Posted inଜାତୀୟ

ମ୍ୟାନ୍‌ମାରରେ ୩୦୦ ଭାରତୀୟ ପଣବନ୍ଦୀ

ଚେନ୍ନାଇ,୨୧ା୯: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଚାକିରି ଲୋଭରେ ୬୦ ତାମିଲଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡ ଯିବାବେଳେ ମ୍ୟାନ୍‌ମାରରେ ଫସିଯାଇଛନ୍ତି। ନିଯୁକ୍ତି ଆଶାୟୀ ଭାରତୀୟଙ୍କୁ ସାଙ୍ଗରେ ନେଇ ଯାଉଥିବା ଏକ ଅନ୍ତର୍ଜାତୀୟ ରାକେଟ ସେମାନଙ୍କୁ ପଣବନ୍ଦୀ ରଖି ସାଇବାର ଅପରାଧ ଘଟାଇବା ପାଇଁ ବାଧ୍ୟ କରିଛି। ଦକ୍ଷିଣପୂର୍ବ ମ୍ୟାନ୍‌ମାରର ରାଜ୍ୟ କୟିନସ୍ଥିତ ମ୍ୟାଓ୍ବାଡ୍ଡିରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି।
ଘଟଣା ସମ୍ପର୍କରେ ଅବଗତ ଥିବା ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଭାରତୀୟ ନାଗରିକମାନଙ୍କୁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍‌ ଥାଇଲାଣ୍ଡରେ ନିଯୁକ୍ତି ପ୍ରଦାନ ପ୍ରତିଶ୍ରୁତି ଦେଇ ନିଜ ଜାଲରେ ଫସାଇଥିଲା। ସେମାନଙ୍କୁ ଥାଇଲାଣ୍ଡ ନେବା ପରିବର୍ତ୍ତେ ବେଆଇନ ଭାବେ ମ୍ୟାନ୍‌ମାରକୁ ନେଇଯାଇଥିଲା। ଫସିଥିବା ଭାରତୀୟଙ୍କ ମଧ୍ୟରୁ କେତେଜଣ ତାମିଲ ସହାୟତା ଆଶାରେ ଶନିବାର ତାମିଲନାଡୁ ସରକାରଙ୍କ ନିକଟକୁ ଏକ ଭିଡିଓ ପଠାଇବା ପରେ ଏହି ବିଷୟ ସାମ୍ନାକୁ ଆସିଥିଲା। ସେମାନଙ୍କୁ ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯାଉଛି। କଥା ନ ଶୁଣିଲେ ନିଯୁକ୍ତିଦାତା ସେମାନଙ୍କୁ ମାଡ଼ ମାରୁଛନ୍ତି। ଏପରି କି ଇଲେକ୍ଟ୍ରିକ୍‌ ଶକ୍‌ (ଝଟ୍‌କା) ମଧ୍ୟ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଉକ୍ତ ଭିଡିଓରେ ତାମିଲମାନେ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ୟାଙ୍ଗୁନ୍‌ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କୁ ଉଦ୍ଧାର କରିବା ଲାଗି ମ୍ୟାନ୍‌ମାର ସରକାରଙ୍କ ସହ ଉଦ୍ୟମ ଚଳାଇଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଉଦ୍ଧାର କରିବା ପାଇଁ ଭିନ୍ନ ଉପାୟ ଆପଣାଯାଉଛି। କାରଣ ମ୍ୟାଓ୍ବାଡ୍ଡି ଅଞ୍ଚଳ ମ୍ୟାନ୍‌ମାର ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ଏହି ସୀମାନ୍ତ ଅଞ୍ଚଳ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀ ଦଖଲରେ ରହିଥିବା ମ୍ୟାନ୍‌ମାର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ କେବଳ ଭାରତୀୟ ନୁହନ୍ତି, ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଏହି ଗ୍ୟାଙ୍ଗ୍‌ ଜାଲରେ ଫସି ବର୍ତ୍ତମାନ ମୁକୁଳିବା ପାଇଁ ସହାୟତା ଲୋଡ଼ିଛନ୍ତି। ସେମାନେ ନିଜ ପରିବାରକୁ ପଠାଇଥିବା ମେସେଜ୍‌ରେ ଅପହର୍ତ୍ତାଙ୍କୁ ‘ମାଲେସିଆନ୍‌ ଚାଇନିଜ୍‌’ ବୋଲି ଅଭିହିତ କରିଛନ୍ତି। ଭାରତୀୟମାନଙ୍କୁ ମ୍ୟାନ୍‌ମାରରୁ ଉଦ୍ଧାର କରି ଆଣିବା ଲାଗି ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଟିଟିଭି ଦିନାକରନ ଏବଂ ତାମିଲନାଡୁର ସିପିଆଇ ସମ୍ପାଦକ ଆର୍‌. ମୁଥରାସନ କେନ୍ଦ୍ର ତଥା ତାମିଲନାଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଜଣକ ମୁଣ୍ଡରେ ୫ ଷ୍ଟିଚ୍‌

କରାଇକାଲମେଡୁର ୬୦ ବର୍ଷୀୟ ମତ୍ସ୍ୟଜୀବୀ ରାଜା ସୁବ୍ରମଣ୍ୟନ୍‌ ସୋମବାର ପୁଡୁଚେରୀର କରାଇକାଲ ଜିଲାପାଳଙ୍କୁ ମ୍ୟାନ୍‌ମାରରେ ଫସିଥିବା ତାଙ୍କ ପୁଅଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ସୁବ୍ରମନ୍ୟନ୍‌ଙ୍କ ବଡ଼ପୁଅ ସୁଧାକର ପୂର୍ବରୁ ଦୁବାଇରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ନିଜ ସାନଭାଇଙ୍କ ଦୁଃଖର କାହାଣୀ ଶୁଣାଇଛନ୍ତି। ସେ କହିଛନ୍ତି, କିଛି ମାସ ତଳେ ସାନଭାଇଙ୍କ ମ୍ୟାନେଜର ତାଙ୍କୁ ପଦୋନ୍ନତି ମିଳିଥିବା କହି ଥାଇଲାଣ୍ଡ ଅଫିସକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଥାଇଲାଣ୍ଡରୁ ତାଙ୍କ ସହ ଅନ୍ୟ କେତେଜଣଙ୍କୁ ବେଆଇନ ଭାବେ ସଡ଼କ ପଥରେ ମ୍ୟାନ୍‌ମାରକୁ ନିଆଯାଇଥିଲା। କିଛି ଦିନ ହେଲା ନିଯୁକ୍ତିଦାତାମାନେ ତାଙ୍କ ଭାଇ ଓ ଅନ୍ୟମାନଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି। ମନା କଲେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛନ୍ତି। ନିର୍ଯାତନାର ଶିକାର ହୋଇ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍‌ ପଡ଼ିଛି।

ସତର୍କ କରାଇଥିଲା ଭାରତୀୟ ମିଶନ

କୌଣସି ପ୍ରକାର ଚାକିରି ପ୍ରଲୋଭନରେ ନ ପଡ଼ିବା ପାଇଁ ଗତ ଜୁଲାଇ ୫ରେ ଭାରତୀୟ ମିଶନ ପକ୍ଷରୁ ଏକ ସତର୍କତା ଜାରି କରାଯାଇଥିଲା। ମ୍ୟାନ୍‌ମାର ସୀମାନ୍ତରେ ଡିଜିଟାଲ ଦୁର୍ନୀତି/କ୍ରିପ୍ଟୋ ଜାଲିଆତି ଭଳି କାର୍ଯ୍ୟରେ ନିୟୋଜିତ କେତେକ ଆଇଟି କମ୍ପାନୀ ନିକଟ ଅତୀତରେ ଏଜେଣ୍ଟମାନଙ୍କ ଜରିଆରେ ଭାରତୀୟମାନଙ୍କୁ ନିଯୁକ୍ତି ପ୍ରଦାନର ପ୍ରଲୋଭନ ଦେଖାଇବା ନେଇ ମଧ୍ୟ ମିଶନ ଜାଣିବାକୁ ପାଇଥିଲା। ପ୍ରାରମ୍ଭିକ ନିଯୁକ୍ତି ପରେ ମିଶନ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଶ୍ରମିକମାନଙ୍କୁ ମ୍ୟାନ୍‌ମାରକୁ ବେଆଇନ ଭାବେ ନିଆଯାଉଛି। ଦସ୍ତାବିଜ ଯାଞ୍ଚ ନ କରି ସେମାନଙ୍କୁ ନିଆଯାଉଥିବାରୁ ଭାରତୀୟମାନେ ଜାଲରେ ଫସିପାରନ୍ତି ବୋଲି ସେତେବେଳେ ସତର୍କ କରାଯାଇଥିଲା। ଅଫର୍‌ ଗ୍ରହଣ କରିବା ପୂର୍ବରୁ ଆବଶ୍ୟକ ସମସ୍ତ ସୂଚନା (କେଉଁ ପଦରେ ନିଯୁକ୍ତି ଦିଆଯିବ, କମ୍ପାନୀ ବିବରଣୀ, ସ୍ଥାନ, ଚାକିରି ଦେଉଥିବା ସଂସ୍ଥାର ଠିକଣା ଓ ଫୋନ୍‌ ନମ୍ବର ଆଦି) ନିଜ ପାଖରେ ରଖିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?