Posted inଖେଳ

ଅଷ୍ଟ୍ରେଲିଆ ବିଜୟୀ…

ମୋହାଲି, ୨୦।୯ : ଭାରତକୁ ଅଷ୍ଟ୍ରେଲିଆ ଦଳର ଗସ୍ତକ୍ରମରେ ପଞ୍ଜାବ ମୋହାଲିରେ ପ୍ରଥମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚରେ ମଙ୍ଗଳବାର ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ପରାଜିତ କରିଛି।
ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଦଳ ପାଇଁ ବିଜୟ ଲକ୍ଷ୍ୟ ୨୦୯ ରନ ରହିଥିଲା। ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୧୯.୨ ଓଭରରେ ୬ ଓ୍ବିକେଟ ହରାଇ ୨୧୧ ରନ୍‌ ସଂଗ୍ରହ କରିଥିଲା।

ଆଷ୍ଟ୍ରେଳିଆ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଟସ୍‌ ଜିତି ଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

ମ୍ୟାକ୍‌ଗ୍ରାଥଙ୍କୁ କ୍ଷମା କରିନାହାନ୍ତି ଭାରତୀୟ ପ୍ରଶଂସକ

ଡାଭୋସ,୨୭।୧(ପି.ଟି.)- ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ପେସର ଗ୍ଲେନ ମ୍ୟାକ୍‌ଗ୍ରାଥଙ୍କୁ ଭାରତୀୟ କ୍ରିକେଟ ପ୍ରଶଂସକ କ୍ଷମା କରିନାହାନ୍ତି। ୨୦୦୩ ବିଶ୍ୱକପ୍‌ ଫାଇନାଲରେ...

ବ୍ରେନ୍‌ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର

ସିଡ୍‌ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍‌ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ...

ଆତ୍ମହତ୍ୟା କଲେ ପୂର୍ବତନ ଭାରତୀୟ କ୍ରିକେଟର୍‌

କୋଚି, ୧୦।୧୦: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପୂର୍ବତନ ସଦସ୍ୟ ତଥା କେରଳ ରଣ୍‌ଜୀ ଟ୍ରଫି ଖେଳାଳି ଏମ୍‌. ସୁରେଶ କୁମାରଙ୍କ ବିୟୋଗ ଘଟିଛି।...

କ୍ରିକେଟ ଉପଦେଷ୍ଟା କମିଟିରେ ମଦନ ଲାଲ

ନୂଆଦିଲ୍ଲୀ, ୩୧ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପୂର୍ବତନ କ୍ରିକେଟର ରୁଦ୍ରପ୍ରତାପ ସିଂ, ମଦନ ଲାଲ ଏବଂ ସୁଲକ୍ଷଣା ନାଏକ ପ୍ରମୁଖ ଶୁକ୍ରବାର...

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ...

କରୋନା ଭୟ ସତ୍ତ୍ୱେ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ଯୋଗଦେଲେ ୫୦ ହଜାର ଦର୍ଶକ

ସେଣ୍ଡାଇ(ଜାପାନ),୨୨।୩(ଏଏଫ୍‌ପି)- କରୋନା ଭାଇରସର ପ୍ରକୋପ ସତ୍ତ୍ୱେ ନର୍ଥଇଷ୍ଟର୍ନ ଜାପାନରେ ରବିବାର ଅନୁଷ୍ଠିିତ ଅଲିମ୍ପିକ୍ସ ମଶାଲ କାର୍ଯ୍ୟକ୍ରମରେ ୫୦ ହଜାର ଦର୍ଶକ ଯୋଗ ଦେଇଛନ୍ତି। ଗୁରୁବାର ଆୟୋଜିତ...

୭ ମ୍ୟାଚ୍‌ରେ ୭୭ ଛକା, ଏହି ଟିମ୍‌ ଛାଡ଼ିଛି ସର୍ବାଧିକ କ୍ୟାଚ୍‌

ନୂଆଦିଲ୍ଲୀ, ୨୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ପ୍ରଥମ ସପ୍ତାହ ଇତିମଧ୍ୟରେ ପୂରଣ ହୋଇସାରିଛି। ଏହା ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ଏଭଳି...

Advertisement
Archives

Model This Week