ଛୁରାମାଡ଼ କରି ଲୁଟୁଥିବା ଗ୍ୟାଙ୍ଗ ଧରାପଡିଲା

ଭୁବନେଶ୍ୱର,୭।୬(ବ୍ୟୁରୋ):ରାତିହେଲେ ରାଜଧାନୀରେ ମୁଖ୍ୟ ରାସ୍ତାଠାରୁ ଗଳିକନ୍ଦି ଘୁରି ବୁଲୁଥିଲେ। ଯାହାକୁ ପାରିଲେ ଛୁରାମାଡ଼ କରି ଲୁଟୁଥିଲେ। ଗତ ୧୬ ତାରିଖରେ ଜଣେ ଧୂପ ବ୍ୟବସାୟୀଙ୍କୁ ଛୁରି ଭୁସି ଲୁଟ୍‌ କରିବା ଘଟଣାରେ ଭରତପୁର ଥାନା ପୋଲିସ ସମ୍ପୃକ୍ତ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର କାଳିଆ ଓରଫ ଦୀପକ ପ୍ରଧାନ(୨୩) ଓ ସହଯୋଗୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲରେ ରହୁଥିବା ଲୁଡୁ ଓରଫ ଶୁଭମ ସ୍ବାଇଁ(୨୦)। ଏମାନଙ୍କଠାରୁ ଗୋଟିଏ ଛୁରି, ଗୋଟିଏ ବାଇକ ଓ ୧୫ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଏକାଧିକ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଖୋଜାଚାଲିଛି ବୋଲି ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।
ପୋଲିସ ସୂଚନାନୁସାରେ, ମାଷ୍ଟରମାଇଣ୍ଡ୍‌ କାଳିଆ କେତେଜଣ ସହଯୋଗୀଙ୍କ ସହ ମିଶି ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ଦୁଇଜଣିଆ ଦଳ ହୋଇ ବାଇକରେ ବୁଲି ଲୁଟ୍‌ପାଟ କରନ୍ତି। ଲୁଡୁ ଚୋରା ମୋବାଇଲ ଫୋନ୍‌ ବିକ୍ରି କରନ୍ତି। କଳିଙ୍ଗନଗର କେ-୩ରେ ରୁହୁଥିବା ଧୂପ ବ୍ୟବସାୟୀ ବିଭୁପ୍ରସାଦ ଦାଶ ନିଜ କାମ ସାରି ମେ’ ୧୬ ରାତିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୧ଟା ୫୦ରେ ଘାଟିକିଆ ହନୁମାନ ମନ୍ଦିର ନିକଟରେ ବିଭୁପ୍ରସାଦ ଯାଉଥିବାବେଳେ ଗ୍ୟାଙ୍ଗର ସଦସ୍ୟ ସଲମନ୍‌ଙ୍କ ସହ କାଳିଆ ତାଙ୍କୁ ଅଟକାଇ ଟଙ୍କା ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ। ବିଭୁପ୍ରସାଦ ବିରୋଧ କରିବାରୁ ସେମାନେ ତାଙ୍କ ପେଟକୁ ଛୁରାମାଡ କରି ୩ ହଜାର ଟଙ୍କା ଥିବା ବ୍ୟାଗ ଓ ମୋବାଇଲ ଫୋନ୍‌ ନେଇ ପଳାଇଥିଲେ। ବିଭୁପ୍ରସାଦ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଉକ୍ତ ବାଟଦେଇ ଯାଉଥିବା କେତେଜଣ ବ୍ୟକ୍ତି ଆମ୍ବୁଲାନ୍ସରେ ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଏମ୍‌ସରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ବନ୍ଧୁ ପ୍ରଭାତ ରଞ୍ଜନ ଦାଶଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯୧/୨୦୨୨) ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri