ଦୁଇବର୍ଷ ହେଲା ଅନ୍ଧାର
କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଜୁଆଙ୍ଗ ଜନଜାତି ବହୁଳ ମେଦିନପୁର ଓ ଭେଜଡିହି ଗଁ। ଦୀର୍ଘ ଦୁଇବର୍ଷ ହେବ ବିଦ୍ୟୁତ୍ ଆଲୋକ ନାହିଁ। ଫଳରେ ୨ ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିପାଇଁ ସେମାନଙ୍କୁ ନାନା ସମସ୍ୟାର…
ଜୀବିକା ଦେଇଛି ଜୈବଖତ
ଭୁବନ, ୬।୮(ଡି.ଏନ୍.ଏ.) ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ପୁତ୍ତିଗନ୍ଧମୟ ପରିବେଶ। ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ…
ବର୍ଷାଭାବ ବିଗାଡ଼ୁଛି ଚାଷ
ଆଠମଲ୍ଲିକ,୬ା୮(ଡି.ଏନ.ଏ.) ଚାଷ ସମୟ ଗଡ଼ିଯାଉଛି। ହେଲେ ରୁଆ, ବେଉଷଣ ପାଇଁ ଜମିରେ ପାଣି ନାହିଁ। ଚଳିତ ବର୍ଷ ବର୍ଷା ପରିମାଣ କମ୍ ରହିଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ଏପରି ବିଗିଡ଼ି ଯାଇଛି। ୨୪୭୫ ହେକ୍ଟର ସମ୍ପୂର୍ଣ୍ଣ…
ହକି ଗଡ଼ରେ ଉତ୍ସବ
ସୁନ୍ଦରଗଡ଼,୫।୮(ଡି.ଏନ୍.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର ଅନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ମହିଳା ଓ ପୁରୁଷ ହକିଦଳରେ…
ହାତୀଙ୍କୁ ଖୋଜୁଥିବା ବେଳେ ଦଳିଦେଲେ
ଜୁନାଗଡ଼,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ରେଞ୍ଜ ଅଧୀନ ଘନା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀର ଗତିବିଧି ଲକ୍ଷ୍ୟ କରିବାକୁ ଯାଇଥିବା ବନ ବିଭାଗ ସ୍କ୍ବାଡ ଟିମ୍ର ଜଣେ କର୍ମଚାରୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିିଛି। ମୃତକ…
ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ
ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଷଢଙ୍ଗୀପଲ୍ଲୀ ଗ୍ରାମର ସଞ୍ଜୟ ଗୌଡ। ତାଙ୍କୁ ଶେରଗଡ଼ କୋର୍ଟ ଚାଲାଣ…
ଦିଅରର ଛୁରା ମାଡ଼ରେ ଗଲା ଭାଉଜଙ୍କ ଜୀବନ
ଲାଠୋର,୫ା୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସାହାଜପାଣି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିଅର ଅନୀଲ ମେହେର(୨୪)ଙ୍କ ଛୁରାମାଡରେ ଭାଉଜ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି…
୩ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ବର,୫।୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଗୁରୁବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ କେନ୍ଦୁଝର, ମୟୁରଭଞ୍ଜ ଏବଂ କଳାହାଣ୍ଡି ଜିଲାକୁ ପାଣିପାଗ ବିଭାଗ…
ନାହିଁ ରେଳ ସୁବିଧା, କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଏମ୍ପି
ଦେବଗଡ଼,୫ା୮(ଡି.ଏନ୍.ଏ.): ଦେବଗଡ଼ ଜିଲା ଆଜି ପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ। ଜିଲାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ତୁରନ୍ତ ରେଳ ସଂଯୋଗ କରିବାକୁ ସମ୍ବଲପୁର ଏମ୍ପି ନୀତେଶ ଗଙ୍ଗଦେବ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିକଟରେ ଦାବି…
ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ପୂର୍ବତନ ବୟଫ୍ରେଣ୍ଡ
କଟକ ଅଫିସ,୫।୮: ୨ ଦିନ ହେବ ନିଖୋଜ ପୁଅର ପତ୍ତା ପାଉ ନ ଥିବା ପରିବାର ଲୋକ ଶେଷରେ କଟକ ମହାନଦୀ ଜୋବ୍ରା ଆନିକଟ ନିକଟରୁ ମୃତଦେହ ପାଇଛନ୍ତି। ପ୍ରେମ ବ୍ୟାପାରରୁ ପୁଅର ଜୀବନ ଚାଲିଯାଇଥିବା ବେଳେ ପୁଅ ଗର୍ଲଫ୍ରେଣ୍ଡର ପୁରୁଣା…
ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମ୍କୁ ଶୁଭେଚ୍ଛା ଜଣାଇବା ପରେ ଭୁବନେଶ୍ୱର ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଅଗଷ୍ଟ…
ସରିଲା ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା: ୧୧ରୁ ମୂଲ୍ୟାୟନ
କଟକ ଅଫିସ,୫ା୮: ଗୁରୁବାର ମାଟ୍ରିକ ଅଫଲାଇନ ପରୀକ୍ଷା ଶେଷ ହୋଇଛି। ଆସନ୍ତା ୧୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ। ତିନି ଦିନ ଧରି ଏହି ମୂଲ୍ୟାୟନ ଚାଲିବ ବୋଲି ସୂଚନା ମିଳିଛି।…
Archives


