ମିଳିଲା ମଙ୍ଗଳ ମାଟି ଉପଯୋଗୀ ଉଦ୍ଭିଦ
ନୂଆଦିଲ୍ଲୀ, ୨୫ା୮: ମଙ୍ଗଳରେ ମନୁଷ୍ୟ ରହିପାରିବା ଭଳି ପରିବେଶ ସୃଷ୍ଟି ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଜଳ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍ଏ) ପାଇଁ…
ଜେଲନ୍ସ୍କିଙ୍କ ଦାବି ସ୍ୱାଧିନତା ଦିବସରେ ୟୁକ୍ରେନରେ ୨୨ଲୋକଙ୍କ ମୃତ୍ୟୁ, ୫୦ ଆହତ
କ୍ୱିଭ,୨୫ ।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍ସ୍କି ଅଗଷ୍ଟ ୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛନ୍ତି ‘ରୁଷିଆ ସେନା ୟୁକ୍ରେନର ସ୍ୱାଧିନତା ଦିବସରେ ନିପ୍ରୋପେଟ୍ରୋବସ୍କ ଅଞ୍ଚଳରେ ଏକ ରେଲୱେ ଷ୍ଟେଶନରେ ରକେଟ ଆକ୍ରମଣ କରିଛନ୍ତି । ଆଉ ଏହି ଆକ୍ରମଣରେ…
ଲକ୍ଡାଉନରେ ଶ୍ରମିକଙ୍କୁ ସାହାଯ୍ୟ କରିଥିବା ଛତୁଚାଷୀ ପପ୍ପନ ସିଂଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୨୪।୮ :କୋଭିଡ୍ ଲକ୍ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ ତାଙ୍କର…
କେନାଲକୁ ଓଲଟିଲା ମାଛ ବୋଝେଇ ପିକଅପ୍: ମାନବିକତା ଦେଖାଇ ପାଣିରୁ ମାଛ କାଢି ଫେରାଇଲେ ଲୋକେ
ମାହାଙ୍ଗା,୨୪ା୮(ସ୍ବ.ପ୍ର.): ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ଇଟାମୁଣ୍ଡଳୀ ଗଁା ନିକଟରେ ବୁଧବାର ସକାଳେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନଟି ନିଶ୍ଚିନ୍ତକୋଇଲିରୁ ପଞ୍ଚୁପାଣ୍ଡବକୁ ଯାଉଥିବା ଭାରସାମ୍ୟ ହରାଇ କେନାଲ ପାଣି ମଧ୍ୟକୁ ଓଲଟି ପଡିଥିଲା। ପିକ୍ଅପ୍ ଭ୍ୟାନରେ ଥିବା ଗାଡି ଚାଳକଙ୍କ…
ମୃତ୍ୟୁ ପ୍ରମାଣପତ୍ର ଦେବାକୁ କିରାଣି ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ
ଭବାନୀପାଟଣା,୨୪ା୮(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ସିଏଚ୍ସି କନିଷ୍ଠ କିରାଣି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନିଷ୍ଠ କିରାଣି ଏମ୍ ଦିବ୍ୟଜ୍ୟୋତି ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବିପିଏଲ କାର୍ଡଧାରୀଙ୍କ ଠାରୁ ୯…
ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର
ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ସହ ଗୋଆ ଯାଇଥିବା ଦୁଇଜଣ ସହଯୋଗୀ ଏହି ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ଥିବା…
‘ସୋନିଆଙ୍କୁ ନୁହେଁ, କ’ଣ ନଡାଙ୍କୁ ଭେଟିବି’
ନୂଆଦିଲ୍ଲୀ,୨୪।୮: ୨୦୧୯ ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଦଳର ପୂର୍ଣ୍ଣକାଳୀନ ସଭାପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଛି। ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ରହିବେ ନା ଗାନ୍ଧୀ ପରିବାର ବାହାରେ ଥିବା କୌଣସି କଂଗ୍ରେସ ନେତା ଏହି…
ଭିଜିଲାନ୍ସ ଜାଲରେ ଲୋଇସିଂହା ଆଇଆଇସି
ବଲାଙ୍ଗୀର ଅଫିସ,୨୪ା୮: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ଲୋଇସିଂହା ଆଇଆଇସି ସଂଗ୍ରାମ ପଟ୍ଟନାୟକ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି ବରଗଡ଼ ଭିଜିଲାନ୍ସ ଟିମ୍। ବରଗଡ଼ ଜିଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ…
ଡିସେମ୍ବର ୨୭ରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
ବରଗଡ଼ ଅଫିସ,୨୪ା୮: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଯାତ୍ରା ଦୀର୍ଘ ୧୧ ଦିନ ବ୍ୟାପୀ ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଚାଲିବ। କରୋନା କଟକଣା ଯୋଗୁ ଦୀର୍ଘ ୨ ବର୍ଷ…
ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସେ ରୋବଟ, ଲିଙ୍ଗା, ଶିବାଜୀ ଦି ବସ ଏବଂ ୨.୦ ଭଳି ଏକରୁ ଅଧିକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ରଜନୀକାନ୍ତଙ୍କ ଉପସ୍ଥିତିରେ ଯେକୌଣସି ଫିଲ୍ମ ବ୍ଲକବଷ୍ଟର ହେବାର ଗ୍ୟାରେଣ୍ଟି ଭାବରେ…
ବସ୍ଷ୍ଟାଣ୍ଡ ନିକଟରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ
କୋକସରା,୨୪ା୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକ ବସ୍ଷ୍ଟାଣ୍ଡର ଦୁର୍ଗାମଣ୍ଡପ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ…
ପ୍ରଧାନମନ୍ତ୍ରୀ କ’ଣ, ମୁଁ କିଛି ବି ହେବାକୁ ଚାହୁଁ ନାହିଁ: ନୀତୀଶ
ପାଟନା,୨୪।୮: ଭାଜପା ସହ ମେଣ୍ଟ ଭାଙ୍ଗି ପୁଣି ନୂଆ ସରକାର ଗଢ଼ିବା ପଛରେ ନୀତିଶ କୁମାରଙ୍କ ମହତ୍ତ୍ୱାକାଂକ୍ଷା ଥିବା କୁହାଯାଇଥିଲା। ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ନୀତୀଶ ବୁଧବାର ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି।…
Archives


