Posted inଖେଳ

ଚଳିତ ବର୍ଷ ବିସିସିଆଇରୁ ବିଦାୟ ନେବେ ସୌରଭ ଗାଙ୍ଗୁଲି-ଜୟ ଶାହ? ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ,୧୮।୧: ଭାରତର ଟେଷ୍ଟ ଅଧିନାୟକ ପଦକୁ ଛାଡ଼ିବା ଲାଗି ହଠାତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଥିଲେ ବିରାଟ କୋହଲି। ଏହାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କ ପରେ ବିସିସିଆଇ ସଭାପତି ପଦ କିଏ ସମ୍ଭାଳିବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ସଚିବ ଜୟ ଶାହାଙ୍କ ମଧ୍ୟ ଶେଷ ହେବ। ଏକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଗାଙ୍ଗୁଲି ଏବଂ ଶାହାଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବ। ଗାଙ୍ଗୁଲିଙ୍କ ସମୟରେ ଉଭୟ ସଫଳତା ଏବଂ ବିବାଦ ଦେଖିବାକୁ ମିଳିଛି। ରାହୁଲ ଦ୍ରାବିଡ ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ଏହାକୁ ସଫଳତା କୁହାଯାଇପାରେ। ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ସଭାପତି କରାଯାଇଥିବା ବେଳେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ସେହିଭଳି କୋହଲି ଟି-୨୦ ଅଧିନାୟକତ୍ୱ ଛାଡ଼ିବା ଏବଂ ତାଙ୍କଠାରୁ ଦିନିକିଆର ଅଧିନାୟକତ୍ୱ ଛଡ଼ାଇ ନିଆଯିବାକୁ ନେଇ ବିବାଦ ଦେଖାଦେଇଥିଲା। ଏଣୁ ବିସିସିଆଇ ନୂତନ ସଭାପତିଙ୍କୁ ସ୍ବାଗତ କରିବ କି ପୁଣିଥରେ ଗାଙ୍ଗୁଲି ଏବଂ ଶାହା ଏହି ଦାୟିତ୍ୱ ତୁଲାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିବିୟାନ ପ୍ରିମିୟର ଲିଗ୍‌ : ଇତିହାସ ସୃଷ୍ଟିକଲେ ବ୍ରାଭୋ, ତାମ୍ବେଙ୍କ ପଦାର୍ପଣ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): ଏଠାରେ ଚାଲିଥିବା ହିରୋ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଅଲ ରାଉଣ୍ଡର ଡ୍ବେନ ବ୍ରାଭୋ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ପ୍ରବୀଣ...

ହ୍ବାଟସଆପ ଗ୍ରୁପ୍‌ରେ ଜୋକୋଭିଚ୍‌, ନାଡାଲ, ଫେଡରର

ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ...

କ୍ରୁନାଲ, ଗୋଥାମ ଓ ଚହଲଙ୍କୁ ଛାଡ଼ି ଶ୍ରୀଲଙ୍କାରୁ ଫେରିଲା ଭାରତୀୟ ଦଳ

କଲମ୍ବୋ, ୩୧ା୭ (ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ସୀମିତ ଓଭର ଦଳ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚତ୍ଛି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଯୋଗୁ କ୍ରିଷ୍ଣାପ୍ପା...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ...

ରୋହିତ୍‌-ମୟଙ୍କ ଓପନିଂ ଯୋଡି ରଚିଲେ ଇତିହାସ

ବିଶାଖାପାଟନମ୍‌,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ବାଲ୍‌ ଯୋଡି ପ୍ରଥମ ଉଇକେଟ ପାଇଁ ୩୧୭ ରନର...

୨୦୨୨ ଜୁଲାଇ ୧୫ରୁ ବିଶ୍ୱ ଆଥଲେଟିକ୍ସ

୨୦୨୧ରେ ହେବାକୁଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ୨୦୨୨ ଜୁଲାଇ ୧୫ରୁ ୨୨ ପର୍ଯ୍ୟନ୍ତ ଆମେରିକାର ଅର୍ଗାନସ୍ଥିତ ଇଉଜେନିଠାରେ ଅନୁଷ୍ଠିତ ହେବ। ବର୍ମିଂହାମଠାରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା...

ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନର ଦ୍ୱିତୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନ(ଏସଏସଏସଏଫ)ର ଦ୍ୱିତୀୟ କାର୍ଯ୍ୟକ୍ରମ ଗୁରୁବାର କ୍ୟାପିଟାଲ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ରୁ ୧୨ ବର୍ଷ ମଧ୍ୟରେ...

Advertisement
Archives

Model This Week