ମୟୂରଭଞ୍ଜରେ ମହିଳା କାର୍ଡ

ବାରିପଦା ଅଫିସ,୭ା୬: ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ବାସନ୍ତୀଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମିଳିଛି। ମହିଳା ସଶକ୍ତୀକରଣକୁ ନେଇ ଜିଲାରେ ମହିଳା ସଙ୍ଗଠନ ଓ ଦଳୀୟ ସଙ୍ଗଠନକୁ ମଜବୁତ ଲକ୍ଷ୍ୟ ରଖି ବିଜେଡି ପକ୍ଷରୁ ଆଦିବାସୀ ମହିଳାକାର୍ଡ ଖେଳାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ କାର୍ଡ ପ୍ରଚଳନ ଜୋର ଧରିଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କୁ ମନ୍ତ୍ରୀପଦ ମିଳିବା ପରେ ଜିଲାର ବିକାଶ କେତେ ହୋଇପାରୁଛି ତାହାକୁ ନେଇ ଆଲୋଚନା ଚାଲିିଛି। ଅନ୍ୟପକ୍ଷରେ ଜିଲାର ଟାଣୁଆ ନେତା ଭାବେ ପରିଚିତ ସୁଦାମ ମାରାଣ୍ଡିଙ୍କ ସ୍ଥାନରେ ବାସନ୍ତୀଙ୍କୁ ଅବସ୍ଥାପିତ କରିବା ନେଇ ମନ୍ତ୍ରୀପଦ ପ୍ରଭାବଶୂନ୍ୟ ହେବକି ବୋଲି ଚର୍ଚ୍ଚା ଜୋର ଧରିଛି ।
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିଲା। ୫୬ ଜିଲା ପରିଷଦ ଆସନ ମଧ୍ୟରୁ ୫୩ଟି ବିଜେଡି ଖାତାକୁ ଯାଇଥିବା ବେଳେ ମାତ୍ର ତିନୋଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ହାତେଇଥିଲା। ସେହିପରି ଜିଲାର ବ୍ଲକ ଅଧ୍ୟକ୍ଷ ଓ ପୌର ପରିଷଦ ନିର୍ବାଚନରେ ବିଜେଡିର ସଫଳତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ତେବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ରାଜସ୍ବମନ୍ତ୍ରୀ ଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ ଦିଆଗଲା। ଜଣେ ଲୋକପ୍ରିୟ ଏବଂ ଅଭିଜ୍ଞ ନେତାଙ୍କୁ ବାଦ୍‌ ଦିଆଯିବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଜିଲାରେ ଚର୍ଚ୍ଚା ବଢ଼ିଛି। ତତ୍‌କାଳୀନ ରାଜସ୍ବ ମନ୍ତ୍ରୀଙ୍କ ଜିଲାରେ ରାଜସ୍ବ ହରିଲୁଟ ଘଟଣାରେ ଏନ୍‌ଜିଟି ଛାଟକୁ ନେଇ ନବୀନ ସୁଦାମଙ୍କୁ ମନ୍ତ୍ରୀପଦରୁ ବିଦା କଲେ ବୋଲି ଆଲୋଚନା ହେଉଛି।
ନବୀନ ସରକାରଙ୍କ ଦୀର୍ଘ ୨୨ବର୍ଷ ଶାସନ କାଳରେ ମୟୂରଭଞ୍ଜ ଜିଲାକୁ ମନ୍ତ୍ରୀପଦ ମିଳିଆସୁଛି । ମାତ୍ର ଦୀପ ତଳ ଅନ୍ଧାର ସଦୃଶ ଜିଲାରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜିଲାବାସୀ ସେତେଟା ଖୁସି ନାହାନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ପଦବୀ ଫାଙ୍କା ପଡ଼ିଛି। ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବହୁ ବେକାର ଯୁବତୀ ଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ଜିଲା ଓ ରାଜ୍ୟକୁ ଯାଉଛନ୍ତି  । ଏସବୁ ପତି ଧ୍ୟାନ ଦିଆ ନ ଯାଇ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ ରାଜ୍ୟ ସରକାର ମନ୍ତ୍ରୀ ପଦ ଦେଇ ଜିଲାବାସୀଙ୍କୁ ଭକୁଆ ବନାଉଛନ୍ତି ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛନ୍ତି। ତେବେ ସାଙ୍ଗଠନିକ ଦୃଷ୍ଟି କୋଣରୁ ଜିଲା ପରିଷଦ ସଭାପତି ଭାବେ ବାରିପଦା ଉପଖଣ୍ଡରୁ ମନୋନୀତ କରାଯାଇଥିବା ବେଳେ ଜିଲାର କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେଡି ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ବୋଲି କେତେକ ଦଳୀୟ ନେତା ନାମ ଗୋପନ ରଖି ପ୍ରକାଶ କରିଛନ୍ତି  ।୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାର ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ବିଜେଡି ଅକ୍ତିଆର କରିବାକୁ ନେଇ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲା ବିଜେଡି ସଭାପତି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦଳୀୟ ନେତାମାନେ ଆଲୋଚନା କରୁଛନ୍ତି । ମନ୍ତ୍ରୀ ପଦ ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ଟାଣୁଆ ନେତା ମନ୍ତ୍ରୀ ପଦ ହରାଇବା ପରେ ଦଳର ସାଙ୍ଗଠନିକ ବ୍ୟବସ୍ଥା ମଜବୁତ ହେବ ନା ମହଙ୍ଗା ପଡ଼ିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri