Posted inଖେଳ

ଅମ୍ପାୟର ଭୁଲ କରିବାରୁ ଏମିତି କଲେ ପୋଲାର୍ଡ

ଜାମାଇକା,୧।୯: ଚଳିତ କାରିବିଆନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଙ୍ଗବଳାର ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚ୍‌ରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିକୁ ଭିନ୍ନ ଶୈଳୀରେ ବିରୋଧ ପ୍ରଦର୍ଶନ କରିଛନ୍ତି ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର କିରନ ପୋଲାର୍ଡ। ସେଣ୍ଟ ଲୁସିଆ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟ୍ରିନବାଗୋ ନାଇଟ୍‌ ରାଇଜର୍ସ (ଟିକେଆର୍‌) ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଓ୍ବାହବ ରିଆଜ ୧୯ତମ ଓଭରରେ ଏକ ଲମ୍ବା ଓ୍ବାଇଡ୍‌ ବଲ ପକାଇଥିଲେ। ବଲଟି ଏତେ ଓ୍ବାଇଡ୍‌ ଥିଲା ଯେ, ଆଣ୍ଠେଇ ପଡ଼ିବା ପରେ ମଧ୍ୟ ଶଟ୍‌ ଖେଳିପାରି ନ ଥିଲେ ବ୍ୟାଟ୍ସମ୍ୟାନ ଟିମ ସେଫର୍ଟ। କିନ୍ତୁ ଫିଲ୍ଡ ଅମ୍ପାୟର ଏହାକୁ ଓ୍ବାଇଡ୍‌ ଦର୍ଶାଇ ନ ଥିଲେ।

ଏଥିଯୋଗୁ ସେଫର୍ଟ ଅମ୍ପାୟରଙ୍କୁ ପଚାରିଥିଲେ, ଏହା କ’ଣ ଓ୍ବାଇଡ୍‌ ନୁହେଁ। ମାତ୍ର ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଛିଡ଼ା ହୋଇଥିବା ପୋଲାର୍ଡ ଅମ୍ପାୟରଙ୍କୁ ଗୋଟିଏ ହେଲେ ଶବ୍ଦ କହି ନ ଥିଲେ। ବିରୋଧ ପ୍ରଦର୍ଶନ କରିବା ପାଇଁ ଅମ୍ପାୟରଙ୍କ ଠାରୁ ଖୁବ୍‌ ଦୂରକୁ ଛିଡ଼ା ହୋଇଥିଲେ ପୋଲାର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ବେଳେ ଅନୁଷ୍କାଙ୍କୁ ଚା’ ଆଣି ଦେଉଥିଲେ ଚୟନକର୍ତ୍ତା

ପୁଣେ,୩୧।୧୦:ଭାରତୀୟ ଦଳର ପୂର୍ବତନ ଉଇକେଟ୍‌କିପର୍‌ ଫାରୁଖ ଇଞ୍ଜିନିୟର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ବର୍ତ୍ତମାନ ନିଯୁକ୍ତ ଚୟନ ସମିତିରେ ସେ ସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି। ଆମ...

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଳଣ୍ଡନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ପକ୍ଷରୁ ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରାଯାଇଛି। ସେଥିରୁ ୩ ଖେଳାଳିଙ୍କୁ...

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି, ଶ୍ରୀଲଙ୍କା ପାଇଁ ‘କର ବା ମର’ ସ୍ଥିତି

ସିଡନୀ,୨୯।୧୦ : ଟି-୨୦ ବିଶ୍ୱକପ୍‌ ସୁପର-୧୨ ଶନିବାର ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷେ...

ଭାବପ୍ରବଣ ହେଲେ ଧୋନୀଙ୍କ ପ୍ରଶଂସକ

ମୁମ୍ବାଇ,୨୪।୩:ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଛନ୍ତି। ୪୦ ବର୍ଷ ବୟସରେ ଅଧିନାୟକ ପଦରୁ ଇସ୍ତଫା...

ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମ୍ୟାଚ୍‌ : ଖୋଲିବ ସେମିଫାଇନାଲ ଖେଳିବାର ରାସ୍ତା…

ବ୍ରିସବେନ୍‌,୩୧।୧୦ : ଟି-୨୦ ବିଶ୍ୱକପ ୨୦୨୨ ରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଦଳ ସୋମବାର ମୁହାଁମୁହିଁ ହେବେ। ଏହି ମ୍ୟାଚ ବ୍ରିସବେନରେ ଖେଳାଯିବ। ଏହି ମ୍ୟାଚ...

ସାଉଥାମ୍ପଟନରେ ବର୍ଷା: ଚତୁର୍ଥ ଦିନ ଖେଳ ବାଧାପ୍ରାପ୍ତ ଆଶଙ୍କା

ସାଉଥାମ୍ପଟନ,୨୧।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ର ଚତୁର୍ଥ ଦିନରେ ସାଉଥମ୍ପଟନରେ ବର୍ଷା ଲାଗି ରହିଛି। ପ୍ରଥମ ଦିନ ଭଳି...

ଜୁନ୍‌ ୭ ପର୍ଯ୍ୟନ୍ତ ଡବ୍ଲ୍ୟୁଟିଏ, ଏଟିପି ସିଜନ ବନ୍ଦ

ଓ୍ବାଶିଂଟନ, ୧୯।୩ (ଏପି)- କରୋନା ଭାଇରସ୍‌ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍‌ ୭ ପର୍ଯ୍ୟନ୍ତ ବାତିଲ...

ଛକା ମାରିବାରେ ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡ

ମାଞ୍ଚେଷ୍ଟର, ୨୦।୭- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଅନ୍ତିମ ତଥା ୫ମ ଦିବସରେ ସୋମବାର ଇଂଲଣ୍ଡର ବେନ୍‌...

Advertisement
Archives

Model This Week