ନିଯୁକ୍ତିରେ ବିଭ୍ରାନ୍ତିକର ତଥ୍ୟ

ଯାଜପୁର ଅଫିସ,୨୩ା୧୨: ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଡଷ୍ଟ୍ରି କେୟାର ନାମକ ଏକ ଉଦ୍ୟମ ଆରମ୍ଭ ହୋଇଛି। ଏହାବ୍ୟତୀତ ଶିଳ୍ପ ସଂସ୍ଥା ଦ୍ୱାରା ସରକାରଙ୍କ ଅନ୍‌ଲାଇନ ପୋର୍ଟାଲ ଷ୍ଟେଟ୍‌ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‌ (ଏସ୍‌ପିଏମ୍‌ଜି) ଓ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‌ (ପିଏମ୍‌ଜି) ମାଧ୍ୟମରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ସର୍ବୋପରି ଶିଳ୍ପନୀତି-୨୦୧୫ ପ୍ରଚଳନ, ଶିଳ୍ପାୟନ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌, ସିଙ୍ଗଲ ୱିଣ୍ଡୋ, ପୁଞ୍ଜିନିବେଶକାରୀଙ୍କ ସୁବିଧା ପାଇଁ ନୋଡାଲ ଏଜେନ୍ସି ଇପିକଲ ଓ ଜିଲାସ୍ତରରେ ଇନ୍‌ଭେଷ୍ଟର ଫେସିଲାଇଟେଶନ୍‌ ଇତ୍ୟାଦିର ପ୍ରଚଳନ ହୋଇଛି। ଏଭଳି ଭାବେ ଲୋକଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କଥା କହି ଶିଳ୍ପ ସଂସ୍ଥାଗୁଡ଼ିକୁ ସବୁପ୍ରକାର ସୁବିଧା ଦିଆଯାଉଛି। କିନ୍ତୁ ଘର, ଜମି ହରାଇଥିବା ଏବଂ ଶିଳ୍ପ ଯୋଗୁ ସ୍ଥାନୀୟ ପ୍ରଭାବିତ ଲୋକଙ୍କ କଥା ଚିନ୍ତା କରିବାକୁ କାହାରି ସମୟ ନଥିବା ମନେ ହେଉଛି। ଶିଳ୍ପସଂସ୍ଥାଗୁଡ଼ିକ ଦେଉଥିବା ନିଯୁକ୍ତି ତଥ୍ୟକୁ ସରକାରୀ ସ୍ତରରେ ଆଖିବୁଜି ଗ୍ରହଣ କରିଦିଆଯାଉଛି। କିନ୍ତୁ ବାସ୍ତବରେ ଉକ୍ତ ତଥ୍ୟରେ ଅସତ୍ୟ ଭରିରହୁଛି। ୨ା୮ା୨୦୧୯ରେ ବିଧାନସଭାର ନିଯୁକ୍ତି ପ୍ରସଙ୍ଗରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉତ୍ତର ଏବଂ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ମିଳିଥିବା ତଥ୍ୟରେ କୌଣସି ତାଳମେଳ ନ ଥିବାରୁ ସ୍ଥାନୀୟ ନିଯୁକ୍ତି ତଥ୍ୟର ସତ୍ୟତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଅନୁସାରେ ରାଜ୍ୟରେ ପ୍ରତିଷ୍ଠିତ ୧୦୫ଟି ବୃହତ୍‌ ଶିଳ୍ପ ସଂସ୍ଥାରେ ୧,୯୧,୪୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ତେବେ ଏହି ତଥ୍ୟରେ ବାସ୍ତବତା ବହୁତ ଦୂରରେ। ଏଥିରେ କେବଳ ଯାଜପୁର ଜିଲାର କଳିଙ୍ଗନଗରରେ ପ୍ରତିଷ୍ଠିତ ଟାଟା ଷ୍ଟିଲ କମ୍ପାନୀରେ ନିଯୁକ୍ତି ସଂଖ୍ୟାକୁ ଉଦାହରଣ ଭାବେ ନିଆଯାଇପାରେ। ଉକ୍ତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲରେ ୪୪,୮୦୬ ଜଣଙ୍କୁ ନିଯୁକ୍ତି ମିଳିଛି। ଅନ୍ୟପକ୍ଷେ ୨୭ା୮ା୨୦୨୦ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆରଟିଆଇରେ ମିଳିଥିବା ତଥ୍ୟ ଏବଂ ବିଧାନସଭା ପ୍ରଶ୍ନର ଉତ୍ତରୁତଥ୍ୟରେ କୌଣସି ତାଳମେଳ ରହୁନାହିଁ। ଆର୍‌ଟିଆଇ ତଥ୍ୟ ଅନୁସାରେ ଟାଟା ଷ୍ଟିଲରେ ୩୪୭୫ ନିୟମିତ ଏବଂ ୧୧,୮୧୭ ଠିକା ଶ୍ରମିକ ଭାବେ ମୋଟ ୧୫,୨୯୨ ଜଣ ନିଯୁକ୍ତି ପାଇଛନ୍ତି। ବିଧାନସଭା ଉତ୍ତରକୁ ଦେଖିଲେ ଏହି ଗୋଟିଏ ଶିଳ୍ପରେ ୨୯,୫୧୪ ଅଧିକ ନିଯୁକ୍ତିର ଫରକ ଆସୁଛି, ଯାହାକି ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି। ସେହିପରି ଅନ୍ୟ ଶିଳ୍ପ କାରଖାନାରେ ନିୟୋଜିତ କର୍ମଚାରୀ ଓ ଶ୍ରମିକ ସଂଖ୍ୟାରେ ତାଳମେଳ ରହୁ ନ ଥିବା ଦେଖିବାକୁ ମିଳିଛି।
ବିଧାନସଭାର ଉକ୍ତ ଉତ୍ତରରେ ଦର୍ଶାଯାଇଛି ଯେ, ୨୦୧୭-୧୮ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠିତ ୫୫୦ ଶିଳ୍ପସଂସ୍ଥାରେ ୨,୬୬,୮୫୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେଥିରେ ୨,୨୬,୯୬୧ ଜଣ କର୍ମଚାରୀ ରାଜ୍ୟ ଭିତରୁ ଏବଂ ୩୯,୮୯୩ ଜଣ ରାଜ୍ୟ ବାହାରର ବୋଲି ଉଲ୍ଲେଖ କରାଯାଇଛି। ରାଜ୍ୟ ଭିତରୁ ୨,୨୬,୯୬୧ ଜଣ ମଧ୍ୟରୁ ୭୪,୮୭୭ ଜଣ ସ୍ଥାୟୀ ଶ୍ରମିକ, ୧,୩୯,୭୭୧ ଜଣ ଠିକା ଶ୍ରମିକ ଓ ୧୨,୩୧୨ ଜଣ ସାମୟିକ କର୍ମଚାରୀ ଅଟନ୍ତି। ଏହି ତଥ୍ୟରେ ମଧ୍ୟ ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହେଉଛି।
ଆର୍‌ଟିଆଇ ତଥ୍ୟ ଅନୁସାରେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୫୪୮ଟି ଠିକାସଂସ୍ଥା (୩୬୪ଟି ଅଣଓଡ଼ିଆ ଏବଂ ୧୮୪ଟି ଓଡ଼ିଆ) ନିୟୋଜିତ ଅଛନ୍ତି। ରାଜ୍ୟ ବାହାରର ୩୬୪ ଠିକାସଂସ୍ଥା ଦ୍ୱାରା ୩,୭୫୪ କର୍ମଚାରୀ ଏବଂ ୨୧,୯୫୬ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ସେହିପରି ୧୮୪ ଓଡ଼ିଆ ଠିକାସଂସ୍ଥାରେ ୬୪୦ ଜଣ କର୍ମଚାରୀ ଏବଂ ୫୫୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ନିୟମିତ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ଏବଂ ଠିକା ଶ୍ରମିକ କ୍ଷେତ୍ରରେ ରାଜ୍ୟ ଭିତରୁ ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ମିଳିଛି ବୋଲି ଶିଳ୍ପସଂସ୍ଥାଗୁଡ଼ିକ ଦାବି କରୁଛନ୍ତି। କିନ୍ତୁ ବାସ୍ତବରେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଲୋକଲୋଚନରେ ତଥ୍ୟ ନ ରଖିବା ପର୍ଯ୍ୟନ୍ତ ଏହାକୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରଯିବାରୁ ସେ କହିଛନ୍ତି, ଶିଳ୍ପସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ ତଥ୍ୟ ଦାଖଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri