Posted inଖେଳ

ଭାରତୀୟ ଦଳରେ ନୂଆ ପେସର

ଲଣ୍ଡନ,୧।୯: ଇଂଲଣ୍ଡ ବିପକ୍ଷରେ ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା। ଟିମ୍‌ ମ୍ୟାନେଜମେଣ୍ଟର ଅନୁରୋଧ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ଦଳ ସହ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ସ୍ଥାନ ପାଇଥିଲେ ପ୍ରସିଦ୍ଧ। ସେବେଠାରୁ ସେ ଅନ୍ୟ ଖେଳାଳିଙ୍କ ସହ ଟ୍ରେନିଂ ଓ ଟ୍ରାଭେଲ କରିଆସୁଥିଲେ। ଏପର୍ଯ୍ୟନ୍ତ ଟେଷ୍ଟରେ ସୁଯୋଗ ପାଇ ନ ଥିବା ପ୍ରସିଦ୍ଧ ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତ ପକ୍ଷରୁ ସେ କେବଳ ୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଅନ୍ୟପକ୍ଷରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଣ୍ଠୁ ସମସ୍ୟା ସେତେ ଗୁରୁତର ନୁହେଁ। ଏଣୁ ସେ ଚତୁର୍ଥ ଟେଷ୍ଟ ଲାଗି ଉପଲବ୍ଧ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ: ଗ୍ରାଣ୍ଡସ୍ଲାମ ଟେନିସରେ ନାଗାଲଙ୍କ ଚମକ

ନ୍ୟୁୟର୍କ, ୩।୯(ପି.ଟି.)- ଦୀର୍ଘ ୭ ବର୍ଷ ବ୍ୟବଧାନରେ ପ୍ରଥମ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ...

ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍‌ମ୍ୟାନ୍‌ ହେଲେ ମାଷ୍ଟର ବ୍ଲାଷ୍ଟର…

ନୂଆଦିଲ୍ଲୀ,୨୦।୬: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍‌ମ୍ୟାନ୍‌ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...

୨୦୨୪ ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ, କୋହଲି: ମୁଖ୍ୟ ଚୟନକର୍ତ୍ତା କହିଲେ…

ନୂଆଦିଲ୍ଲୀ,୧।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଖେଳାଯାଉଛି ଏବଂ ବର୍ତ୍ତମାନ ଏହା ପରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୪ରେ ଖେଳାଯିବ। ଏହି ମେଗା ଇଭେଣ୍ଟ...

ସାବତ ଭଉଣୀଙ୍କ ସହ ନିର୍ବନ୍ଧ କଲେ ବିଶ୍ୱ ଚାମ୍ପିୟନ୍‌ ଚାଳକ ମିଗୁଏଲ ଓଲିଭେରା: ୧୧ ବର୍ଷ ଧରି ଲୁଚିଛପି କରୁଥିଲେ ପ୍ରେମ

ନୂଆଦିଲ୍ଲୀ,୧।୯: ମୋଟୋ ଗ୍ରାଣ୍ଡପ୍ରିକ୍ସ(MOTOGP) ଚାଳକ ମିଗୁଏଲ୍‌ ଓଲିଭେରା ନିଜ ସାବତ ଭଉଣୀ ଆନ୍ଦ୍ରିୟା ପେମେଣ୍ଟାଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଖୁସି ଖବରକୁ ତାଙ୍କ ବାପା...

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୧୦ା୧୦ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲ ବୈଠକ ଅକ୍ଟୋବର ୧୭ରେ ହେବ। ଏହା ଅନ୍‌ଲାଇନ୍‌ରେ ହେବ। କୋଭିଡ୍‌ର ବର୍ତ୍ତମାନ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ପାକିସ୍ତାନ ଦଳରେ ନସିମ ଶାହ

କରାଚି, ୬।୧୨ (ପି.ଟି.)- ଜାନୁୟାରୀ ୧୭ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ପ୍ରତିଯୋଗିତା ଲାଗି ଶୁକ୍ରବାର ପାକିସ୍ତାନ...

କୋଭିଡ୍‌-୧୯: ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ ସ୍ଥଗିତ

ନୂଆଦିଲ୍ଲୀ,୭।୪(ପି.ଟି.): ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟୁଥିବାରୁ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ...

Advertisement
Archives

Model This Week