ଢିଲା ସୁରକ୍ଷା, ବର୍ଷକରେ ଥାନାରୁ ୯ ଫେରାର

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଦିନକୁ ଦିନ କ୍ରମଶଃ ଅପରାଧ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତୀକରଣ କରାଯାଉଛି। ଏପରି କି ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଉଛି। ହେଲେ ଅପରାଧୀ ପୋଲିସ୍‌କୁ ଚକ୍‌ମା ଦେବାରେ ଅନେକ କ୍ଷେତ୍ରରେ ସଫଳ ହେଉଛନ୍ତି। ଏଥିପାଇଁ ଢିଲା ସୁରକ୍ଷା ବ୍ୟବସ୍ଥା ମୁଖ୍ୟ କାରଣ। ବିଶେଷକରି କମିଶନରେଟ ପୋଲିସରେ ବିଭିନ୍ନ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସ ହେପାଜତରୁ ଫେରାର ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବର୍ଷକ ମଧ୍ୟରେ କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା(ୟୁପିଡି)ର ୬ଟି ଥାନାରୁ ୯ଜଣ ଅଭିଯୁକ୍ତ ଫେରାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଏଯାବତ୍‌ ୪ଅଭିଯୁକ୍ତଙ୍କ ପତ୍ତା ମିଳିପପାରି ନ ଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିତ୍ବା ସୂଚନା ଅନୁସାରେ ୨୦୨୧ ଜାନୁୟାରୀ ୧ରୁ ଡିସେମ୍ବର ୨୨ ମଧ୍ୟରେ କମିଶନରେଟ୍‌ ପୋଲିସର ୬ ଥାନା ଯଥା, କ୍ୟାପିଟାଲ, ଚନ୍ଦକା, ତମାଣ୍ଡୋ, ଭରତପୁର, ଖଣ୍ଡଗିରି ଏବଂ ଚନ୍ଦ୍ରଶେଖରପୁର ଥାନାରୁ ୯ଜଣ ଫେରାର୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୟାପିଟାଲ୍‌, ତମାଣ୍ଡୋ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାରୁ ଫେରାର ହୋଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୩ଟି ମାମଲାର ତଦନ୍ତ ଶେଷ କରାଯାଇ କ୍ୟାପିଟାଲ, ଚନ୍ଦକା ଓ ତମାଣ୍ଡୋ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ ହୋଇଛି। ସେହିପରି କ୍ୟାପିଟାଲ, ଭରତପୁର, ଖଣ୍ଡଗିରି ଓ ଚନ୍ଦକା ଥାନାରୁ ଫେରାର୍‌ ହୋଇଥିବା ୪ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।
କମିଶନରେଟ ପୋଲିସ ତା’ର ସୁରକ୍ଷା ବ୍ୟବସ୍ଥା ସୁଦୃଢ ବୋଲି ଗଣମାଧ୍ୟମକୁ ବିଭିନ୍ନ ସମୟରେ କହି ଆସୁଛି। ହେଲେ ବର୍ଷକରେ ପୋଲିସ ହେପାଜତରୁ ୯ ଅଭିଯୁକ୍ତ ଫେରାର ଘଟଣା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରଖାଯାଇଛି, ପ୍ରତି ଥାନାରେ ସିସିଟିଭି ଲଗାଯାଇଛି ଏବଂ ଦକ୍ଷ ପୋଲିସ ଅଧିକାରୀଙ୍କୁ ଥାନା ଦାୟିତ୍ୱ ଦିଆଯାଇଛି। ଏତେସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଭିଯୁକ୍ତମାନେ ଥାନା ହାଜତରୁ ଚମ୍ପଟ ମାରିବା ଘଟଣାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଅଭିଯୁକ୍ତ ଫେରାର ହେବା ଘଟଣା ପଛରେ ପୋଲିସ ଅଧିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ କମିଶନରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri