Posted inଖେଳ

ସୁପରଓଭରରେ ୬ ରନ୍‌ ରୋକି ଦେଲେ

ସେଣ୍ଟ କିଟ୍ସ,୨।୯: ମ୍ୟାଚ୍‌କୁ ଜିତିବା ପାଇଁ ଟ୍ରିନବାଗୋ ନାଇଟ୍‌ ରାଇଡର୍ସ (ଟିକେଆର୍‌)କୁ ସୁପରଓଭରରେ ଦରକାର ଥାଏ ୭ ରନ୍‌। ଗୁଏନା ଆମାଜନ ଓ୍ବାରିଅର୍ସ ପାଇଁ ବୋଲିଂ କରିଥିଲେ ରୋମାରିଓ ଶେଫର୍ଡ। ପ୍ରଥମ ବଲରେ କିରନ ପୋଲାର୍ଡଙ୍କୁ ଆଉଟ୍‌ କରିଥିଲେ। ପରବର୍ତ୍ତୀ ୫ ବଲରେ ମାତ୍ର ୪ ରନ୍‌ ଖର୍ଚ୍ଚ କରି ଗୁଏନା ଓ୍ବାରିଅର୍ସକୁ ଆଣିଦେଇଥିଲେ ଚମତ୍କାର ବିଜୟ।

ଚଳିତ କାରିବିଆନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ବୁଧବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟ୍ରିନବାଗୋ ୨୦ ଓଭରରେ ୯ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ରୋମାରିଓ ଏବଂ ମହମ୍ମଦ ହାଫିଜ ୩ ଉଇକେଟ ହାତେଇଥିଲେ। ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଗୁଏନା ଓ୍ବାରିଅର୍ସ। ଦଳ ଏକଦା ୧୪ ଓଭରରେ ୬୮ ରନ୍‌ କରି ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। କିନ୍ତୁ ନିକୋଲାସ ପୁରନ(୨୭)ଙ୍କ ସହ ନିମ୍ନକ୍ରମର ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍‌ ବଞ୍ଚାଇ ଦେଇଥିଲେ। ଅନ୍ତିମ ବଲରେ ଗୁଏନାକୁ ଦରକାର ୨ ରନ୍‌। କିନ୍ତୁ ଉଇକେଟ ପଡ଼ିବାରୁ ମ୍ୟାଚ୍‌ ଡ୍ର ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri