Posted inଖେଳ

‘ଏହା ମୋ କ୍ୟାରିୟରର ଶେଷ ସିଜନ’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଚଳିତ ସିଜନ ପରେ ଅନ୍ତର୍ଜାତୀୟ ଟେନିସରୁ ସନ୍ନ୍ୟାସ ନେବେ। ଚଳିତ ଅଷ୍ଟ୍ରେଲିଆନ ଓପନର ମହିଳା ଡବଲ୍ସ ବର୍ଗରେ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି ପୂର୍ବତନ ନଂ୧ ଡବଲ୍ସ ମହିଳା ଖେଳାଳି। ଟୁର୍ନାମେଣ୍ଟରେ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥି କରି ଖେଳିଥିଲେ ସାନିଆ। ଏହି ଯୋଡ଼ିକୁ ସିଧାସଳଖ ସେଟ୍‌ରେ ୪-୬, ୬-୭ ବ୍ୟବଧାନରେ ସ୍ଲୋଭେନିଆର କାଜା ଜୁଭାନ ଓ ତାମାରା ଜିଡାନସେକ ହରାଇ ଦେଇଛନ୍ତି।

“ଏଭଳି ନିଷ୍ପତ୍ତି ପଛରେ ଅନେକ କାରଣ ରହିଛି। ମୋତେ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଅପେକ୍ଷାକୃତ ଅଧିକ ସମୟ ଲାଗୁଛି। ସର୍ବଦା ଟ୍ରାଭେଲିଂ ବେଳେ ମୋର ୩ ବର୍ଷୀୟ ପୁଅକୁ ମଧ୍ୟ ବିପଦରେ ପକାଉଛି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। ମୋତେ ଲାଗୁଛି ମୋ ଶରୀର ପୂର୍ବଭଳି ଫିଟ୍‌ ନାହିଁ। ମୋ ଆଣ୍ଠୁରେ ଆଜି ଆଘାତ ଲାଗିଛି। ଏହା ଆମ ପରାଜୟର କାରଣ ବୋଲି ମୁଁ କହୁନାହିଁ। କିନ୍ତୁ ବୟସ ବଢ଼ୁଥିବାରୁ ଆହତ ସମସ୍ୟାରୁ ମୁକୁଳିବାକୁ ସମୟ ଲାଗୁଛି” ବୋଲି ମିର୍ଜା କହିଛନ୍ତି।

କ୍ୟାରିୟରର ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଚଳିତ ସିଜନ ଶେଷ ପର୍ଯ୍ୟନ୍ତ ଖେଳ ଜାରି ରଖିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri