ସମର୍ଥନ ଅଧିକ, ବିରୋଧ କମ୍‌

କାଳିଆପାଣି,୨୩ା୧୨(ଡି.ଏନ.ଏ.): ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌ର କମର୍ଦା ଓ ସାରୁଆବିଲ ଖଣିର ପରିବେଶ ମଞ୍ଜୁରୀ ପାଇଁ ବୁଧବାର ଏକ ଜନଶୁଣାଣି ଶିବିରି ଅନୁଷ୍ଠିତ ହୋଇଯାଇଛି। ସାରୁଆବିଲ ଗ୍ରାମ ଖେଳପଡ଼ିଆରେ ଅନୁଷ୍ଠିତ ଶିବିରରେ ଅଞ୍ଚଳ ଲୋକେ ଯୋଗଦେଇ ବିଭିନ୍ନ ଦାବି ରଖିବା ସହ ଏହାକୁ ବହୁମତରେ ସମର୍ଥନ କରିଛନ୍ତି। ବହୁ କମ୍‌ ଲୋକ ଏହାକୁ ବିରୋଧ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଜନଶୁଣାଣିର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରୁଆବିଲ ଖଣି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ଲାଗି କମର୍ଦା, ତୈଳଙ୍ଗୀ ଓ ସାରୁଆବିଲ ଗ୍ରାମର ଲୋକେ ଯୋଗଦେଇ ନିଜମତ ରଖିଥିଲେ। କମର୍ଦା, ସରୁଆବିଲ ଓ ତୈଳଙ୍ଗୀ ଗ୍ରାମର ୨୪୬.୮୫୮ ହେକ୍ଟର ପରିମିତ ଖଣି ଅଞ୍ଚଳ ପାଇଁ ପରିବେଶ ମଞ୍ଜୁର ନିମନ୍ତେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୨ ଜଣ ନିଜ ମତ ରଖିଥିଲେ।
ସେହିପରି ଅପରାହ୍ନରେ କମର୍ଦା ଖଣି ନିମନ୍ତେ କମର୍ଦା, ତୈଳଙ୍ଗୀ, ସାରୁଆବିଲ ଓ ବାଲିପଦା ଗଁାର ୧୦୭.୨୪୦ ହେକ୍ଟର ଜମି ଅଧିଗ୍ରହଣ ପାଇଁ ଆୟୋଜିତ ଜନଶୁଣାଣିରେ ୩୧୪ ଜଣ ଯୋଗଦେଇ ଦେଇଥିଲେ। ଏହି ୨ ଖଣିର ଜନଶୁଣାଣିରେ ମୋଟ୍‌ ୪୬୬ ଲୋକ ନିଜ ମତାମତ ଦେଇଥିବାବେଳେ ୨୦ ଜଣ ବିସ୍ଥାପିତ ଭୟରେ ବିରୋଧ କରିଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯାଜପୁର ଜିଲା ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପରିଚାଳନା କରିଥିଲେ। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ଥିଲେ। ଏଥିରେ ସାରୁଆବିଲ ଖଣି ସହ ପରିଚାଳକ ଦ୍ୱିବେନ୍ଦୁ ବେହେରା ଖଣି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ। ଜନଶୁଣାଣିକୁ ପ୍ରଶାସନିକ ଅଧିକାରୀ ଦିବ୍ୟଲୋଚନ ମହାପାତ୍ର, ମଦନମୋହନ ମୁର୍ମୁ, ମଦନମୋହନ ସାହୁ, ରବୀନ୍ଦ୍ର କୁମାର ଦାସ ଓ ସୌମ୍ୟେନ୍ଦ୍ର ସାହୁ ପରିଚାଳନା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭେରିୟସ ଟପୋଙ୍କ ନେତୃତ୍ୱରେ ସୁକିନ୍ଦା ଭାରପ୍ରାପ୍ତ ତହସିଲଦାର ନାରାୟଣ ଦୀକ୍ଷିତ, କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ସୁକିନ୍ଦା ଥାନା ଅଧିକାରୀ ଶିବଚରଣ ବେହେରାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ସହ ମୁତୟନ ହୋଇଥିଲେ। କମ୍ପାନୀ ଜିଏମ୍‌ ସୁଶାନ୍ତ କୁମାର ମିଶ୍ର ଲୋକଙ୍କ ଦାବି ପର୍ଯ୍ୟାୟକ୍ରମେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମ୍ପାନୀ ଏଜିଏମ୍‌ ଗୌତମ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?