ଶୋଷଣରୁ ମୁକ୍ତ କରିବାକୁ ମିଳିତ ଦାବି ଉଠିଲା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍‌, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାର କର୍ମୀଙ୍କୁ ନେଇ ଲୋହିଆ ଏକାଡ଼େମୀଠାରେ ବୁଧବାର ମିଳିତ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ‘ରାଜ୍ୟରେ ଘରୋଇ ବିଦ୍ୟାଳୟ ପରିଚାଳନା ଓ ଫି ନିର୍ଦ୍ଧାରଣ ଆଇନ୍‌’ର ଏକ ପ୍ରସ୍ତାବିତ ଖସଡ଼ାକୁ ଉପସ୍ଥାପନ କରାଯାଇଥିଲା। ଏହିକୁ କଡ଼ାକଡ଼ି ଲାଗୁକରି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଶୋଷଣରୁ ମୁକ୍ତ କରିବାକୁ ଦାବି ଉଠିଥିଲା।
ରାଜ୍ୟରେ ଚାଲିଥିବା ବହୁ ଇଂଲିଶ ମାଧ୍ୟମ ସ୍କୁଲ୍‌ ଓ ଧାର୍ମିକ ଅନୁଷ୍ଠାନର ଓଡ଼ିଆ ସ୍କୁଲ ନିଜ ମାଲିକାନାରେ ପରିଚାଳିତ ହେବା ସହିତ ଛାତ୍ର ଓ ଅଭିଭାବକଙ୍କୁ ଗୁଣାମତ୍କ ଶିକ୍ଷା ପ୍ରଦାନ ନାମରେ ଶୋଷଣ କରୁଛନ୍ତି। ନାମଲେଖା ଫି, ମାସିକ ଟ୍ୟୁଶନ ଫି, କମ୍ପ୍ୟୁଟର, ଖେଳ, ଲାଇବ୍ରେରୀ ଫି, ହଷ୍ଟେଲ, ପରିବହନ ଓ ଭିତ୍ତିଭୂମି ନିର୍ମାଣ ଇତ୍ୟାଦି ଫି’ ମନଇଚ୍ଛା ନେଉଛନ୍ତି। କରୋନା ମହାମାରୀ ସମୟରେ ବର୍ଷାଧିକ କାଳ ଶିକ୍ଷାଦାନ ବନ୍ଦ ଥିବା ସମୟରେ ଓ ଲକ୍ଷ ଲକ୍ଷ ଅଭିଭାବକ ରୋଜଗାର ହରାଇଥିବାବେଳେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ନାଁରେ କୋର୍ଟ ଓ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ସ୍କୁଲ୍‌ କର୍ତ୍ତୃପକ୍ଷମାନେ ପୂର୍ଣ୍ଣମାତ୍ରାରେ ଫି’ ଆଦାୟ କରୁଛନ୍ତି। ଅଭିଯୋଗ କଲେ ପୋଲିସ ଓ ପ୍ରଶାସନକୁ ହାତ କରି ଅଭିଭାବକଙ୍କୁ ଥାନାରେ ପୂରା ଯାଉଛି। ଫି’ ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କ ଅନଲାଇନ୍‌ ଶିକ୍ଷା ଲିଙ୍କ୍‌ କାଟିଦେଇ ସେମାନଙ୍କୁ ମାନସିକ ଓ ସାମାଜିକ ନିର୍ଯାତନା ମଧ୍ୟ ଦିଆଯାଉଛି। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଟିସି ନ ଦେଇ ହଇରାଣ କରାଯାଉଛି। ତେଣୁ ଏହା ବିରୋଧରେ ସ୍ବର ଉଠାଇବା ପାଇଁ ବୈଠକରେ ଉପସ୍ଥିତ ରାଜନେତା, ଶିକ୍ଷକ ନେତା, ସାମ୍ବାଦିକ ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୧୦୫ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୧୯ ଶିଶୁ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୩୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ରାଜ୍ୟରେ ପ୍ରବେଶ ପୂର୍ବରୁ ହାତରେ ବାଜିବ ଷ୍ଟାମ୍ପ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଫେରିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଓ୍ବେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେଶନ କରୁଛନ୍ତି। ଆସୁଥିବା ଲୋକେ...

ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ଭାଜପାର ଅଭିଯୋଗ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ...

ସ୍ବର୍ଗଦ୍ୱାରରେ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୧୪ା୧: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ମଙ୍ଗଳବାର ସ୍ବର୍ଗଦ୍ୱାରରେ...

ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ...

ରାଜ୍ୟରୁ ପୁଣି ୬୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୯ ଜଣଙ୍କ ଜୀବନ ନେଇଛି।...

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କାକୁ ନେଇ ବିଧାନସଭାରେ ହଟ୍ଟଗୋଳ: ୧୧ଟା ୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ଶୁକ୍ରବାର ବିଧାନସଭାରେ ପୁଣି ହଟ୍ଟଗୋଳ ହୋଇଛି। ଭାଜପା ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ...

ରେବ, କପାଳୀ ନଦୀରେ ବନ୍ୟା : ବୁଡ଼ିଲା ଶତାଧିକ ଏକର ଚାଷ ଜମି

ଧାମନଗର,୧୮ା୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଦେଇ ପ୍ରବାହିତ ରେବ ଓ କପାଳି ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଏହି ବ୍ଲକର...

Advertisement
Archives

Model This Week