କଟକଣା କୋହଳରୁ ବଢ଼ୁଛି କରୋନା

ଅନୁଗୋଳ ଅଫିସ, ୨୯ା୫

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ୫ ତାରିଖରୁ ସରକାର ରାଜ୍ୟକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ୫ ଦିନରେ ରାଶନ, ପରିବା, ଫଳ, ମାଛ ଓ ମାଂସ ଦୋକାନ ସକାଳୁ ମାତ୍ର କେଇଘଣ୍ଟା ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି। ଲୋକେ ଚାଲିକରି ଘର ପାଖ ଦୋକାନକୁ ଯାଇ ଏସବୁ ସାମଗ୍ରୀ କିଣିବେ ବୋଲି ସରକାର କହିଛନ୍ତି। କଟକଣା ଉଲ୍ଲଂଘନ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। କିନ୍ତୁ ଅନୁଗୋଳ ଜିଲାରେ ଏହି କଟକଣା ଠିକ୍‌ ଭାବେ ପାଳନ ହେଉନାହିଁ। ଶୁକ୍ରବାର ଅନୁଗୋଳ ସହର ମାଛ ବଜାରରେ ଅସମ୍ଭାଳ ଭିଡ଼ ହୋଇଥିଲେ ମଧ୍ୟ ପୋଲିସ ନ ଦେଖିଲା ପରି ରହିବା ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପୋଲିସର ଏହି କୋହଳ ମନୋଭାବ କାରଣରୁ ଜିଲାରେ ସଂକ୍ରମଣ ବୃଦ୍ଧିରେ ରୋକ୍‌ ଲାଗିପାରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
୨ ଦିନ ଧରି ସହର ଶଟ୍‌ଡାଉନ୍‌ ହେବାକୁ ଥିବାରୁ ଶୁକ୍ରବାର ସକାଳେ ରାଶନ, ପରିବା କିଣିବାକୁ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଗହଳି ହୋଇଥିଲା। ବିଶେଷକରି ମାଛ ବଜାରରେ ଲୋକେ ହାଉଯାଉ ହୋଇଥିଲେ। ମାସ୍କ ଓ ସାମାଜିକ ଦୂରତ୍ୱ କଟକଣା ପାଳନ ପ୍ରତି କେହି ଧ୍ୟାନ ଦେଇ ନ ଥିଲେ। ଚଢ଼ାଚଢ଼ି ହୋଇ ସେମାନେ ମାଛ କିଣୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ନା ଦୋକାନୀଙ୍କୁ ତାଗିଦ୍‌ କରିଥିଲା, ନା ଗ୍ରାହକଙ୍କୁ ସଚେତନ କି ଜରିମାନା କରିଥିଲା। ଏପରି କି ମୋଟର ସାଇକେଲ ନେଇ ଏପରି ସାମଗ୍ରୀ କିଣିବାକୁ କେହି ଆସିପାରିବେ ନାହିଁ ବୋଲି ନିୟମ ଥିଲେ ମଧ୍ୟ ପୋଲିସ ସେଥିପ୍ରତି ମଧ୍ୟ ନଜର ଦେଇ ନ ଥିଲା। ସେଥିପାଇଁ ମାଛ ମାର୍କେଟ ରାସ୍ତା ଉପରେ ମାଳ ମାଳ ଗାଡ଼ି ରଖାଯାଇଥିଲା। ସେହିପରି ପରିବା, ରାଶନ ଦୋକାନ ସମ୍ମୁଖରେ ମଧ୍ୟ ଭିଡ଼ କମ୍‌ ନ ଥିଲା। ପ୍ରଶାସନ ଓ ପୋଲିସ ଟିମ୍‌ ବିଭିନ୍ନ ରାସ୍ତାରେ ପଇଁତରା ମାରିଥିଲେ ମଧ୍ୟ ବଜାରରେ ମୁହଁ ଖୋଲିବାକୁ ସାହସ କରିପାରି ନ ଥିଲା। ପ୍ରଶାସନ ଓ ପୋଲିସର ଏପରି କୋହଳ ନୀତି କାରଣରୁ ଅମାନିଆମାନେ ଅଧିକ ସଂଖ୍ୟାରେ ବଜାରକୁ ମୋଟରସାଇକେଲରେ ଆସି ବୁଲାବୁଲି କରୁଥିଲେ। ଅପରପକ୍ଷରେ ପୋଲିସ ବିଭାଗରେ କରୋନା ପଶିବା ପରେ ମାନବ ସମ୍ବଳ ପୂବାପେକ୍ଷା ହ୍ରାସ ପାଇଛି। ଏହି କାରଣରୁ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ପ୍ରଶାସନ ପକ୍ଷରୁ ଗଢ଼ାଯାଇଥିବା ବିଭିନ୍ନ ଟିମ୍‌ ଅନେକ ସମୟରେ ଚଢ଼ାଉ କରୁଥିବା ଖବର ମିଳୁଛି। ହେଲେ କେଉଁଠାରେ ଏହି ଟିମ୍‌ ଚଢ଼ାଉ କରୁଛନ୍ତି, ତାହା କାହାରିକୁ ଜଣାପଡ଼ୁନାହିଁ। ଦୁଇଦିନ ତଳେ ଅନୁଗୋଳ ସହରରେ ଲୁଗା ଦୋକାନ ଖୋଲାରହି ବ୍ୟବସାୟ ଚାଲିଥିବା ବେଳେ ଶୁକ୍ରବାର ମାଛ ବଜାରରେ ଭିଡ଼ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଆଲୋଚନା ହେଉଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଅନେକ ଲୋକ ବିନା କାରଣରେ ବଜାରରେ ବୁଲୁଛନ୍ତି। ଏହାଦ୍ୱାରା କୋଭିଡ୍‌ ନିୟମ ଉଲ୍ଲଂଘନ ସହ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ରହୁଛି। ଏବେ ଠାରୁ ପୋଲିସ ଓ ପ୍ରଶାସନ କଠୋର ନ ହେଲେ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ଜିଲାବାସୀ ଆହୁରି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବେ।
-ଶାନ୍ତନୁ କୁମାର ସର, ଶିକ୍ଷାବିତ୍‌
ଅପାରଗତା ଧରାପଡ଼ିଛି
ଅନୁଗୋଳ ମାଛ ବଜାରରେ ଭିଡ଼ ପ୍ରଶାସନର ଅପାରଗତାକୁ ଧରା ପକାଇ ଦେଇଛି। ଅନେକ ସମୟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯେଉଁ ଚଢ଼ାଉ କରାଯାଉଛି, ତାହା କେବଳ ନାମକୁ ମାତ୍ର। ବାସ୍ତବରେ ଅନୁଗୋଳରେ ଲକ୍‌ଡାଉନ୍‌ କି ଶଟ୍‌ଡାଉନ କଟକଣା କଡ଼ାକଡ଼ି ଭାବେ ଲାଗୁ ହେଉନାହିଁ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳ
କାର୍ଯ୍ୟାନୁଷ୍ଠାନ ନିଆଯାଉଛି
ଲକ୍‌ଡାଉନ୍‌ କଟକଣା ମାନୁ ନ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମାନିଆ ବ୍ୟବସାୟୀ ଓ ଜନସାଧାରଣଙ୍କଠାରୁ ଜରିମାନା ଆଦାୟ କରୁଛି। ପୋଲିସର ମାନବ ସମ୍ବଳ ହ୍ରାସ ପାଇନାହିଁ। ଅଧିକ ଚଢ଼ାଉ ପାଇଁ ଅନୁଗୋଳ ପୋଲିସକୁ କୁହାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ଚଢ଼ାଉକୁ ଜୋରଦାର କରାଯିବ
ଅମାନିଆମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ସେମାନଙ୍କୁ ସଚେତନ କରାଯାଉଛି। ତଥାପି ଅନେକ ସମୟରେ ବଜାରରେ ଗହଳି ପରିଲକ୍ଷିତ ହେଉଛି। ଏ ନେଇ ପ୍ରଶାସନ ଓ ପୋଲିସର ଏକ ବୈଠକ ଡକାଯିବ। ପ୍ରତି ଛକରେ ମାଜିଷ୍ଟ୍ରେଟ ଓ ପୋଲିସ ରହି ଅମାନିଆଙ୍କୁ ସାବାଡ କରାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?