ନିଯୁକ୍ତିରେ ବିଭ୍ରାନ୍ତିକର ତଥ୍ୟ

ଯାଜପୁର ଅଫିସ,୨୩ା୧୨: ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଡଷ୍ଟ୍ରି କେୟାର ନାମକ ଏକ ଉଦ୍ୟମ ଆରମ୍ଭ ହୋଇଛି। ଏହାବ୍ୟତୀତ ଶିଳ୍ପ ସଂସ୍ଥା ଦ୍ୱାରା ସରକାରଙ୍କ ଅନ୍‌ଲାଇନ ପୋର୍ଟାଲ ଷ୍ଟେଟ୍‌ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‌ (ଏସ୍‌ପିଏମ୍‌ଜି) ଓ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‌ (ପିଏମ୍‌ଜି) ମାଧ୍ୟମରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ସର୍ବୋପରି ଶିଳ୍ପନୀତି-୨୦୧୫ ପ୍ରଚଳନ, ଶିଳ୍ପାୟନ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ୍‌, ସିଙ୍ଗଲ ୱିଣ୍ଡୋ, ପୁଞ୍ଜିନିବେଶକାରୀଙ୍କ ସୁବିଧା ପାଇଁ ନୋଡାଲ ଏଜେନ୍ସି ଇପିକଲ ଓ ଜିଲାସ୍ତରରେ ଇନ୍‌ଭେଷ୍ଟର ଫେସିଲାଇଟେଶନ୍‌ ଇତ୍ୟାଦିର ପ୍ରଚଳନ ହୋଇଛି। ଏଭଳି ଭାବେ ଲୋକଙ୍କୁ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କଥା କହି ଶିଳ୍ପ ସଂସ୍ଥାଗୁଡ଼ିକୁ ସବୁପ୍ରକାର ସୁବିଧା ଦିଆଯାଉଛି। କିନ୍ତୁ ଘର, ଜମି ହରାଇଥିବା ଏବଂ ଶିଳ୍ପ ଯୋଗୁ ସ୍ଥାନୀୟ ପ୍ରଭାବିତ ଲୋକଙ୍କ କଥା ଚିନ୍ତା କରିବାକୁ କାହାରି ସମୟ ନଥିବା ମନେ ହେଉଛି। ଶିଳ୍ପସଂସ୍ଥାଗୁଡ଼ିକ ଦେଉଥିବା ନିଯୁକ୍ତି ତଥ୍ୟକୁ ସରକାରୀ ସ୍ତରରେ ଆଖିବୁଜି ଗ୍ରହଣ କରିଦିଆଯାଉଛି। କିନ୍ତୁ ବାସ୍ତବରେ ଉକ୍ତ ତଥ୍ୟରେ ଅସତ୍ୟ ଭରିରହୁଛି। ୨ା୮ା୨୦୧୯ରେ ବିଧାନସଭାର ନିଯୁକ୍ତି ପ୍ରସଙ୍ଗରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉତ୍ତର ଏବଂ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ମିଳିଥିବା ତଥ୍ୟରେ କୌଣସି ତାଳମେଳ ନ ଥିବାରୁ ସ୍ଥାନୀୟ ନିଯୁକ୍ତି ତଥ୍ୟର ସତ୍ୟତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଅନୁସାରେ ରାଜ୍ୟରେ ପ୍ରତିଷ୍ଠିତ ୧୦୫ଟି ବୃହତ୍‌ ଶିଳ୍ପ ସଂସ୍ଥାରେ ୧,୯୧,୪୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ତେବେ ଏହି ତଥ୍ୟରେ ବାସ୍ତବତା ବହୁତ ଦୂରରେ। ଏଥିରେ କେବଳ ଯାଜପୁର ଜିଲାର କଳିଙ୍ଗନଗରରେ ପ୍ରତିଷ୍ଠିତ ଟାଟା ଷ୍ଟିଲ କମ୍ପାନୀରେ ନିଯୁକ୍ତି ସଂଖ୍ୟାକୁ ଉଦାହରଣ ଭାବେ ନିଆଯାଇପାରେ। ଉକ୍ତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲରେ ୪୪,୮୦୬ ଜଣଙ୍କୁ ନିଯୁକ୍ତି ମିଳିଛି। ଅନ୍ୟପକ୍ଷେ ୨୭ା୮ା୨୦୨୦ରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆରଟିଆଇରେ ମିଳିଥିବା ତଥ୍ୟ ଏବଂ ବିଧାନସଭା ପ୍ରଶ୍ନର ଉତ୍ତରୁତଥ୍ୟରେ କୌଣସି ତାଳମେଳ ରହୁନାହିଁ। ଆର୍‌ଟିଆଇ ତଥ୍ୟ ଅନୁସାରେ ଟାଟା ଷ୍ଟିଲରେ ୩୪୭୫ ନିୟମିତ ଏବଂ ୧୧,୮୧୭ ଠିକା ଶ୍ରମିକ ଭାବେ ମୋଟ ୧୫,୨୯୨ ଜଣ ନିଯୁକ୍ତି ପାଇଛନ୍ତି। ବିଧାନସଭା ଉତ୍ତରକୁ ଦେଖିଲେ ଏହି ଗୋଟିଏ ଶିଳ୍ପରେ ୨୯,୫୧୪ ଅଧିକ ନିଯୁକ୍ତିର ଫରକ ଆସୁଛି, ଯାହାକି ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି। ସେହିପରି ଅନ୍ୟ ଶିଳ୍ପ କାରଖାନାରେ ନିୟୋଜିତ କର୍ମଚାରୀ ଓ ଶ୍ରମିକ ସଂଖ୍ୟାରେ ତାଳମେଳ ରହୁ ନ ଥିବା ଦେଖିବାକୁ ମିଳିଛି।
ବିଧାନସଭାର ଉକ୍ତ ଉତ୍ତରରେ ଦର୍ଶାଯାଇଛି ଯେ, ୨୦୧୭-୧୮ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠିତ ୫୫୦ ଶିଳ୍ପସଂସ୍ଥାରେ ୨,୬୬,୮୫୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେଥିରେ ୨,୨୬,୯୬୧ ଜଣ କର୍ମଚାରୀ ରାଜ୍ୟ ଭିତରୁ ଏବଂ ୩୯,୮୯୩ ଜଣ ରାଜ୍ୟ ବାହାରର ବୋଲି ଉଲ୍ଲେଖ କରାଯାଇଛି। ରାଜ୍ୟ ଭିତରୁ ୨,୨୬,୯୬୧ ଜଣ ମଧ୍ୟରୁ ୭୪,୮୭୭ ଜଣ ସ୍ଥାୟୀ ଶ୍ରମିକ, ୧,୩୯,୭୭୧ ଜଣ ଠିକା ଶ୍ରମିକ ଓ ୧୨,୩୧୨ ଜଣ ସାମୟିକ କର୍ମଚାରୀ ଅଟନ୍ତି। ଏହି ତଥ୍ୟରେ ମଧ୍ୟ ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହେଉଛି।
ଆର୍‌ଟିଆଇ ତଥ୍ୟ ଅନୁସାରେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୫୪୮ଟି ଠିକାସଂସ୍ଥା (୩୬୪ଟି ଅଣଓଡ଼ିଆ ଏବଂ ୧୮୪ଟି ଓଡ଼ିଆ) ନିୟୋଜିତ ଅଛନ୍ତି। ରାଜ୍ୟ ବାହାରର ୩୬୪ ଠିକାସଂସ୍ଥା ଦ୍ୱାରା ୩,୭୫୪ କର୍ମଚାରୀ ଏବଂ ୨୧,୯୫୬ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ସେହିପରି ୧୮୪ ଓଡ଼ିଆ ଠିକାସଂସ୍ଥାରେ ୬୪୦ ଜଣ କର୍ମଚାରୀ ଏବଂ ୫୫୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ନିୟମିତ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ଏବଂ ଠିକା ଶ୍ରମିକ କ୍ଷେତ୍ରରେ ରାଜ୍ୟ ଭିତରୁ ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ମିଳିଛି ବୋଲି ଶିଳ୍ପସଂସ୍ଥାଗୁଡ଼ିକ ଦାବି କରୁଛନ୍ତି। କିନ୍ତୁ ବାସ୍ତବରେ ଏହାର ନିରପେକ୍ଷ ତଦନ୍ତ କରାଯାଇ ଲୋକଲୋଚନରେ ତଥ୍ୟ ନ ରଖିବା ପର୍ଯ୍ୟନ୍ତ ଏହାକୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରଯିବାରୁ ସେ କହିଛନ୍ତି, ଶିଳ୍ପସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ ତଥ୍ୟ ଦାଖଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri