୩ ଦଳ ପାଇଁ ଅନେକ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହୋଇପାରେ। ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚତ୍ଲାଣି। ନିର୍ବାଚନ ୫ ପର୍ଯ୍ୟାୟରେ କରାଇବା ପାଇଁ ଅଞ୍ଚଳ ଚିହ୍ନଟ ସରିଛି। ସେହିପରି ଯେତେ ଶୀଘ୍ର ସମ୍ଭବ ପୌର ନିର୍ବାଚନ କରାଇବା ଲାଗି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ସରକାରଙ୍କ ପକ୍ଷରୁ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ ଜାରି ରହିଛି। ଅନ୍ୟପକ୍ଷରେ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ରାଜ୍ୟରେ ଦୁର୍ନୀତି, ଅପରାଧ ବୃଦ୍ଧି ଏବଂ କେତେକ କାର୍ଯ୍ୟରେ ସରକାରୀ କଳର ବିଫଳତାକୁ ନେଇ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଜୋର୍‌ଦାର ହୋଇଛି। ଏସବୁ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ବେଶ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଦଳୀୟ କାର୍ଯ୍ୟକ୍ରମ ସହ ନେତାମାନଙ୍କ ବୈଠକ, ମିଶ୍ରଣ ପର୍ବ ଆଦି ଚାଲିଛି। ଭୋଟରଙ୍କ ପାଖରେ ପହଞ୍ଚତ୍ବା ପାଇଁ ୩ ପ୍ରମୁଖ ଦଳ ପାଖରେ ଅନେକ ପ୍ରସଙ୍ଗ ମଧ୍ୟ ରହିଛି। ଫଳରେ ଆଗାମୀ ନିର୍ବାଚନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି କୁହାଯାଉଛି।
ଜିଲା ରାଜନୀତିକୁ ବିଶ୍ଲେଷଣ କରୁଥିବା ସାମାଜିକ କର୍ମୀ ବାନାମ୍ବର ସାହୁ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ କୁହନ୍ତି, ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର କର୍ମକର୍ତ୍ତାଙ୍କୁ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିବ। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲାରେ ପ୍ରଭାବ ବିସ୍ତାର କରି ପାରି ନ ଥିଲା। ଲୋକଙ୍କ ତୃଣମୂଳ ସମସ୍ୟାକୁ ଲୋକଲୋଚନକୁ ଆଣି ଭୋଟରେ ପରିଣତ କରିବାକୁ କୌଣସି ଫଳପ୍ରଦ ଯୋଜନା ନ ଥିଲା। ଗତ ୫ ବର୍ଷ ମଧ୍ୟରେ ଏହାର ପରିବର୍ତ୍ତନ ହୋଇଛି। ଜିଲା ସଭାପତି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ କଂଗ୍ରେସ ରାଜନୀତିକୁ ଚଳଚଞ୍ଚଳ କରିଛନ୍ତି। ଜିଲାର ଆବଶ୍ୟକତା ଭାବେ ପରିଚିତ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରାପଡ଼ା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, କୃଷି କ୍ଷେତ୍ରରେ ଜଳ ପରିଚାଳନା ଆଦି ପ୍ରସଙ୍ଗକୁ କଂଗ୍ରେସ ତୃଣମୂଳସ୍ତରରେ ପହଞ୍ଚାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ବିଶେଷକରି ଖରସ୍ରୋତା ନଦୀ ପାଣି ବିବାଦରେ କଂଗ୍ରେସ ନିଜର ସ୍ଥିତି ଜାହିର କରିଛି। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପାର ସ୍ଥିତି କଂଗ୍ରେସଠାରୁ ଉପରେ ଥିଲା। ୧୦ ଜିଲା ପରିଷଦ ସଭ୍ୟ ନିର୍ବାଚିତ ହେବା ସହ ବିଭିନ୍ନ ପଞ୍ଚାୟତରେ ସମର୍ଥିତ ପ୍ରାର୍ଥୀମାନେ ଲୋକ ପ୍ରତିନିଧି ହୋଇଥିଲେ। ଲୋକ ସମ୍ପର୍କକୁ ଧରି ରଖିବା ପାଇଁ ଏହି ଦଳ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଛି। ଜନ ଆନ୍ଦୋଳନ ମାଧ୍ୟମରେ ଜିଲା ସମସ୍ୟାକୁ ଉପସ୍ଥାପନ କରାଯାଉଛି। ଏହାବ୍ୟତୀତ ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଭଳି ପ୍ରସଙ୍ଗରେ ଭାଜପା ଜୋରଦାର ଆନ୍ଦୋଳନ କରି ଶାସକ ଦଳ ବିଜେଡିକୁ ଘେରିବାକୁ ଉଦ୍ୟମ ଚଳାଇଛି। ଏଭଳିସ୍ଥଳେ ଖରିଫ ଚାଷ ଆରମ୍ଭ ଓ ଶେଷ ସମୟରେ ଲଗାଣ ବର୍ଷା ଯୋଗୁ ଉଦ୍‌ବୃତ୍ତ ଜଳର ନିଷ୍କାସନ ହୋଇ ନ ପାରିବା ସହ ଖରସ୍ରୋତା ପାଣି ବିବାଦ ଶାସକ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। କିନ୍ତୁ ଜିଲାରେ ବିଜେଡି ସଙ୍ଗଠନ ମଜଭୁତ ରହିଛି। ୯ ବ୍ଲକ ଅଧ୍ୟକ୍ଷ ସହ ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିଛି। କରୋନା ସଂକ୍ରମଣ ସମୟକୁ ନିୟନ୍ତ୍ରଣ କରିବା ସହ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ, ସ୍କୁଲ ରୂପାନ୍ତରଣ, ଶିଳ୍ପ ପ୍ରତିଷ୍ଠା, ରାସ୍ତା, ସେତୁ ନିର୍ମାଣର ସଫଳତା ଆଦି ବିକାଶ କାର୍ଯ୍ୟକୁ ବିଜେଡି ପ୍ରସଙ୍ଗ କରି ବିରୋଧୀଙ୍କୁ ମୁକାବିଲା କରିବ ବୋଲି କୁହାଯାଉଛି। ୩ ଦଳ ପାଖରେ ପ୍ରସଙ୍ଗ ଭରପୂର ରହିଥିବାବେଳେ ଦଳୀୟ ଟିକେଟ ଏବଂ ସମର୍ଥନ ପାଇଁ ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଦେଖିବାକୁ ମିଳିଲାଣି। ସେଥିମଧ୍ୟରୁ ଅନେକେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଉଠାଇ ଦଳ ଏବଂ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି। ହେଲେ ଏଭଳି ନିର୍ବାଚନୀ ଉତ୍କଣ୍ଠା କିଛିଦିନ ହେଲା ଦେଖିବାକୁ ମିଳୁଥିବାବେଳେ ଦଳୀୟ କନ୍ଦଳ ଦଳଗୁଡ଼ିକ ପାଇଁ ସମସ୍ୟା ହୋଇ ଠିଆ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷ ପରେ ବଳାତ୍କାରୀ ଅଭିଯୁକ୍ତ ଗିରଫ

ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ...

ରାଜ୍ୟରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ଭାତୃଭାବ ଜାଗ୍ରତ ହେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସମ୍ଭବ

ବଲାଙ୍ଗୀର ଅଫିସ/ପୁଇଁତଲା, ୧୧ା୧୨ (ଡି.ଏନ୍‌.ଏ.) ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ଅବସରରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟରେ...

୫-ଟି ସଚିବଙ୍କ ଶିଖରଚଣ୍ଡୀ, ଟାଉନ ପ୍ଲାନିଂ ସ୍କିମ୍‌ ସମୀକ୍ଷା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ସୋମବାର ଭୁବନେଶ୍ୱର ଉପକଣ୍ଠ ପଥରଗାଡ଼ିଆ ନିକଟସ୍ଥ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହ...

ପୁରୀ ଜିଲାରେ ବନ୍ୟା: ୯ ବ୍ଲକର ୧,୩୩,୧୨୧ ଲୋକ ପ୍ରଭାବିତ, କଣାସ ବ୍ଲକରେ ସର୍ବାଧିକ ଘର କ୍ଷତି

ପୁରୀ ଅଫିସ/କଣାସ (ସ୍ବ.ପ୍ର.), ୬।୯: ପୁରୀ ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଜିଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା,...

ସ୍ମାର୍ଟସିଟିରେ ଦହଗଞ୍ଜ ୧୨ ବସ୍ତିର ବାସିନ୍ଦା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରିବା ପାଇଁ ଯୋଜନା ପରେ ଯୋଜନା କରାଯାଉଛି। କିନ୍ତୁ ଏବେ ବି ସ୍ମାର୍ଟସିଟିରେ ରହୁଥିବା ଅନେକ ବସ୍ତିବାସିନ୍ଦା ମୌଳିକ...

ଓଟିଭି ସିଇଓଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାରୁଅ ଜମି ଦୁର୍ନୀତି ମାମଲାରେ ‘ଓଟିଭି’ ସିଇଓ ତଥା ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ମଙ୍ଗଳବାର କ୍ରାଇମବ୍ରାଞ୍ଚ ମାରାଥନ୍‌...

ବଢ଼ୁଛି ଖାଦ୍ୟ ଅପମିଶ୍ରଣ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ରାଜ୍ୟରେ ଖାଦ୍ୟ ପଦାର୍ଥରେ ଅପମିଶ୍ରଣର ମାତ୍ରା ବଢ଼ିଚାଲିଛି। ୨୦୧୮-୧୯ରେ ୧,୯୨୬ ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ବର୍ଷରେ ଏହା ୨,୯୦୨କୁ ବୃଦ୍ଧି ପାଇଛି। ଏହି...

Advertisement
Archives

Model This Week