Posted inଖେଳ

ଚାରି ମାସରେ ବଦଳିଗଲା ଭାଗ୍ୟ! ଆଇପିଏଲ-ଟି ୨୦ ପରେ ଏବେ ଜାତୀୟ ଦଳରେ ଡେବ୍ୟୁ କଲେ ଏହି ଧୂରନ୍ଧର

ପର୍ଲ,୧୯।୧: ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ଭେଙ୍କଟେଶ ଆୟାରଙ୍କ ଭାଗ୍ୟ ବଦଳିଛି। ଗତ ବର୍ଷ ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ୍‌-୧୪ର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ତାଙ୍କୁ କେହି ଚିହ୍ନି ବି ନ ଥିଲେ। ହେଲେ ଏବେ ଜାତୀୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ସେ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମଇଦାନରେ ଟି୨୦ ଡେବ୍ୟୁ କରିବା ପରେ ବୁଧବାର ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଅଲରାଉଣ୍ଡର ଭାବେ ଖେଳିବାର ସୁଯୋଗ ପାଇଛନ୍ତି।

ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ସଂସ୍କରଣରେ ଆୟାରଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଣୁ କେକେଆର୍‌ ପ୍ଲେଅଫ୍‌ରେ ପହଞ୍ଚି ପାରିଥିଲା। ମୋଟ ୧୦ ମ୍ୟାଚ୍‌ର ୧୦ ପାଳିରେ ସେ ଖେଳି ୩୭୦ ରନ୍‌ କରିଥିଲେ। ଏଥିରେ ୪ ଅର୍ଦ୍ଧଶତକ ଥିଲା। ଏହାପରଠାରୁ ତାଙ୍କ ଭାଗ୍ୟର ତାଲା ଖୋଲିଛି। ଲଗାତାର ଭାବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ଶିଢ଼ି ଚଢ଼ିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଇରାନରେ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ନିର୍ବାଚନ ଘୋଷଣା, ୫୩ ବର୍ଷ ମଧ୍ୟରେ ପ୍ରଥମ ଥର ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କଲେ ସରକାର

ଜେରୁଜେଲମ,୧୩।୭: ଇସ୍ରାଏଲର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି; ଭୋଟିଂ ୨୭ ଅକ୍ଟୋବର, ୨୦୨୬ ରେ ହେବ। ଉଲ୍ଲେଖନୀୟ ଯେ, ଏହା ୩୮ ବର୍ଷ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri