Posted inଖେଳ

ସବୁଠୁ ଦାମୀ ଘରେ ରହୁଛନ୍ତି ଏହି ଫୁଟବଲ ଖେଳାଳି, ଦାମ୍‌ ଜାଣିଲେ…

ଲଣ୍ଡନ: ପର୍ତ୍ତୁଗାଲର ସୁପରଷ୍ଟାର ତଥା ଫୁଟବଲ ଖେଳାଳି କ୍ରିଷ୍ଟିୟାନ ରୋନାଲ୍ଡୋ ପୁଣି ଥରେ ଇଂଲଣ୍ଡର ମଞ୍ଚେଷ୍ଟର ୟୁନାଇଟେଡ କ୍ଲବ୍‌କୁ ଫେରି ଆସିଛନ୍ତି। କୁହାଯାଉଛି, ସେ ଇଂଲଣ୍ଡରେ ସ୍ଥାୟୀ ଭାବରେ ରହିବେ। ଏହାସହିତ ରୋନାଲ୍ଡୋଙ୍କ ପର୍ତ୍ତୁଗାଲରେ ଥିବା ଏକ ଆପାର୍ଟମେଣ୍ଟ ଏବେ ପୁଣି ଚର୍ଚ୍ଚାରେ। କାରଣ ଏହି ଆପାର୍ଟମେଣ୍ଟ ପର୍ତ୍ତୁଗାଲର ସବୁଠାରୁ ମହଙ୍ଗା ଅଟେ।

ଏମିତିରେ ବି ରୋନାଲ୍ଡୋ ବିଳାସମୟ ଜୀବନ ବିତାଇବାକୁ ଭଲପାଆନ୍ତି। ଏଥିଯୋଗୁ ସେ ୩୧୦୦ ସ୍କୋୟାର ଫୁଟର ଘର କିଣିଛନ୍ତି। ଯାହାର ଦାମ୍‌ ୬୦ କୋଟି ଟଙ୍କା। ଏହି ଆପାର୍ଟମେଣ୍ଟ କିଣିବା ପାଇଁ ଦୁଇଜଣ କୋଟିପତି ଇଚ୍ଛା କରୁଥିଲେ। ମାତ୍ର ଶେଷରେ ରୋନାଲ୍ଡୋ ବାଜି ମାରିନେଲେ। ଏହି ସୁପରଷ୍ଟାରଙ୍କ ଆପାର୍ଟମେଣ୍ଟ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ରହିଛି।

ଏହି ଆପାର୍ଟମେଣ୍ଟରେ ସୁଇମିଂ ପୁଲ୍‌, ଜିମ୍‌, ତିନୋଟି ବଡ଼ ବେଡ୍‌ରୁମ ଏବଂ ଗୋଟିଏ ସ୍ପା ସେଣ୍ଟର ରହିଛି। ଏପରି ଆପାର୍ଟମେଣ୍ଟ ତିଆରି କରିବା ପାଇଁ ୧୦ ବର୍ଷ ପୂର୍ବରୁ ସେ ଚିନ୍ତା କରିଥିଲେ। ବିଳମ୍ବରେ ହେଉ ପଛେ ତାଙ୍କ ମନ ମୁତାବକ ଘରଟିଏ କିଣି ବହୁତ ଖୁସି ବ୍ୟକ୍ତ କରିଛନ୍ତି।

ରୋନାଲ୍ଡୋ ଏହି ଘରକୁ ଖୁବ୍‌ କମ୍‌ ଆସନ୍ତି। ଏଠାରେ ସ୍ପୋଟର୍‌ସକୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଟୁରିଜିମ୍‌ ସେଣ୍ଟର ମଧ୍ୟ ରହିଛି। ରୋନାଲ୍ଡୋ ଇଂଲଣ୍ଡ ଫେରି ଯିବାକୁ ଇଚ୍ଛା କରିଥିବାରୁ ଏବେ ଏହି ଆପାର୍ଟମେଣ୍ଟରେ ଅଧିକ ସମୟ ବିତାଉଛନ୍ତି। ତାଙ୍କ ଗ୍ୟାରେଜରେ ଅନେକ ସ୍ପୋଟର୍‌ସ ଗାଡ଼ି ମଧ୍ୟ ଅଛି। ତାଙ୍କର ଗାର୍ଡେନ ଏବଂ ସୁଇମିଂ ପୁଲ୍‌ ବହୁତ ସୁନ୍ଦର। ତାଙ୍କର ବିଳାସମୟ ଜୀବନଶୈଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶ’ରା, ଦୀପାବଳିରେ ଘରକୁ ଯିବାକୁ ଚାହୁଁଥିଲେ ଖୁସିଖବର, ସ୍ପେଶାଲ ଟ୍ରେନ୍‌କୁ ନେଇ ରେଲେଓ଼୍ବର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୪।୯: ନିଜ ଘରଠାରୁ ଦୂରରେ ଦିଲ୍ଲୀ, ମୁମ୍ୱାଇ, ଚଣ୍ଡିଗଡ଼ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦଶହରା, ଦୀପାବଳି ଏବଂ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri