ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ

ସୋର, ୭।୬(ଡି.ଏନ୍‌.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଥିଲା। ଉଭୟପାର୍ଶ୍ୱରେ କେତେକ ଦୂରଗାମୀ ଟ୍ରେନ ଅଟକି ରହିବା ଯୋଗୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ହନ୍ତସନ୍ତ ହୋଇଥିଲେ। ଖଡ଼ଗପୁର ଡିଆରଏମ୍‌ ଅନ୍ୟ ଅଧିକାରୀଙ୍କ ଜରିଆରେ ମେସେଜ୍‌ ଦେବା ପରେ ସୋର ଅତିରିକ୍ତ ତହସିଲଦାର ସତ୍ୟଜିତ ମହାନ୍ତି ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୮ ତାରିଖରେ ଖଡ଼ଗପୁର ଡିଆର୍‌ଏମ୍‌ କାର୍ଯ୍ୟାଳୟରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯିବାରୁ ରେଳରୋକୋକୁ ସ୍ଥଗିତ ଘୋଷଣା କରାଯାଇଥିଲା।
ମଧ୍ୟରେ ଦୀର୍ଘବର୍ଷ ହେଲା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ହାୱଡ଼ା-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଡାଉନ୍‌ ଟ୍ରେନ ଏଠାରେ ରହିଆସୁଥିଲା। କୋଭିଡ଼ କଟକଣା ଆଳରେ ଏହାର ରହଣିକୁ ବାତିଲ କରିଦିଆଯାଇଛି। ସେହିପରି ହାୱଡ଼ା-ଯଶୋବନ୍ତପୁର, ନନ୍ଦନକାନ ଏକ୍ସେପ୍ରେସ ସୋରରେ ରହଣି, ପାସେଞ୍ଜର ଟ୍ରେନଗୁଡ଼ିକରେ ସାଧାରଣ ଭଡ଼ା ନେବା, ଦ୍ୱିତୀୟ ପାଦଚଲା ପୋଲ ନିର୍ମାଣ, ପ୍ଲାଟଫର୍ମରେ କୋଚ୍‌ ଇଣ୍ଡିକେଟର ଲଗାଇବା, ଟିକେଟ କଳାବଜର ରୋକିବା ପାଇଁ ସିସିକ୍ୟାମେରା ଲଗାଇବା, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଥଣ୍ଡା ପାନୀୟ ଜଳ ଏବଂ ଘଣ୍ଟା ଲଗାଇବା ଆଦି ଦାବି ନେଇ ନାଗରିକ ମଞ୍ଚ ରେଳ ମନ୍ତ୍ରୀ ଅଶି୍ବନୀ ବୈଷ୍ଣବ, ଦକ୍ଷିଣପୂର୍ବ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ଆନ୍ଦୋଳନରେ ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ, ସମ୍ପାଦକ ଡ.ନରହରି ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ନବକିଶୋର ଦାସ, ଦମୋଦର ଦାଶ ମହାପାତ୍ର, ମନୋଜ କୁମାର ରାୟ, ବିଭିନ୍ନ ସଙ୍ଗଠନ ତରଫରୁ ଗୌରୀଶଙ୍କର ଘଡ଼େଇ, ଅଜିତ ନାୟକ, ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ...

ସ୍ତ୍ରୀଙ୍କୁ ପିଟି ହତ୍ୟା କଲେ ସ୍ବାମୀ

ଟାଙ୍ଗୀ(ଖୋର୍ଦ୍ଧା),୨୫ା୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣର ମାନସିଂହପୁର ଗ୍ରାମ ଗୋପବନ୍ଧୁ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଗ୍ରସ୍ତ ସ୍ବାମୀ...

ଭୁବନେଶ୍ୱରରେ ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାଓ୍ବା ରାଜଧାନୀକୁ ଉତ୍ତପ୍ତ କରିଦେଇଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୯ଟାରୁ ଗରମ ପବନ ସମଗ୍ର...

କେନ୍ଦ୍ରୀୟ ବଜେଟରେ ବ୍ୟୟବରାଦ ହ୍ରାସକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ; କହିଲେ ଏମିତି

ଭୁବନେଶ୍ୱର,୧।୨(ବ୍ୟୁରୋ): କେନ୍ଦ୍ରୀୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା...

ପ୍ରଦୂଷଣ ବଢ଼ାଉଛି ଫ୍ଲାଇ ଆଶ

ବଇଣ୍ଡା, ୧୮।୨(ଡି.ଏନ.ଏ.) ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ସାନହୁଲା ନିକଟରେ ଥିବା ଏକ ବେସରକାରୀ ଜମିରେ ଗଦା କରି ରଖାଯାଇଥିବା ଫ୍ଲାଇ ଆଶ...

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଉପରେ ତ୍ରିପାକ୍ଷିକ ଆଲୋଚନା

ଜଗତ୍‌ସିଂହପୁର ଅଫିସ, ୧୧।୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପକ୍ଷରୁ ୫୩,୭୦୦ କୋଟି ଟଙ୍କା ବିନିମୟରେ ପାରାଦୀପରେ ସମନ୍ବିତ ଇସ୍ପାତ ପ୍ରକଳ୍ପ କରିବାକୁ ପ୍ରସ୍ତାବ ରହିଛି। ଏ ନେଇ...

ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ: ମ୍ୟାଚ୍‌ ଦେଖିବେ ସ୍ବାଭିମାନ ଅଞ୍ଚଳର ୫୦ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୧୬।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଶ୍ୱ ମହିଳା...

ଜିଲା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା: ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

ଢେଙ୍କାନାଳ ଅଫିସ, ୨୪।୭: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।...

Advertisement
Archives

Model This Week