Posted inଖେଳ

ସବୁଠୁ ଦାମୀ ଘରେ ରହୁଛନ୍ତି ଏହି ଫୁଟବଲ ଖେଳାଳି, ଦାମ୍‌ ଜାଣିଲେ…

ଲଣ୍ଡନ: ପର୍ତ୍ତୁଗାଲର ସୁପରଷ୍ଟାର ତଥା ଫୁଟବଲ ଖେଳାଳି କ୍ରିଷ୍ଟିୟାନ ରୋନାଲ୍ଡୋ ପୁଣି ଥରେ ଇଂଲଣ୍ଡର ମଞ୍ଚେଷ୍ଟର ୟୁନାଇଟେଡ କ୍ଲବ୍‌କୁ ଫେରି ଆସିଛନ୍ତି। କୁହାଯାଉଛି, ସେ ଇଂଲଣ୍ଡରେ ସ୍ଥାୟୀ ଭାବରେ ରହିବେ। ଏହାସହିତ ରୋନାଲ୍ଡୋଙ୍କ ପର୍ତ୍ତୁଗାଲରେ ଥିବା ଏକ ଆପାର୍ଟମେଣ୍ଟ ଏବେ ପୁଣି ଚର୍ଚ୍ଚାରେ। କାରଣ ଏହି ଆପାର୍ଟମେଣ୍ଟ ପର୍ତ୍ତୁଗାଲର ସବୁଠାରୁ ମହଙ୍ଗା ଅଟେ।

ଏମିତିରେ ବି ରୋନାଲ୍ଡୋ ବିଳାସମୟ ଜୀବନ ବିତାଇବାକୁ ଭଲପାଆନ୍ତି। ଏଥିଯୋଗୁ ସେ ୩୧୦୦ ସ୍କୋୟାର ଫୁଟର ଘର କିଣିଛନ୍ତି। ଯାହାର ଦାମ୍‌ ୬୦ କୋଟି ଟଙ୍କା। ଏହି ଆପାର୍ଟମେଣ୍ଟ କିଣିବା ପାଇଁ ଦୁଇଜଣ କୋଟିପତି ଇଚ୍ଛା କରୁଥିଲେ। ମାତ୍ର ଶେଷରେ ରୋନାଲ୍ଡୋ ବାଜି ମାରିନେଲେ। ଏହି ସୁପରଷ୍ଟାରଙ୍କ ଆପାର୍ଟମେଣ୍ଟ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ରହିଛି।

ଏହି ଆପାର୍ଟମେଣ୍ଟରେ ସୁଇମିଂ ପୁଲ୍‌, ଜିମ୍‌, ତିନୋଟି ବଡ଼ ବେଡ୍‌ରୁମ ଏବଂ ଗୋଟିଏ ସ୍ପା ସେଣ୍ଟର ରହିଛି। ଏପରି ଆପାର୍ଟମେଣ୍ଟ ତିଆରି କରିବା ପାଇଁ ୧୦ ବର୍ଷ ପୂର୍ବରୁ ସେ ଚିନ୍ତା କରିଥିଲେ। ବିଳମ୍ବରେ ହେଉ ପଛେ ତାଙ୍କ ମନ ମୁତାବକ ଘରଟିଏ କିଣି ବହୁତ ଖୁସି ବ୍ୟକ୍ତ କରିଛନ୍ତି।

ରୋନାଲ୍ଡୋ ଏହି ଘରକୁ ଖୁବ୍‌ କମ୍‌ ଆସନ୍ତି। ଏଠାରେ ସ୍ପୋଟର୍‌ସକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଟୁରିଜିମ୍‌ ସେଣ୍ଟର ମଧ୍ୟ ରହିଛି। ରୋନାଲ୍ଡୋ ଇଂଲଣ୍ଡ ଫେରି ଯିବାକୁ ଇଚ୍ଛା କରିଥିବାରୁ ଏବେ ଏହି ଆପାର୍ଟମେଣ୍ଟରେ ଅଧିକ ସମୟ ବିତାଉଛନ୍ତି। ତାଙ୍କ ଗ୍ୟାରେଜରେ ଅନେକ ସ୍ପୋଟର୍‌ସ ଗାଡ଼ି ମଧ୍ୟ ଅଛି। ତାଙ୍କର ଗାର୍ଡେନ ଏବଂ ସୁଇମିଂ ପୁଲ୍‌ ବହୁତ ସୁନ୍ଦର। ତାଙ୍କର ବିଳାସମୟ ଜୀବନଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାୟୋ ବବଲ୍‌ ଚ୍ୟାଲେଞ୍ଜ: ବିଦେଶୀଙ୍କ ତୁଳନାରେ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା,୭।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଜୈବ ସୁରକ୍ଷିତ ପରିବେଶ)କୁ ନେଇ ଏକ...

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଡ୍ରାଭିଡ୍‌ଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୧୧ା୧୧ (ପି.ଟି): ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ବିଶ୍ରାମ। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଡ୍ରାଭିଡଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ...

ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କଲା ଜିମ୍ବାଓ୍ବେ, ନେଦରଲ୍ୟାଣ୍ଡ୍ସ

ଦୁବାଇ,୧୬।୭: ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଛି ଜିମ୍ବାଓ୍ବେ ଏବଂ ନେଦରଲ୍ୟାଣ୍ଡ୍ସ। ଆମେରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ଟି୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ...

ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍‌...

ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ ପାକିସ୍ତାନର ମହମ୍ମଦ...

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ...

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା...

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି।...

Advertisement
Archives

Model This Week