ଅନୁବାଦକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ବିଶିଷ୍ଟ କବି, ସାହିତି୍ୟକ, ସମାଲୋଚକ, ଅନୁବାଦକ ଓ ଭାଷାବିତ୍‌ ଡ. ଶୁଭେନ୍ଦୁ ମୁଣ୍ଡଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ୧୯୫୧ରେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଜନ୍ମ ଗ୍ରହଣ କରିଥିବା ଶୁଭେନ୍ଦୁ ୧୯୭୩ରେ ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଥିଲେ। ଦୀର୍ଘ ୩୬ବର୍ଷ ଧରି ଅଧ୍ୟାପନା ସହ ଶିକ୍ଷାନୁଷ୍ଠାନ ପରିଚାଳନା କରିଥିଲେ। ୨୦୦୯ରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ତେବେ ଚାକିରି ଜୀବନ ଆରମ୍ଭ ପୂର୍ବରୁ ସେ ୧୯୬୮ରୁ ଲେଖାଲେଖି ଆରମ୍ଭ କରିଥିଲେ। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅଜସ୍ର କବିତା, ଗଳ୍ପ, ପ୍ରବନ୍ଧ ସହିତ ବହୁ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କବିତା ସଂକଳନ ‘ଶବ୍ଦ ନିଶବ୍ଦ’, ‘ମୁହୂର୍ତ୍ତଟିଏ, ମୋହିନି’, ‘ସ୍ବପ୍ନାବର୍ତ୍ତ’, ‘ସ୍ଥିର ଉଡାଣ’, ‘ଛକ’, ଗଳ୍ପ ସଂକଳନ- ‘ଛକ’, ‘ସୀମାବଦ୍ଧ’, ପ୍ରବନ୍ଧ/ ସମାଲୋଚନା ପୁସ୍ତକ ‘କବି ପଦ୍ମଚରଣ ପଟ୍ଟନାୟକ’, ‘ନାଟକ ଜିଜ୍ଞାସା’, ‘ଓଡ଼ିଆ ସାହିତ୍ୟ ଓ ସାହିତି୍ୟକ’, ଅନୁବାଦ ପୁସ୍ତକ ‘ଲୋଭୀ ବାଛୁରୀ’, ‘ତ୍ୟାଗରାଜ’, ଭ୍ରମଣ ସାହିତ୍ୟ ‘ଦେଶ ଦେଶ ମଣିଷ ମଣିଷ’, ଇଂଲିଶ ପୁସ୍ତକ ‘ଓଡ଼ିଆ ପୋଏଟ୍ରି ଟୁଡେ’, ‘ଦି ଇଣ୍ଡିଆନ୍‌ ନୋବେଲ୍‌ ଇନ୍‌ ଇଂଲିଶ’, ‘ଜେଷ୍ଟ ଅଫ୍‌ ଲାଇଫ୍‌’, ‘ମେକର୍ସ ଅଫ୍‌ ଦି ମଡର୍ନ ଓ୍ବାଲର୍‌ଡ’, ‘ଗ୍ରେଟ୍‌ ଟେଲ୍‌ସ ଅଫ୍‌ ଓଡ଼ିଶା’ ଅନ୍ୟତମ। ଅନେକ ଆଭିଧାନିକ ତଥା ଓଡ଼ିଆ ଭାଷା ସମ୍ପର୍କିତ କାର୍ଯ୍ୟରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଭାରତୀୟ ଇଂଲିଶ ସାହିତ୍ୟ, ଓଡ଼ିଆ ସାହିତି୍ୟ ତଥା ସଂସ୍କୃତି ଅଧ୍ୟୟନର ଗବେଷଣା ତଥା ପ୍ରକାଶନରେ ଡ. ମୁଣ୍ଡ ବିଶ୍ୱସ୍ତରରେ ଜଣେ ସୁପରିଚିତ ଗବେଷକ। ତାଙ୍କ ବିୟୋଗରେ ସାହିତି୍ୟକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri