ବାହାନଗା, ୭।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିର ନିର୍ବାଚନ ନିମନ୍ତେ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ା ନାମାଙ୍କନ ପତ୍ର ଦାଖଲକୁ ଜମାକାରୀ ଓ ଋଣ ଗ୍ରହୀତାମାନେ ବିରୋଧ କରିବାରୁ ଶେଷ ଦିନରେ କେହି ନାମାଙ୍କନପତ୍ର ଦାଖଲ କରିଥିଲେ। ଜମାକାରୀ ଓ ଋଣ ଗ୍ରହୀତାଙ୍କ ଟଙ୍କା ଫେରସ୍ତ ଦାବି କରି ଧାରଣା ଦେଇଛନ୍ତି ଚାଷୀ।
ସମିତିରେ ଦୀର୍ଘ ୪ବର୍ଷ ହେଲାଣି କୋଟି କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ତଦନ୍ତ ନ କରି ଜମା ରଖିଥିବା ଜମାକାରୀ ଓ ଋଣ ନେଇ ନ ଥିବା ଜମାକାରୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ଉଠାଯାଇଥିବା ଜଣାପଡିବା ପରେ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଛନ୍ତି ା
ତେବେ ସେମାନଙ୍କ ଆନ୍ଦୋଳନକୁ କେହି ଗୁରୁତ୍ୱ ଦେଉ ନ ଥିବାରୁ ସେବା ସମବାୟ କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ବସନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ। ସମିତି ଅଧୀନରେ ଥିବା ଚାଷୀ, ଜମାକାରୀ, ଋଣ ଗ୍ରହୀତା ପ୍ରମୁଖ ଏକାଠି ହୋଇ ସମିତି ସାମ୍ନାରେ ଧାରଣାରେ ବସି ରହିଥିଲେ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ନିର୍ବାଚନ ହେବାକୁ ଦିଆଯିବ ନାହିଁ ବୋଲି ଧାରଣାକାରୀମାନେ ଅଡି ବସିଥିଲେ। ଫଳରେ ନାମାଙ୍କନ ପତ୍ର ଦାଖଲ ନେବାକୁ ଆସିଥିବା ପଞ୍ଚାୟତ ପିଇଓ ଦୁର୍ଯ୍ୟୋଧନ ମାଝିଙ୍କୁ କ୍ରିୟାନୁଷ୍ଠାନ କମିଟି ଫେରାଇ ଦେଇଥିଲେ। ଶେଷ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରିପାରି ନ ଥିଲେ। ଧାରଣାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ଦାଶ, ଅନିରୁଦ୍ଧ ବେହେରା, ସରପଞ୍ଚ ରମାକାନ୍ତ ମଳିକ, ସମିତିସଭ୍ୟ ହିମାନୀ ମହାପାତ୍ର, ଦୟାନିଧି ଗିରି, ସୁଶାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ବିଜୟ ପଲେଇ, ରବୀନ୍ଦ୍ର ମଣ୍ଡଳ, ରମାକାନ୍ତ ପ୍ରଧାନ, ରମେଶ ବେହେରା, ଦିଲୀପ ଦାସ ପ୍ରମୁଖଙ୍କ ସହିତ ବହୁ ଚାଷୀ ଓ ଜମାକାରୀମାନେ ଉପସ୍ଥିତ ଥିଲେ ା
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

