ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିବା ସୂଚନା। ତେବେ ତାଙ୍କୁ ୭ ଦିନ ଆଇସୋଲେଶନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ନୂଆ ଡିଜିପିଙ୍କୁ ଓଡ଼ିଶା ଫେରିବାକୁ ଅନୁମତି
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଡ଼ିଶା ନୂଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ସୁନୀଲ ବଂଶଲ ନିଯୁକ୍ତି ପାଇଛନ୍ତି । ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ କମିଟି…
ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା
ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ କୁନି ନାଏକ।…
ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ
ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ସାମାଧାନର ବାଟ ବାହାରି ପାରୁନାହିଁ। ତେବେ ଆଜିର କୋର୍ଟ…
ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି
ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି ପ୍ରିମିୟମ ଯୋଗାଇବା ଦାବିରେ ଓଡ଼ିଆ ବୀର ମହାସଂଘ ସୋମବାର ବରୁଣେଇ ପୀଠରୁ ରଣହୁଙ୍କାର ଦେଇଛି।…
ରାଜ୍ୟରେ କମୁଛି ଶୀତ, ଆଜିଠୁ ୨୯ ଯାଏ ବର୍ଷା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ଶୀତ କମୁଛି। ଆଜିଠୁ ୨୯ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ଆଜି ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝରରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ…
ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୩ କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ଉପାନ୍ତକୁ ଅଣଦେଖା: ମଣ୍ଡିରେ ପଡ଼ିଛି ଧାନ
ବରଗଡ଼ ଅଫିସ୍/ଝାରବନ୍ଧ/ ଅମ୍ବାଭୋନା,୨୭।୧୨: ଖରିଫ ଧାନ ସଂଗ୍ରହରେ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳଗୁଡ଼ିକୁ ଅଣଦେଖା କରାଯାଉଛି। ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ଜଗି ରହିଛନ୍ତି। ଅନ୍ୟପଟେ ଧାନ ବିକ୍ରି ହୋଇ ନ ପାରିବାରୁ ଅମଳରେ ନିୟୋଜିତ…
ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୨୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୫୧ ଜଣ ଲୋକାଲ କେସ…
ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ
ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ କ୍ୟାମ୍ପ…
ସାଢ଼େ ୮ ହଜାର ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ୮ ହଜାର ୫୬୭ ଡାକବାକ୍ସରୁ ସମାନ ଚିଠି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଉକ୍ତ ଚିଠିରେ ମହିଳା ସୁରକ୍ଷା ନେଇ ଶାସକ…
ଖଣ୍ଡୋଲାଇଟ୍ ପଥର ଖଣି ଖନନକୁ ବିରୋଧ
ଚଣ୍ଡିଖୋଲ,୨୭ା୧୨(ଡି.ଏନ.ଏ.): ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଯାଜପୁର ଜିଲାର ଶୁଖୁଆପଡ଼ା, କେଶରାଇପୁର, ଚଣ୍ଡିଆ ଓ ତେଲିଗଡ଼ ପାହାଡ଼ରୁ ଖଣ୍ଡୋଲାଇଟ୍ ପଥର ଖନନ କରାଯିବ। ଏହାକୁ ଓଡ଼ିଶା ଖଣିନିଗମ ଉତ୍ତୋଳନ ପାଇଁ…
Archives


