ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ

ସୋର, ୭।୬(ଡି.ଏନ୍‌.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଥିଲା। ଉଭୟପାର୍ଶ୍ୱରେ କେତେକ ଦୂରଗାମୀ ଟ୍ରେନ ଅଟକି ରହିବା ଯୋଗୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ହନ୍ତସନ୍ତ ହୋଇଥିଲେ। ଖଡ଼ଗପୁର ଡିଆରଏମ୍‌ ଅନ୍ୟ ଅଧିକାରୀଙ୍କ ଜରିଆରେ ମେସେଜ୍‌ ଦେବା ପରେ ସୋର ଅତିରିକ୍ତ ତହସିଲଦାର ସତ୍ୟଜିତ ମହାନ୍ତି ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୮ ତାରିଖରେ ଖଡ଼ଗପୁର ଡିଆର୍‌ଏମ୍‌ କାର୍ଯ୍ୟାଳୟରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯିବାରୁ ରେଳରୋକୋକୁ ସ୍ଥଗିତ ଘୋଷଣା କରାଯାଇଥିଲା।
ମଧ୍ୟରେ ଦୀର୍ଘବର୍ଷ ହେଲା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ହାୱଡ଼ା-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଡାଉନ୍‌ ଟ୍ରେନ ଏଠାରେ ରହିଆସୁଥିଲା। କୋଭିଡ଼ କଟକଣା ଆଳରେ ଏହାର ରହଣିକୁ ବାତିଲ କରିଦିଆଯାଇଛି। ସେହିପରି ହାୱଡ଼ା-ଯଶୋବନ୍ତପୁର, ନନ୍ଦନକାନ ଏକ୍ସେପ୍ରେସ ସୋରରେ ରହଣି, ପାସେଞ୍ଜର ଟ୍ରେନଗୁଡ଼ିକରେ ସାଧାରଣ ଭଡ଼ା ନେବା, ଦ୍ୱିତୀୟ ପାଦଚଲା ପୋଲ ନିର୍ମାଣ, ପ୍ଲାଟଫର୍ମରେ କୋଚ୍‌ ଇଣ୍ଡିକେଟର ଲଗାଇବା, ଟିକେଟ କଳାବଜର ରୋକିବା ପାଇଁ ସିସିକ୍ୟାମେରା ଲଗାଇବା, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଥଣ୍ଡା ପାନୀୟ ଜଳ ଏବଂ ଘଣ୍ଟା ଲଗାଇବା ଆଦି ଦାବି ନେଇ ନାଗରିକ ମଞ୍ଚ ରେଳ ମନ୍ତ୍ରୀ ଅଶି୍ବନୀ ବୈଷ୍ଣବ, ଦକ୍ଷିଣପୂର୍ବ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ଆନ୍ଦୋଳନରେ ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ, ସମ୍ପାଦକ ଡ.ନରହରି ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ନବକିଶୋର ଦାସ, ଦମୋଦର ଦାଶ ମହାପାତ୍ର, ମନୋଜ କୁମାର ରାୟ, ବିଭିନ୍ନ ସଙ୍ଗଠନ ତରଫରୁ ଗୌରୀଶଙ୍କର ଘଡ଼େଇ, ଅଜିତ ନାୟକ, ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?