Gen Z ଙ୍କ ପାଇଁ ସରକାରୀ ବ୍ୟାଙ୍କର ବଡ଼ ଉପହାର: ସେଭିଂରୁ ଲୋନ୍‌ ଯାଏ ମିଳିବ ସ୍ୱତନ୍ତ୍ର ସୁବିଧା, ଆସୁଛି ୩ଟି ନୂଆ ସ୍କିମ!

ନୂଆଦିଲ୍ଲୀ,୨୧।୧୦: ଦେଶର ସରକାରୀ ବ୍ୟାଙ୍କଗୁଡ଼ିକ ଯୁବପିଢ଼ିଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଦୀପାବଳି ପୂର୍ୱରୁ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ତିନୋଟି ନୂଆ ଆର୍ଥିକ ଉତ୍ପାଦ (financial products) ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ସଞ୍ଚୟ, ନିବେଶ, ବୀମା ଏବଂ ଋଣ ଭଳି ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କଗୁଡ଼ିକ ଏହି ଦିଗରେ କାର୍ଯ୍ୟ ତ୍ୱରାନୱିତ କରିଛନ୍ତି।

ବ୍ୟାଙ୍କଗୁଡ଼ିକ ଯୁବପିଢ଼ିଙ୍କ ପାଇଁ ଏକ ମିଳିତ ଅନଲାଇନ ପୋର୍ଟାଲ ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କିଙ୍ଗ ସେବା ଏବଂ ଆର୍ଥିକ ସୁଯୋଗ ସମ୍ପର୍କିତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା। ରିପୋର୍ଟ ଅନୁସାରେ, ଏହି ପୋର୍ଟାଲକୁ ନଭେମ୍ୱର ଶେଷ ସୁଦ୍ଧା ଆରମ୍ଭ କରିବା ପାଇଁ ଯୋଜନା ରହିଛି।

ଏହି ଡିଜିଟାଲ ପ୍ଲାଟଫର୍ମରେ ବ୍ୟାଙ୍କ ଶାଖା ଏବଂ ଏଟିଏମର ସୂଚନା ଦେବା ପାଇଁ ଲୋକେଟର୍‌ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇପାରେ। ଏହା ମାଧ୍ୟମରେ ଯୁବପିଢ଼ି ନିଜ ଆଖପାଖରେ ଥିବା ବ୍ୟାଙ୍କିଙ୍ଗ ସେବା ବିଷୟରେ ସହଜରେ ସୂଚନା ପାଇପାରିବେ।

ସରକାରୀ ବ୍ୟାଙ୍କଗୁଡ଼ିକର ଏହି ପ୍ରସ୍ତାବିତ ଯୋଜନାର ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବା। ଏହି ଉତ୍ପାଦଗୁଡ଼ିକରେ ସଞ୍ଚୟ ଏବଂ ନିବେଶ ସହ ଜଡ଼ିତ ସୁବିଧା ସହିତ ବୀମା ଓ ଋଣ ସମ୍ୱନ୍ଧୀୟ ବିକଳ୍ପ ମଧ୍ୟ ସାମିଲ ରହିବ। ଏହା ବ୍ୟତୀତ, ଯୁବପିଢ଼ିଙ୍କୁ ଆର୍ଥିକ ଯୋଜନା (financial planning) ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେବା ଉପରେ ମଧ୍ୟ ବିଚାର କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେତେକ ପ୍ରସ୍ତାବିତ ସୁବିଧା ମଧ୍ୟରେ ମାଗଣା ଡିମାଟ ଆକାଉଣ୍ଟ (Free Demat Account) ଏବଂ ଆର୍ଥିକ ଯୋଜନା ସମ୍ୱନ୍ଧୀୟ କାଉନସେଲିଂ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ବିଭିନ୍ନ ସରକାରୀ ବ୍ୟାଙ୍କ ନିଜ ତରଫରୁ ଅତିରିକ୍ତ ଲାଭ ଏବଂ ସୁବିଧା ମଧ୍ୟ ଯୋଡ଼ିପାରିବେ।

ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଯୁବପିଢ଼ିଙ୍କ ସହ ଏକ ଦୀର୍ଘସ୍ଥାୟୀ ସମ୍ପର୍କ ଗଢ଼ିବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି। ଏହା ଅଧୀନରେ କେବଳ ନୂଆ ଖାତା ଖୋଲିବା ବଦଳରେ ସଞ୍ଚୟ, ନିବେଶ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ପରିଚାଳନାର ବୁଝାମଣା ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଯୁବବର୍ଗଙ୍କୁ ଏକ ଭଲ କ୍ରେଡିଟ ସ୍କୋର୍‌ (Credit Score) ବଜାୟ ରଖିବା ଏବଂ ଠିକ ସମୟରେ ଅର୍ଥ ପରିଶୋଧ କରିବାର ମହତ୍ତ୍ୱ ବିଷୟରେ ମଧ୍ୟ ସଚେତନ କରାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ପଦକ୍ଷେପ ଦ୍ୱାରା ଯୁବପିଢ଼ିଙ୍କୁ ନିଜ ଟଙ୍କାର ଉତ୍ତମ ପରିଚାଳନା କରିବା ଏବଂ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି।

ଏହି ପଦକ୍ଷେପ ଅଧୀନରେ ୧୬ ବର୍ଷରୁ ଅଧିକ ବୟସର ଯୁବବର୍ଗଙ୍କୁ ବ୍ୟାଙ୍କିଙ୍ଗ ପ୍ରତି ସଚେତନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ମାସବ୍ୟାପୀ ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା। ଭାରତୀୟ ବ୍ୟାଙ୍କ ସଂଘ (IBA) ଏହି ଅଭିଯାନର ସମନୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?