ଖେଳ

ସୁରକ୍ଷିତ ହାତରେ ରହିଛି ଏନ୍‌ସିଏର ଦାୟିତ୍ୱ: ଇରଫାନ୍‌

ବାଙ୍ଗାଲୋର,୨୧।୮: ୨୦ ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ସମୟରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଏବେ କୋଚିଂ କ୍ଷେତ୍ରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ଦଳର ଅଧିନାୟକ, ପ୍ରଶିକ୍ଷକ…

୨୦୧୧ ବିଶ୍ୱକପ୍‌ ସମୟରେ ଧୋନୀଙ୍କ ଏହି ନିଷ୍ପତ୍ତି ପାଲଟିଥିଲା ମାଷ୍ଟରଷ୍ଟ୍ରୋକ୍‌; ଏବେ ମୁରଲୀଧରନ୍‌ କହିଲେ…

ନୂଆଦିଲ୍ଲୀ,୨୧।୮: ଶ୍ରୀଲଙ୍କାର ମହାନ ଅଫ୍‌ ସ୍ପିନର ମୁଥିୟା ମୁରଲୀଧରନ୍‌ ଭାରତୀୟ କ୍ରିକେଟର ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଛନ୍ତି। ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋ ସହ ସାକ୍ଷାତକାରରେ ମୁରଲୀଧରନ୍‌ କହିଛନ୍ତି, ଯେତେବେଳେ ମୁଁ ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବୋଲିଂ କରିଥିଲି, ତାଙ୍କୁ ଭଲ ଭାବେ ବୁଝିପାରିଥିଲି।…

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସାରେ ପୋତିଲେ ସଚିନ: କହିଲେ ‘ସେ ଲିଡର୍‌, ପରିସ୍ଥିତି ଯେମିତି ହେଉନା କାହିଁକି…’

ମୁମ୍ବାଇ,୨୧।୮: ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି। ହିତ ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଓପନର୍‌ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ…

‘ଅଫ୍‌ ସ୍ପିନ ଖେଳିବାରେ ଦୁର୍ବଳ ଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ ’

ନୂଆଦିଲ୍ଲୀ,୨୦।୮ : ଅନ୍ତର୍ଜାତୀୟ କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅଫ୍‌ ସ୍ପିନ ଖେଳିବାରେ ଟିକେ ଦୁର୍ବଳ ଥିଲେ। ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲିଧରଣ।…

ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍‌ କଣ୍ଟ୍ରାକ୍ଟ

ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି। ଏଲିସଙ୍କୁ ନେବା ପାଇଁ ଆଇପିଏଲର ୩ ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ତାଙ୍କ…

ଦେଶର ସ୍ଥିତିକୁ ନେଇ ଭାଙ୍ଗି ପଡ଼ିଛନ୍ତି ଏହି କ୍ରିକେଟର; ସ୍ବାଧୀନତା ଦିବସ ଅବସରରେ…

କାବୁଲ,୨୦।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏବେ କ୍ରିକେଟ ମୁଖ୍ୟାଳୟରେ ମଧ୍ୟ ପ୍ରବେଶ କରିଛି। ଏଭଳି ଭୟର ବାତାବରଣ ମଧ୍ୟରେ ଦେଶବାସୀ ନିଜ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି। ଏଭଳି ସମୟରେ ଆଫଗାନିସ୍ତାନ କ୍ରିକେଟ ଦଳର ତାରକା…

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ସହ…

ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିଲେ: ଆମେରିକା ବିମାନରୁ ଖସି ପଡ଼ି ପ୍ରାଣ ହରାଇଲେ ଏହି ଫୁଟବଲ୍‌ ତାରକା

କାବୁଲ,୨୦।୮: ଆଫଗାନିସ୍ତାନ ଜାତୀୟ ଟିମ୍‌ର ଫୁଟବଲ ଖେଳାଳି ଜାକି ଅନଓ୍ବାରୀଙ୍କ ପରଲୋକ ଘଟିଛି। କାବୁଲ ବିମାନବନ୍ଦରରେ ଆମେରିକାର ଏକ ବିମାନରୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି। ଜାକି ଆଫଗାନିସ୍ତାନର ଜଣେ ଯୁବ ଫୁଟବଲ ଖେଳାଳି…

ନୂଆ ଲୁକ୍‌ରେ ଧୋନୀ: ପ୍ରଶଂସକ ଖୋଜୁଛନ୍ତି କାରଣ…

ନୂଆଦିଲ୍ଲୀ,୨୦।୮: ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ମେକ୍‌ଓଭରକୁ ନେଇ ଜଣାଶୁଣା। ଆଇପିଏଲ୍‌ର ଆଧିକାରିକ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟ୍ସ ଗୁରୁବାର ଧୋନୀଙ୍କ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି,…

ଅସହାୟ ଶିଶୁ ପାଇଁ ପଦକ ନିଲାମ କଲେ ଅଲିମ୍ପିକ୍ସ ପଦକଧାରୀ

ଓ୍ବାରଶ,୧୯।୮ : ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଏହା ଥିଲା ମାରିଆଙ୍କ ପ୍ରଥମ ପଦକ। ଦୂରାରୋଗରେ ପୀଡ଼ିତ ୮…

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଖାଲିଦା ପୋପାଲ। ଏହା ଦର୍ଶାଉଛି ତାଲିବାନ୍‌ ଆତଙ୍କବାଦୀ…

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦ ସ୍ପେଶାଲିଷ୍ଟ କୁହାଯାଉଥିବା ଡଓ୍ବେିଡ ମଲାନଙ୍କୁ ଦଳରେ ସାମିଲ କରାଯାଇଛି। ସେ ଲଗାତାର ଭାବେ ଖରାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri