୫ ଶ୍ରେଷ୍ଠ ତୀର୍ଥସ୍ଥାନରେ ପୁରୀ: ଓୟୋ

ନୂଆଦିଲ୍ଲୀ,୭।୬:ଭାରତର ୫ ଶ୍ରେଷ୍ଠ ତୀର୍ଥସ୍ଥାନ ମଧ୍ୟରେ ପୁରୀ ରହିଛି। ସର୍ବାଧିକ ଯାତ୍ରୀ ଆସୁଥିବା ଅନ୍ୟ ତୀର୍ଥସ୍ଥାନଗୁଡ଼ିକ ହେଲେ ବାରାଣସୀ, ତିରୁପତି, ଅମୃତସର ଏବଂ ଶିରିଡ଼ି। ଟ୍ରାଭେଲ୍‌ ଟେକ୍‌ କମ୍ପାନୀ ଓୟୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇଣ୍ଡିଆସ୍‌ ଟ୍ରେଜର ଟ୍ରୋଭ୍‌ ଅଫ୍‌ କଲ୍‌ଚର ଟ୍ରାଭେଲ୍‌ ୨୦୨୨’ରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ତୁଳନାରେ ୨୦୨୨ରେ ସାଂସ୍କୃତିକ ସ୍ଥଳ ମଧ୍ୟରେ ଶ୍ରୀନଗର ପାଇଁ ସର୍ବାଧିକ ୩.୫ ଗୁଣରୁ ଅଧିକ ବୁକିଂ ହୋଇଛି। ଶ୍ରୀନଗର ବ୍ୟତୀତ ପହଲଗାମ, ଜମ୍ମୁ, ବୋଧଗୟା ଏବଂ ଶିରିଡ଼ି ଭାରତର ଶ୍ରେଷ୍ଠ ସାଂସ୍କୃତିକ ସ୍ଥଳ ମଧ୍ୟରେ ରହିଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଓୟୋର ବୁକିଂ ତଥ୍ୟକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ସବୁଠୁ ଲୋକପ୍ରିୟ ତୀର୍ଥସ୍ଥାନ ମଧ୍ୟରେ ଶୀର୍ଷରେ ବାରାଣସୀ ଥିବାବେଳେ ଏହା ପଛକୁ ତିରୁପତି, ପୁରୀ, ଅମୃତସର ଏବଂ ଶିରିଡ଼ି ସ୍ଥାନ ପାଇଛି। ଏହା ବ୍ୟତୀତ ଓୟୋର ମଧ୍ୟଗ୍ରୀଷ୍ମ ଅବକାଶ ସୂଚକାଙ୍କ ଅନୁଯାୟୀ ଚଳିତ ଗ୍ରୀଷ୍ମଋତୁରେ ବୈଷ୍ଣୋଦେବୀ ଦର୍ଶନ ଲାଗି ସର୍ବାଧିକ ଗ୍ରାହକ ଆଗ୍ରହ ପ୍ରକାଶ କରିଛନ୍ତି। ଐତିହ୍ୟ ସ୍ଥଳ ଭାବେ ଔରଙ୍ଗାବାଦର ଅଜନ୍ତା ଓ ଏଲୋରା ଗୁମ୍ଫା ଏବଂ ଆଗ୍ରାର ତାଜମହଲ ଶୀର୍ଷରେ ଥିବାବେଳେ ଏହା ପଛକୁ ହାମ୍ପି, ଖଜୁରାହୋ ଏବଂ ମହାବଳୀପୁରମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri