ଫାଣ୍ଡିରେ କନଷ୍ଟେବଳଙ୍କୁ ବଳାତ୍କାର

ବାଲେଶ୍ୱର ଅଫିସ/ବାହାନଗା, ୨୯।୫(ଡି.ଏନ.ଏ.): ବାତ୍ୟା ଡ୍ୟୁଟିରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଫାଣ୍ଡି ପରିସରରେ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ଘଟାଇଛନ୍ତି ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଏସ୍‌ଆଇ ବଂଶୀଧର ପ୍ରଧାନ। ୩ଦିନ ପରେ ଘଟଣା ପଦାକୁ ଆସିବାରୁ ଏହା ବାଲେଶ୍ୱର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ ପରେ ଗିରଫ କରାଯାଇଥିବା ଡିଏସ୍‌ପି ଉମେଶ ପଣ୍ଡା ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜିଲାର ଏକ ଥାନାରେ କାର୍ଯ୍ୟରତ ସମ୍ପୃକ୍ତା ମହିଳା କନଷ୍ଟେବଳ ଗତ ୨୪ ତାରିଖରେ ‘ୟାସ୍‌’ ବାତ୍ୟା ମୁକାବିଲା ପାଇଁ ଗୋପାଳପୁର ଫାଣ୍ଡି ଅଧୀନ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଡ୍ୟୁଟି କରିବାକୁ ଯାଇଥିଲେ। ଡ୍ୟୁଟି ସରିବା ପରେ ୨୫ ତାରିଖରେ ସେ ଗୋପାଳପୁର ଫାଣ୍ଡି ଆଶ୍ରୟସ୍ଥଳୀରେ ରାତ୍ରିଯାପନ କରିଥିଲେ। ଏହି ସମୟରେ ଫାଣ୍ଡି ଏସ୍‌ଆଇ ତାଙ୍କୁ ବଳାତ୍କାର କରିଥିଲେ। ଏଥିରେ ମ୍ରିୟମାଣ ହୋଇ ମହିଳା କନଷ୍ଟେବଳ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ସହକର୍ମୀମାନେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତା ଘଟଣା ସମ୍ପର୍କରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତ ଏସ୍‌ଆଇଙ୍କୁ ବାଲେଶ୍ୱର ଡକାଯାଇ ପଚରାଉଚୁରା କରାଯାଇଥିଲା। ଆଇଜି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବଂଶୀଧରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଟାଉନ ଥାନାରେ ନଂ. ୧୨୫/୨୧ରେ ଏକ ମାମଲା ରୁଜୁ ହୋଇଛି। ଡାକ୍ତରୀମାଇନା ପରେ ଶୁକ୍ରବାର ଅପରାହ୍ନରେ ଅଭିଯୁକ୍ତ ଏସ୍‌ଆଇଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୨।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା...

ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଚଳିତ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା...

୧୫୩୭ କୋଟିର ୧୪ ଶିଳ୍ପ: ଶିଳାନ୍ୟାସ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୭(ବ୍ୟୁରୋ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଥିବା ବେଳେ ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା...

ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...

ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି...

ନିମାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି :୭ ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ପରେ ନିମାପଡ଼ା ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ନିମାପଡ଼ା ଓ...

ବାଇକ୍‌ ଧକ୍କାରେ ହକି ଖେଳାଳିଙ୍କ ମୃତ୍ୟୁ: ୪ ଗୁରୁତର

ରିଆମାଳ, ୧୪।୧୨(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ...

ହୋଟେଲରୁ ସେକ୍ସ ର଼୍ୟାକେଟ ଠାବ: ୨ ଦଲାଲ ସହ ହୋଟେଲ ମ୍ୟାନେଜର ଗିରଫ, ଅନଲାଇନରେ ହେଉଥିଲା ବୁକିଂ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଖଣ୍ଡଗିରି ଥାନା ଏମ୍‌ସ ନଗରରେ ଥିବା ସନସିପ୍‌ ହୋଟେଲରେ ପୋଲିସ ଚଢାଉ କରି ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ଚଢାଉ ସମୟରେ ପୋଲିସ...

Advertisement
Archives

Model This Week