Posted inଖେଳ

ଅଧିନାୟକ ଭାବେ କୋହଲି ଥିଲେ ଏମିତି, ରାହୁଲ ଦେଲେ ବଡ଼ ବୟାନ

ପର୍ଲ,୧୯।୧: ବୁଧବାରଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ବ୍ୟାଟର ଭାବେ ପଡ଼ିଆକୁ ଓହ୍ଲାଇବେ ବିରାଟ କୋହଲି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ସେ ଖେଳିବେ। ଏଣୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ତେବେ ମ୍ୟାଚର ଅବ୍ୟବହିତ ପୂର୍ବରୁ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ରାହୁଲ ବଡ଼ ବୟାନ ଦେଇଛନ୍ତି।

କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ବଡ଼ ସଫଳତା ହାସଲ କରିଛି। ପୂର୍ବରୁ ଆମେ ଭାରତ ବାହାରେ ସିରିଜ ଜିତୁ ନ ଥିଲୁ। ହେଲେ କୋହଲିଙ୍କ ସମୟରେ ଆମେ ପ୍ରତ୍ୟେକ ଦେଶ ଯାଇଥିଲୁ, ସେଠାରେ ସିରିଜ ଜିତିଥିଲୁ। ଆମେ ବହୁତ ଭଲ ଖେଳିଥିଲୁ, ଯାହା ଭାରତୀୟ ଦଳ ପାଇଁ ନୂତନ ମାନଦଣ୍ଡ ସ୍ଥିର କରିଛି। କୋହଲି ଯେଉଁ ସାମ୍ରାଜ୍ୟ ଗଢ଼ିଛନ୍ତି, ଦଳ ତାକୁ ଆଗକୁ ନେବାକୁ ଚେଷ୍ଟା କରିବ। ଆମେ ଜାଣୁ ଚାମ୍ପିୟନ ଦଳ ହେବା ଲାଗି ଆମକୁ କ’ଣ କରିବାକୁ ହେବ। ଏଥିଲାଗି ଜଣେ ଖେଳାଳି ଭାବେ ଉନ୍ନତି ଜାରି ରଖିବା, ଯଥାସମ୍ଭବ ଶୃଙ୍ଖଳିତ ଏବଂ ସ୍ଥିର ରହିବା, ବିଶେଷକରି ଖେଳକୁ ଉପଭୋଗ କରିବା ଜରୁରୀ ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି, ସାଥୀ ଖେଳାଳିଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇବା ଲାଗି କୋହଲିଙ୍କୁ ଅନୁକରଣ କରିବେ। କାରଣ ଯେତେବେଳେ ନେତୃତ୍ୱ କଥା ଆସେ, ପ୍ରତ୍ୟେକ ଖେଳାଳିଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇବା ଲାଗି ବିରାଟଙ୍କର ଏକ ଚମତ୍କାର ଦକ୍ଷତା ଥିଲା। ସେ ସମସ୍ତଙ୍କୁ ଉତ୍ସାହିତ କରୁଥିଲେ। ଏହା ମୁଁ ତାଙ୍କଠାରୁ ଶିଖିଛି। ଆଶା କରେ ଦଳସହ ସେଭଳି କରିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri