ଟୋକିଓରେ ଜରୁରିକାଳୀନ ପରିସ୍ଥିତି, ବିନା ଦର୍ଶକରେ ଅଲିମ୍ପିକ୍ସ
ଟୋକିଓ, ୯ା୭ (ଏପି)- ଟୋକିଓ ଅଲିମ୍ପିକ୍ସରେ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗୁରୁବାର ଜରୁରିକାଳୀନ ପରିସ୍ଥିତି ଜାରି ପରେ ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ଏକ ଜାପାନିଜ ନ୍ୟୁଜ ଏଜେନ୍ସିକୁ ଏହା କହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନର ଆୟୋଜକଗଣ…
ବାର୍ଟି-ପ୍ଲିସ୍କୋଭା ଫାଇନାଲ
ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭାଙ୍କୁ ଭେଟିବେ। ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବାର୍ଟି ଜର୍ମାନୀର ଆଞ୍ଜେଲିକ୍ କର୍ବରଙ୍କୁ ୬-୩, ୭-୬(୭/୩)…
ହଠାତ୍ ଅଧିନାୟକ ହେବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏହି ଗଲେ ଏହି କ୍ରିକେଟର୍
ଲଣ୍ଡନ,୮।୭: ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ହଠାତ୍ ଇଂଲଣ୍ଡ ଅଧିନାୟକ ନିଯୁକ୍ତ ହେବାପରେ ବେନ ଷ୍ଟୋକ୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ସବୁକିଛି ଏତେ ଶୀଘ୍ର ଘଟିଛି ଯେ, ନିଜ ପାଇଁ କେବଳ ତିନି ଦିନର ପୋଷାକ…
ମୋ ଯୋଗୁ ଦେଶ ବଦ୍ନାମ ହୋଇଛି, କ୍ଷମା ମାଗୁଛି: କାହିଁକି ଏମିତି କହିଲେ କ୍ରିକେଟର୍
ଇସଲାମାବାଦ୍,୮।୭: ପାକିସ୍ତାନୀ କ୍ରିକେଟର ଉମର ଅକମଲ ତାଙ୍କ ପରିବାର, ପ୍ରଶଂସକ ଏବଂ ପାକିସ୍ତାନୀ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଅକମଲ କ୍ୟାମେରା ସାମ୍ନାକୁ ଆସି ସ୍ବୀକାର କରିଛନ୍ତି ଯେ, ୨୦୨୦ରେ ସେ ଏକ ଭୁଲ କରିଛନ୍ତି, ଯେଉଁ କାରଣରୁ ତାଙ୍କ…
ଅଶ୍ୱିନଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ବ୍ୟବସ୍ଥା
ମୁମ୍ବାଇ,୮।୭: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ୱିନ ସରେ ପାଇଁ ଏକ କାଉଣ୍ଟି ମ୍ୟାଚ୍ ଖେଳିବେ। ସମରସେଟ ବିପକ୍ଷରେ ଖେଳାଯିବାକୁ ଥିବା ୪ ଦିନିଆ…
ଟିମ୍ ଇଣ୍ଡିଆକୁ ମିଳିବ ନାହିଁ ଶୁବମାନ ଗିଲଙ୍କ ବଦଳ ଖେଳାଳି
ମୁମ୍ବାଇ,୮।୭: ଆହତ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଥିବା ଶୁବମାନ ଗିଲଙ୍କ ବଦଳରେ କୌଣସି ଖେଳାଳିଙ୍କୁ ୟୁକେ ପଠାଯିବ ନାହିଁ। ଫଳରେ ଟିମ୍ ଇଣ୍ଡିଆ ପାଖରେ ଉପଲବ୍ଧ ଥିବା ୨୩ ଖେଳାଳିଙ୍କ ମଧ୍ୟରୁ ଚୂଡ଼ାନ୍ତ ଏକାଦଶ ବାଛିବାକୁ…
ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍: ଏଭଳି ଜବାବ ଦେଇ ଚୁପ୍ କରାଇ ଦେଇଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ କରିବା ସମୟରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ…
୪ ମାସ ହେଲା ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍; ହେଲେ ଟି୨୦ ର଼୍ୟାଙ୍କିଂରେ ଗୋଟିଏ ପାହାଚ ଉପରକୁ ଚଢ଼ିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍; କୋହଲି…
ନୂଆଦିଲ୍ଲୀ,୮।୭: ନିକଟରେ ପ୍ରକାଶ ପାଇଥିବା ଆଇସିସି ଟି୨୦ ଅନ୍ତଃରାଷ୍ଟ୍ରୀୟ ର଼୍ୟାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଉଇକେଟକିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଗୋଟିଏ ପାହାଚ ଉପରକୁ ଉଠି ୬ଷ୍ଠ ସ୍ଥାନରେ ପହଞ୍ଚିଥିବା ଦେଖାଯାଇଛି। ହେଲେ…
ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’, ‘କୋଲକାତାର ପ୍ରିନ୍ସ’ ଭାବେ ଜଣାଶୁଣା। ସେ ଏପରି ଜଣେ ଅଧିନାୟକ ଥିଲେ ଯିଏ ପଡ଼ିଆରେ…
ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ଦୌଡ଼ରେ ଶେଫାଳି, ସ୍ନେହ
ଦୁବାଇ, ୮।୭(ପି.ଟି.)- ଭାରତର ଟିନ୍ ବ୍ୟାଟିଂ ସେନ୍ସେଶନ ଶେଫାଳି ବର୍ମା ଏବଂ ଅଲ୍ରାଉଣ୍ଡର ସ୍ନେହ ରାଣାଙ୍କ ନାମ ଆଇସିସି ମହିଳା ପ୍ଲେୟର ଅଫ୍ ଦି ମନ୍ଥ (ଜୁନ୍ ମାସ) ପାଇଁ ସୁପାରିସ ହୋଇଛି। ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ଏ ଦୁହେଁ…
ଟୋକିଓରେ କରୋନା ସଂକ୍ରମଣ ଶୀର୍ଷରେ
ଟୋକିଓ,୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକିଥିବା ବେଳେ ରାଜଧାନୀ ଟୋକିଓରେ କିନ୍ତୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ମେ’ ମାସ ମଧ୍ୟଭାଗଠାରୁ ଏହି ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ଏବେ ୯୨୦ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମଣକୁ…
ମଝି ଆକାଶରେ ସରିଗଲା ଇନ୍ଧନ: ଶ୍ରୀଲଙ୍କା କ୍ରିକେଟ୍ ଦଳର ଉଡିଲା ହୋସ୍
କଲମ୍ବୋ,୮।୭: ଶ୍ରୀଲଙ୍କା କ୍ରିକେଟ ଦଳର ଅସୁବିଧା ଥମିବାର ନାମ ନେଉନାହିଁ। ପଡ଼ିଆ ଭିତରେ ଶ୍ରୀଲଙ୍କା ଦଳ ପରାଜୟର ସ୍ବାଦ ଚାଖୁଥିବାବେଳେ, ପଡ଼ିଆ ବାହାରେ ସେମାନଙ୍କ ସହ ଏମିତି କିଛି ଘଟିଛି, ଯାହା ପରେ ସମସ୍ତ ଖେଳାଳି ଏବଂ ପ୍ରଶଂସକ ନର୍ଭସ ହୋଇଯାଇଛନ୍ତି।…

