ମୟୂରଭଞ୍ଜରେ ମହିଳା କାଡ

ବାରିପଦା ଅଫିସ,୭।୬ ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ବାସନ୍ତୀଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମିଳିଛି। ମହିଳା ସଶକ୍ତୀକରଣକୁ ନେଇ ଜିଲାରେ ମହିଳା ସଙ୍ଗଠନ ଓ ଦଳୀୟ ସଙ୍ଗଠନକୁ ମଜବୁତ ଲକ୍ଷ୍ୟ ରଖି ବିଜେଡି ପକ୍ଷରୁ ଆଦିବାସୀ ମହିଳାକାର୍ଡ ଖେଳାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ କାର୍ଡ ପ୍ରଚଳନ ଜୋର ଧରିଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କୁ ମନ୍ତ୍ରୀପଦ ମିଳିବା ପରେ ଜିଲାର ବିକାଶ କେତେ ହୋଇପାରୁଛି ତାହାକୁ ନେଇ ଆଲୋଚନା ଚାଲିିଛି। ଅନ୍ୟପକ୍ଷରେ ଜିଲାର ଟାଣୁଆ ନେତା ଭାବେ ପରିଚିତ ସୁଦାମ ମାରାଣ୍ଡିଙ୍କ ସ୍ଥାନରେ ବାସନ୍ତୀଙ୍କୁ ଅବସ୍ଥାପିତ କରିବା ନେଇ ମନ୍ତ୍ରୀପଦ ପ୍ରଭାବଶୂନ୍ୟ ହେବକି ବୋଲି ଚର୍ଚ୍ଚା ଜୋର ଧରିଛି ା
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିଲା। ୫୬ ଜିଲା ପରିଷଦ ଆସନ ମଧ୍ୟରୁ ୫୩ଟି ବିଜେଡି ଖାତାକୁ ଯାଇଥିବା ବେଳେ ମାତ୍ର ତିନୋଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ହାତେଇଥିଲା। ସେହିପରି ଜିଲାର ବ୍ଲକ ଅଧ୍ୟକ୍ଷ ଓ ପୌର ପରିଷଦ ନିର୍ବାଚନରେ ବିଜେଡିର ସଫଳତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ତେବେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ରାଜସ୍ବମନ୍ତ୍ରୀ ଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ ଦିଆଗଲା। ଜଣେ ଲୋକପ୍ରିୟ ଏବଂ ଅଭିଜ୍ଞ ନେତାଙ୍କୁ ବାଦ୍‌ ଦିଆଯିବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଜିଲାରେ ଚର୍ଚ୍ଚା ବଢ଼ିଛି। ତତ୍‌କାଳୀନ ରାଜସ୍ବ ମନ୍ତ୍ରୀଙ୍କ ଜିଲାରେ ରାଜସ୍ବ ହରିଲୁଟ ଘଟଣାରେ ଏନ୍‌ଜିଟି ଛାଟକୁ ନେଇ ନବୀନ ସୁଦାମଙ୍କୁ ମନ୍ତ୍ରୀପଦରୁ ବିଦା କଲେ ବୋଲି ଆଲୋଚନା ହେଉଛି।
ନବୀନ ସରକାରଙ୍କ ଦୀର୍ଘ ୨୨ବର୍ଷ ଶାସନ କାଳରେ ମୟୂରଭଞ୍ଜ ଜିଲାକୁ ମନ୍ତ୍ରୀପଦ ମିଳିଆସୁଛି ା ମାତ୍ର ଦୀପ ତଳ ଅନ୍ଧାର ସଦୃଶ ଜିଲାରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଜିଲାବାସୀ ସେତେଟା ଖୁସି ନାହାନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ପଦବୀ ଫାଙ୍କା ପଡ଼ିଛି। ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବହୁ ବେକାର ଯୁବତୀ ଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ଜିଲା ଓ ରାଜ୍ୟକୁ ଯାଉଛନ୍ତି ା ଏସବୁ ପତି ଧ୍ୟାନ ଦିଆ ନ ଯାଇ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ ରାଜ୍ୟ ସରକାର ମନ୍ତ୍ରୀ ପଦ ଦେଇ ଜିଲାବାସୀଙ୍କୁ ଭକୁଆ ବନାଉଛନ୍ତି ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛନ୍ତି। ତେବେ ସାଙ୍ଗଠନିକ ଦୃଷ୍ଟି କୋଣରୁ ଜିଲା ପରିଷଦ ସଭାପତି ଭାବେ ବାରିପଦା ଉପଖଣ୍ଡରୁ ମନୋନୀତ କରାଯାଇଥିବା ବେଳେ ଜିଲାର କରଞ୍ଜିଆ ଓ ରାଇରଙ୍ଗପୁର ଉପଖଣ୍ଡରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେଡି ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି ବୋଲି କେତେକ ଦଳୀୟ ନେତା ନାମ ଗୋପନ ରଖି ପ୍ରକାଶ କରିଛନ୍ତି ା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲାର ୯ ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ବିଜେଡି ଅକ୍ତିଆର କରିବାକୁ ନେଇ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ା ଅପରପକ୍ଷରେ ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲା ବିଜେଡି ସଭାପତି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦଳୀୟ ନେତାମାନେ ଆଲୋଚନା କରୁଛନ୍ତି ା ମନ୍ତ୍ରୀ ପଦ ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ଟାଣୁଆ ନେତା ମନ୍ତ୍ରୀ ପଦ ହରାଇବା ପରେ ଦଳର ସାଙ୍ଗଠନିକ ବ୍ୟବସ୍ଥା ମଜବୁତ ହେବ ନା ମହଙ୍ଗା ପଡ଼ିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri