ନେତା ଦୁର୍ବଳ, ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ: କଂଗ୍ରେସ

ନବରଙ୍ଗପୁର,୬।୬(ବି.ପ୍ର.): କଂଗ୍ରେସ, ଭାଜପା ଓ ବିଜେଡି ପ୍ରମୁଖ ରାଜନୈତିକ ଦଳ ନବରଙ୍ଗପୁର ଜିଲାକୁ କେବେ ମଧ୍ୟ ନିରାଶ କରି ନ ଥିଲେ। ଏହି ଜିଲାରୁ ବିଭିନ୍ନ ସମୟରେ ସଦାଶିବ ତ୍ରିପାଠୀ, ପରମା ପୂଜାରୀ, ଡମ୍ବରୁ ମାଝି, ରବିସିଂ ମାଝି, ଯାଦବ ମାଝି, ହାବିବୁଲ୍ଲା ଖାଁ ଓ ରମେଶ ଚନ୍ଦ୍ର ମାଝି ମନ୍ତ୍ରୀ ରହିଥିଲେ। ତେବେ ରବିବାର କେତେଜଣ ପୁରୁଣାଙ୍କ ସହ ନୂଆ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଲା। ହେଲେ ମୁଖ୍ୟମନ୍ତ୍ରୀ ଏଥର ଜିଲାର ୩ଜଣ ବିଧାୟକ ମଧ୍ୟରୁ କାହାରିକୁ ବି ସ୍ଥାନ ଦେଲେ ନାହିଁ। ନବରଙ୍ଗପୁର ଭଳି ଜିଲାରୁ କାହାରିକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବା ଜିଲାର ନେତାଙ୍କ ଦୁର୍ବଳତାକୁ ବୁଝାଉଛି ବୋଲି ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ମୁନା ତ୍ରିପାଠୀ କହିଛନ୍ତି।

ସେହିଭଳି ଚଳିତ ମାସରେ ଜିଲାରେ ବଡ଼ ଧାରଣର ଏକ ମିଶ୍ରଣ ପର୍ବ ହେବ। ରାଜସ୍ଥାନ ଉଦୟପୁର ଢାଞ୍ଚାରେ ଚିନ୍ତନ ପର୍ବ ଓ ନୂତନ ମଣ୍ଡଳ କଂଗ୍ରେସ ଗଠନ ଚାଲିଛି ବୋଲି ସୂଚନା ମିଳିଛି। ସରକାର ୫-ଟି ମାଧ୍ୟମରେ ହାଇସ୍କୁଲଗୁଡିକର ରୂପାନ୍ତରଣ କରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ଠିକ୍‌ ଥିଲେ ମଧ୍ୟ ଯେଉଁସବୁ କାମ କରାଯାଉଛି ତାହା ଅତି ନିମ୍ନମାନର ହେଉଛି। ପୁରୁଣା ଟିଣରେ ରଙ୍ଗ ଦେବା, ପାଚେରିରେ ନିମ୍ନମାନର ରଙ୍ଗରେ ଚିତ୍ର ଆଙ୍କିବା ଓ ବଗିଚା କାମରେ ଯେଉଁସବୁ ସିମେଣ୍ଟ ବ୍ୟବହାର କରାଯାଉଛି ତାହା ଛୁଇଁଲା ମାତ୍ରେ ଝଡି ପଡୁଛି ବୋଲି ଅଭିଯୋଗ ହୋଇଛି। ବିନା ଠିକାରେ ବିଭାଗ ନିଜ ହାତରେ କାମ ରଖି ଅତି ନିମ୍ନମାନରେ କାମ କରି ଚାଲିଛି। ଏ ନେଇ କଂଗ୍ରେସ ପ୍ରତିବାଦ କରିବ ବୋଲି ଜିଲା ସଭାପତି ତ୍ରିପାଠୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ସମ୍ପାଦକ ପ୍ରଦୀପ ସାହୁ, ପିସିସି ସଭ୍ୟ ଦିଲୀପ ବେହେରା, ସୁବାସ ସୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri