କଟକଣା କୋହଳରୁ ବଢ଼ୁଛି କରୋନା

ଅନୁଗୋଳ ଅଫିସ, ୨୯ା୫

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ୫ ତାରିଖରୁ ସରକାର ରାଜ୍ୟକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ୫ ଦିନରେ ରାଶନ, ପରିବା, ଫଳ, ମାଛ ଓ ମାଂସ ଦୋକାନ ସକାଳୁ ମାତ୍ର କେଇଘଣ୍ଟା ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି। ଲୋକେ ଚାଲିକରି ଘର ପାଖ ଦୋକାନକୁ ଯାଇ ଏସବୁ ସାମଗ୍ରୀ କିଣିବେ ବୋଲି ସରକାର କହିଛନ୍ତି। କଟକଣା ଉଲ୍ଲଂଘନ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି। କିନ୍ତୁ ଅନୁଗୋଳ ଜିଲାରେ ଏହି କଟକଣା ଠିକ୍‌ ଭାବେ ପାଳନ ହେଉନାହିଁ। ଶୁକ୍ରବାର ଅନୁଗୋଳ ସହର ମାଛ ବଜାରରେ ଅସମ୍ଭାଳ ଭିଡ଼ ହୋଇଥିଲେ ମଧ୍ୟ ପୋଲିସ ନ ଦେଖିଲା ପରି ରହିବା ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପୋଲିସର ଏହି କୋହଳ ମନୋଭାବ କାରଣରୁ ଜିଲାରେ ସଂକ୍ରମଣ ବୃଦ୍ଧିରେ ରୋକ୍‌ ଲାଗିପାରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
୨ ଦିନ ଧରି ସହର ଶଟ୍‌ଡାଉନ୍‌ ହେବାକୁ ଥିବାରୁ ଶୁକ୍ରବାର ସକାଳେ ରାଶନ, ପରିବା କିଣିବାକୁ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଗହଳି ହୋଇଥିଲା। ବିଶେଷକରି ମାଛ ବଜାରରେ ଲୋକେ ହାଉଯାଉ ହୋଇଥିଲେ। ମାସ୍କ ଓ ସାମାଜିକ ଦୂରତ୍ୱ କଟକଣା ପାଳନ ପ୍ରତି କେହି ଧ୍ୟାନ ଦେଇ ନ ଥିଲେ। ଚଢ଼ାଚଢ଼ି ହୋଇ ସେମାନେ ମାଛ କିଣୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ନା ଦୋକାନୀଙ୍କୁ ତାଗିଦ୍‌ କରିଥିଲା, ନା ଗ୍ରାହକଙ୍କୁ ସଚେତନ କି ଜରିମାନା କରିଥିଲା। ଏପରି କି ମୋଟର ସାଇକେଲ ନେଇ ଏପରି ସାମଗ୍ରୀ କିଣିବାକୁ କେହି ଆସିପାରିବେ ନାହିଁ ବୋଲି ନିୟମ ଥିଲେ ମଧ୍ୟ ପୋଲିସ ସେଥିପ୍ରତି ମଧ୍ୟ ନଜର ଦେଇ ନ ଥିଲା। ସେଥିପାଇଁ ମାଛ ମାର୍କେଟ ରାସ୍ତା ଉପରେ ମାଳ ମାଳ ଗାଡ଼ି ରଖାଯାଇଥିଲା। ସେହିପରି ପରିବା, ରାଶନ ଦୋକାନ ସମ୍ମୁଖରେ ମଧ୍ୟ ଭିଡ଼ କମ୍‌ ନ ଥିଲା। ପ୍ରଶାସନ ଓ ପୋଲିସ ଟିମ୍‌ ବିଭିନ୍ନ ରାସ୍ତାରେ ପଇଁତରା ମାରିଥିଲେ ମଧ୍ୟ ବଜାରରେ ମୁହଁ ଖୋଲିବାକୁ ସାହସ କରିପାରି ନ ଥିଲା। ପ୍ରଶାସନ ଓ ପୋଲିସର ଏପରି କୋହଳ ନୀତି କାରଣରୁ ଅମାନିଆମାନେ ଅଧିକ ସଂଖ୍ୟାରେ ବଜାରକୁ ମୋଟରସାଇକେଲରେ ଆସି ବୁଲାବୁଲି କରୁଥିଲେ। ଅପରପକ୍ଷରେ ପୋଲିସ ବିଭାଗରେ କରୋନା ପଶିବା ପରେ ମାନବ ସମ୍ବଳ ପୂବାପେକ୍ଷା ହ୍ରାସ ପାଇଛି। ଏହି କାରଣରୁ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ପ୍ରଶାସନ ପକ୍ଷରୁ ଗଢ଼ାଯାଇଥିବା ବିଭିନ୍ନ ଟିମ୍‌ ଅନେକ ସମୟରେ ଚଢ଼ାଉ କରୁଥିବା ଖବର ମିଳୁଛି। ହେଲେ କେଉଁଠାରେ ଏହି ଟିମ୍‌ ଚଢ଼ାଉ କରୁଛନ୍ତି, ତାହା କାହାରିକୁ ଜଣାପଡ଼ୁନାହିଁ। ଦୁଇଦିନ ତଳେ ଅନୁଗୋଳ ସହରରେ ଲୁଗା ଦୋକାନ ଖୋଲାରହି ବ୍ୟବସାୟ ଚାଲିଥିବା ବେଳେ ଶୁକ୍ରବାର ମାଛ ବଜାରରେ ଭିଡ଼ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଆଲୋଚନା ହେଉଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଅନେକ ଲୋକ ବିନା କାରଣରେ ବଜାରରେ ବୁଲୁଛନ୍ତି। ଏହାଦ୍ୱାରା କୋଭିଡ୍‌ ନିୟମ ଉଲ୍ଲଂଘନ ସହ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ରହୁଛି। ଏବେ ଠାରୁ ପୋଲିସ ଓ ପ୍ରଶାସନ କଠୋର ନ ହେଲେ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ଜିଲାବାସୀ ଆହୁରି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବେ।
-ଶାନ୍ତନୁ କୁମାର ସର, ଶିକ୍ଷାବିତ୍‌
ଅପାରଗତା ଧରାପଡ଼ିଛି
ଅନୁଗୋଳ ମାଛ ବଜାରରେ ଭିଡ଼ ପ୍ରଶାସନର ଅପାରଗତାକୁ ଧରା ପକାଇ ଦେଇଛି। ଅନେକ ସମୟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯେଉଁ ଚଢ଼ାଉ କରାଯାଉଛି, ତାହା କେବଳ ନାମକୁ ମାତ୍ର। ବାସ୍ତବରେ ଅନୁଗୋଳରେ ଲକ୍‌ଡାଉନ୍‌ କି ଶଟ୍‌ଡାଉନ କଟକଣା କଡ଼ାକଡ଼ି ଭାବେ ଲାଗୁ ହେଉନାହିଁ।
-ସୂର୍ଯ୍ୟ ନାରାୟଣ ନାଥ, ଅନୁଗୋଳ
କାର୍ଯ୍ୟାନୁଷ୍ଠାନ ନିଆଯାଉଛି
ଲକ୍‌ଡାଉନ୍‌ କଟକଣା ମାନୁ ନ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅମାନିଆ ବ୍ୟବସାୟୀ ଓ ଜନସାଧାରଣଙ୍କଠାରୁ ଜରିମାନା ଆଦାୟ କରୁଛି। ପୋଲିସର ମାନବ ସମ୍ବଳ ହ୍ରାସ ପାଇନାହିଁ। ଅଧିକ ଚଢ଼ାଉ ପାଇଁ ଅନୁଗୋଳ ପୋଲିସକୁ କୁହାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ଚଢ଼ାଉକୁ ଜୋରଦାର କରାଯିବ
ଅମାନିଆମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ସେମାନଙ୍କୁ ସଚେତନ କରାଯାଉଛି। ତଥାପି ଅନେକ ସମୟରେ ବଜାରରେ ଗହଳି ପରିଲକ୍ଷିତ ହେଉଛି। ଏ ନେଇ ପ୍ରଶାସନ ଓ ପୋଲିସର ଏକ ବୈଠକ ଡକାଯିବ। ପ୍ରତି ଛକରେ ମାଜିଷ୍ଟ୍ରେଟ ଓ ପୋଲିସ ରହି ଅମାନିଆଙ୍କୁ ସାବାଡ କରାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri