କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ ଯୋଗାଣ ହୋଇ ପାରୁନାହିଁ ସେଠାରେ ସୋଲାର ଲାଇଟ ବ୍ୟବସ୍ଥା କରୁଛନ୍ତି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁ ଅନେକ ଗ୍ରାମରେ ସୋଲାର ଲାଇଟ କାମ କରୁ ନ ଥିବାରୁ ଅନ୍ଧାରରେ ରାତି କାଟୁଛନ୍ତି ଓ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସମସ୍ୟା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକର ବଡ଼ପଳାଶପାଳ ପଞ୍ଚାୟତର ବଣପାହାଡ଼ ଘେରା କହ୍ନେଇଗୋଳା ଗ୍ରାମରେ। ଜୁଆଙ୍ଗ ଜନଜାତିର ଲୋକ ମାନେ ଦୀର୍ଘ ବର୍ଷ ହେଲା କଷ୍ଟ ଭୋଗୁଥିଲେ ହେଁ କେହି ଶୁଣୁ ନ ଥିବାରୁ ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମରେ ପାଖପାଖି ୧୩୦ ଘର ରହିଛି। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୨୦୧୬ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ୩୦ କିଲୋଓ୍ବାଟ କ୍ଷମତା ବିଶିଷ୍ଟ ସୋଲାର ପ୍ରକଳ୍ପ ସ୍ଥାପନା କରାଯାଇଥିଲା। ଗ୍ରାମ ମୁଣ୍ଡରେ ସୋଲାର ପ୍ୟାନେଲ ବସାଯାଇ ସାୈରଶକ୍ତି ସଂରକ୍ଷଣ କରି ଖୁଣ୍ଟ ଓ ତାର ଜରିଆରେ ସାହିର ପ୍ରତ୍ୟେକ ଘରକୁ ବିଦ୍ୟୁତ ଯୋଗାଣ ହୋଇଛି। ତେବେ ଦୁଇ ବର୍ଷ ପରେ ଏହା ଆଉ କାର୍ଯ୍ୟକ୍ଷମ ହେଲା ନାହିଁ। ଏହାର ମରାମତି କରିବା ପାଇଁ କେହି ଗଲେ ନାହିଁ। ଏଣୁ ବାଧ୍ୟ ହୋଇ ପୂର୍ବ ପରି ଅନ୍ଧାରରେ ରାତି କାଟୁଛୁ। ସନ୍ଧ୍ୟା ହେଲେ ପଦାକୁ ବାହାରି ପାରୁନାହୁଁ କାରଣ ବନ୍ୟଜନ୍ତୁଙ୍କ ଭୟ ରହୁଛି। ପିଲାମାନେ ପାଠ ପଢିପାରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ମରାମତି କରି ଆଲୁଅ ଯୋଗାଇବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ଆଇଏଏସ୍‌ ଅଫିସରଙ୍କୁ ପଦୋନ୍ନତି

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ରାଜ୍ୟ ସରକାର ୨ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରି ଗ୍ରେଡ୍‌ ଲେଭଲ-୧୫କୁ ପଦୋନ୍ନତି ଦେଇଥିବା ବେଳେ ୭ ଜଣ ଆଇଏଏସ୍‌ ଅଫିସରଙ୍କୁ...

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ...

ଓଡ଼ିଶାରେ ସରକାର ଗଠନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡାଙ୍କ ଆହ୍ବାନ: ୫୦ ପ୍ରତିଶତ ଭୋଟ ହାସଲ କରିବାକୁ ସଂକଳ୍ପ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଡ଼ିଶାରେ ଦୀର୍ଘ ସମୟ ରାଜନୈତିକ ଲଢ଼େଇ ପରେ ଭାଜପାକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ୨୦୧୯ ଲୋକ ସଭା ନିର୍ବାଚନରେ ପାଖାପାଖି...

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଯୁଦ୍ଧ ଜାହାଜରେ ଜଳିଲା ଲାଇଟ୍‌

ପାରଦୀପ,୪ା୫(ସ୍ବ.ପ୍ର.): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଅଭିନବ ଉପାୟରେ ସମ୍ମାନ ଜଣାଯାଇଛି। ପୂର୍ବ ଉପକୂଳ ସୀମାର ସାଗରଦୀପ, ପୁରୀ...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ...

ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ...

ସମଲେଶ୍ୱରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ପ୍ରସଙ୍ଗ: ରେଳମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ରାୟଗଡା ଜିଲାରେ ମଙ୍ଗଳବାର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖପ୍ରକାଶ...

ଏଫ୍‌ଏମ୍‌ରେ ସଚେତନତା ବାର୍ତ୍ତା ଦେଲେ ଟ୍ରାଫିକ୍‌ ଡିସିପି

ଭୁବନେଶ୍ୱର.୯।୧୦(ବ୍ୟୁରୋ): ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ଶେଷ ହୋଇଛି। ବୁଧବାର ଧରାପୃଷ୍ଠରୁ ମା’ଙ୍କୁ ବିଦାୟ ଦିଆଯିବ। ଏଥିପାଇଁ ଭୁବନେଶ୍ୱରରେ ଭସାଣି ଯାତ୍ରା ବହୁ ଧୁମ୍‌ଧାମ୍‌ରେ ଅନୁଷ୍ଠିତ...

Advertisement
Archives

Model This Week