Posted inଖେଳ

ଚେତାବନୀ ଦେଲେ ରବି ଶାସ୍ତ୍ରୀ

ଲଣ୍ଡନ,୧।୯: ଆଜିଠାରୁ ଓଭାଲରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଲିଡ୍ସରେ ଲଜ୍ଜାଜନକ ପରାଜୟ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଲର୍ଡସ ମ୍ୟାଚ୍‌ ବିଜୟରୁ ପ୍ରେରଣା ନେବାକୁ ରବି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ ସ୍ବୀକାର କରିଛନ୍ତି ଯେ, ତୃତୀୟ ଟେଷ୍ଟର ପ୍ରଥମ ଦିନରେ ୭୮ ରନରେ ଅଲଆଉଟ୍‌ ହେବା ନିର୍ଣ୍ଣାୟକ ପ୍ରମାଣିତ ହୋଇଥିଲା କିନ୍ତୁ ସିରିଜ ଜିତିବା ସମ୍ଭବ ବୋଲି କହିଛନ୍ତି। ତାଙ୍କ ପୁସ୍ତକ ‘ଷ୍ଟାରଗେଜିଂ’ର ପ୍ରମୋଶନ ବେଳେ କହିଛନ୍ତି, ଏହା ବହୁତ ସରଳ। ଭେଳାଳି କେବଳ ଲର୍ଡସ ଟେଷ୍ଟ ବିଷୟରେ ଭାବନ୍ତୁ, ଶେଷ ମ୍ୟାଚ ଭୁଲିଯାଅ। ମୁଁ ଜାଣେ ଏହା କହିବା ସହଜ କିନ୍ତୁ ଭଲ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ମନେ ରଖିବା ଉଚିତ୍‌। ଏହି ସବୁ ଖେଳରେ ଘଟେ। ଶାସ୍ତ୍ରୀ ଇଂଲଣ୍ଡକୁ ଚେତାବନୀ ଦେଇ କହିଛନ୍ତି ଯେ, ବିରାଟ କୋହଲି ଏବଂ ତାଙ୍କ ଦଳକୁ ହାଲୁକା ଭାବେ ନେବାରେ କେହି ଭୁଲ କରିବା ଉଚିତ୍‌ ନୁହେଁ। ସେ କହିଛନ୍ତି, ସିରିଜ ଏବେ ୧-୧ ସ୍ଥିତିରେ ଅଛି ଏବଂ ଆମେ ବିଦେଶରେ ଖେଳୁଛୁ। ଇଂଲଣ୍ଡ ଉପରେ ଚାପ ରହିଛି, ସେମାନଙ୍କୁ ନିଜ ଦେଶରେ ଜିତିବାକୁ ପଡିବ। ଆମକୁ ଭଲ କରିବାକୁ ପଡିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆର ଖେଳୁଥିବା ଏକାଦଶରେ ପରିବର୍ତ୍ତନ ହୋଇପାରେ। ଏକାଦଶ ଖେଳିବାରେ ଭାରତୀୟ ଦଳ ଆର ଅଶ୍ୱିନଙ୍କୁ ଏକ ସୁଯୋଗ ଦେଇପାରେ। ଏଥି ସହିତ ଜଣେ ଦ୍ରୁତ ବୋଲରଙ୍କୁ ଦଳରୁ ବାଦ୍‌ ଦିଆଯାଇପାରେ। ଇଶାନ୍ତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଖବର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବ୍ୟାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri