୍ତହୀନତା ଦେଖାଦେଇଥାଏ। ଅନେକ ସମୟରେ ଗର୍ଭାଶୟରେ ମଧ୍ୟ ଗୁରୁତର ସଂକ୍ରମଣ ହୋଇଥାଏ। ତେଣୁ ଉପଯୁକ୍ତ ପୁଷ୍ଟିସାଧନ ସହିତ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା ଉପରେ କିଶୋରୀମାନଙ୍କୁ ଗୋଷ୍ଠୀସ୍ତରରେ ବ୍ୟାପକ ଭାବେ ସଚେତନ କରିବା ଆବଶ୍ୟକ। ଏହାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ହେବ ବୋଲି ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର କହିଛନ୍ତି। ଶୁକ୍ରବାର ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୟୁନିସେଫ୍‌ ପକ୍ଷରୁ ‘ଋତୁସ୍ରାବଜନିତ ପରିଚ୍ଛନ୍ନତା ପରିଚାଳନା’ ଶୀର୍ଷକ ସଚେତନତା ୱେବିନାର ଆୟୋଜିତ ହୋଇଥିଲା। ଏଥିରେ ଡା. ମହାପାତ୍ର ଯୋଗଦେଇ ଋତୁସ୍ରାବ ସମୟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେକୌଣସି ସମ୍ପୂର୍ଣ୍ଣ ସୁସ୍ଥ କିଶୋରୀ ଏବଂ ମହିଳା କୋଭିଡ୍‌ ଟିକା ନେଇପାରିବେ ବୋଲି କହିଛନ୍ତି। ଏଥିସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ନେଇ ନିଜକୁ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
ବିଭାଗୀୟ ଯୁଗ୍ମ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ କିଶୋରୀଙ୍କୁ ଋତୁସ୍ରାବ ସ୍ବଚ୍ଛତା ରକ୍ଷା ପାଇଁ ଆଦ୍ୱିକା ଗ୍ରୁପ୍‌ ମାଧ୍ୟମରେ ସଚେତନ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ୟୁନିସେଫ୍‌ର ଜଳ ଏବଂ ପରିମଳ ବିଶେଷଜ୍ଞ ସିପ୍ରା ସାକ୍‌ସେନା କହିଲେ, ଦୀର୍ଘଦିନ ଧରି ଲକ୍‌ଡାଉନ୍‌ ସ୍ଥିତି ଲାଗି ରହୁଥିବାରୁ ମହିଳାଙ୍କ ନିମନ୍ତେ ସାନିଟାରି ନାପ୍‌କିନ୍‌ ପାଇବା କଷ୍ଟକର ହୋଇପଡ଼ୁଛି। ମହାମାରୀ ସଂକ୍ରମଣର ଭୟ ସହ ଋତୁସ୍ରାବଜନିତ ପରିଚ୍ଛନ୍ନତା ପାଇଁ ରାଜ୍ୟର କିଶୋରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ବିଭାଗର ଏଭଳି କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ। ୟୁଏନ୍‌ଏଫ୍‌ପିଏର ପ୍ରୋଗ୍ରାମ ଅଫିସର ଡ. ଚୟନିକା ମିଶ୍ର, ସାମାଜିକ କର୍ମୀ ଘାସିରାମ ପଣ୍ଡା, ୟୁନିସେଫ୍‌ର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡ଼ୁ ପ୍ରମୁଖ ବୈଷୟିକ ଅଧିବେଶନରେ ଯୋଗଦେଇ ମାସିକ ଋତୁସ୍ରାବର ସମୟ, ଶାରୀରିକ ପ୍ରଭାବ, ଏହି ସମୟରେ ପରିବାରର ଦାୟିତ୍ୱ, ଜୀବନକୌଶଳ ଆହରଣ, ବାଲ୍ୟବିବାହ ଏବଂ ଋତୁସ୍ରାବ ପରିଚ୍ଛନ୍ନତା, ଉତ୍ତମ ଅଭ୍ୟାସ, ମହାମାରୀ ସମୟର ସତର୍କତା ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ବିଭାଗର ୟୁନିସେଫ୍‌ କନ୍‌ସଲଟାଣ୍ଟ ଅନୁପମା ସାହୁ ୱେବିନାର ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri