Posted inଜାତୀୟ

ମ୍ୟାନ୍‌ମାରରେ ୩୦୦ ଭାରତୀୟ ପଣବନ୍ଦୀ

ଚେନ୍ନାଇ,୨୧ା୯: ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଚାକିରି ଲୋଭରେ ୬୦ ତାମିଲଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଥାଇଲାଣ୍ଡ ଯିବାବେଳେ ମ୍ୟାନ୍‌ମାରରେ ଫସିଯାଇଛନ୍ତି। ନିଯୁକ୍ତି ଆଶାୟୀ ଭାରତୀୟଙ୍କୁ ସାଙ୍ଗରେ ନେଇ ଯାଉଥିବା ଏକ ଅନ୍ତର୍ଜାତୀୟ ରାକେଟ ସେମାନଙ୍କୁ ପଣବନ୍ଦୀ ରଖି ସାଇବାର ଅପରାଧ ଘଟାଇବା ପାଇଁ ବାଧ୍ୟ କରିଛି। ଦକ୍ଷିଣପୂର୍ବ ମ୍ୟାନ୍‌ମାରର ରାଜ୍ୟ କୟିନସ୍ଥିତ ମ୍ୟାଓ୍ବାଡ୍ଡିରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି।
ଘଟଣା ସମ୍ପର୍କରେ ଅବଗତ ଥିବା ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଭାରତୀୟ ନାଗରିକମାନଙ୍କୁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍‌ ଥାଇଲାଣ୍ଡରେ ନିଯୁକ୍ତି ପ୍ରଦାନ ପ୍ରତିଶ୍ରୁତି ଦେଇ ନିଜ ଜାଲରେ ଫସାଇଥିଲା। ସେମାନଙ୍କୁ ଥାଇଲାଣ୍ଡ ନେବା ପରିବର୍ତ୍ତେ ବେଆଇନ ଭାବେ ମ୍ୟାନ୍‌ମାରକୁ ନେଇଯାଇଥିଲା। ଫସିଥିବା ଭାରତୀୟଙ୍କ ମଧ୍ୟରୁ କେତେଜଣ ତାମିଲ ସହାୟତା ଆଶାରେ ଶନିବାର ତାମିଲନାଡୁ ସରକାରଙ୍କ ନିକଟକୁ ଏକ ଭିଡିଓ ପଠାଇବା ପରେ ଏହି ବିଷୟ ସାମ୍ନାକୁ ଆସିଥିଲା। ସେମାନଙ୍କୁ ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯାଉଛି। କଥା ନ ଶୁଣିଲେ ନିଯୁକ୍ତିଦାତା ସେମାନଙ୍କୁ ମାଡ଼ ମାରୁଛନ୍ତି। ଏପରି କି ଇଲେକ୍ଟ୍ରିକ୍‌ ଶକ୍‌ (ଝଟ୍‌କା) ମଧ୍ୟ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଉଦ୍ଧାର କରନ୍ତୁ ବୋଲି ଉକ୍ତ ଭିଡିଓରେ ତାମିଲମାନେ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ୟାଙ୍ଗୁନ୍‌ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କୁ ଉଦ୍ଧାର କରିବା ଲାଗି ମ୍ୟାନ୍‌ମାର ସରକାରଙ୍କ ସହ ଉଦ୍ୟମ ଚଳାଇଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଉଦ୍ଧାର କରିବା ପାଇଁ ଭିନ୍ନ ଉପାୟ ଆପଣାଯାଉଛି। କାରଣ ମ୍ୟାଓ୍ବାଡ୍ଡି ଅଞ୍ଚଳ ମ୍ୟାନ୍‌ମାର ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ଏହି ସୀମାନ୍ତ ଅଞ୍ଚଳ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଶସ୍ତ୍ର ଗୋଷ୍ଠୀ ଦଖଲରେ ରହିଥିବା ମ୍ୟାନ୍‌ମାର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ କେବଳ ଭାରତୀୟ ନୁହନ୍ତି, ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଏହି ଗ୍ୟାଙ୍ଗ୍‌ ଜାଲରେ ଫସି ବର୍ତ୍ତମାନ ମୁକୁଳିବା ପାଇଁ ସହାୟତା ଲୋଡ଼ିଛନ୍ତି। ସେମାନେ ନିଜ ପରିବାରକୁ ପଠାଇଥିବା ମେସେଜ୍‌ରେ ଅପହର୍ତ୍ତାଙ୍କୁ ‘ମାଲେସିଆନ୍‌ ଚାଇନିଜ୍‌’ ବୋଲି ଅଭିହିତ କରିଛନ୍ତି। ଭାରତୀୟମାନଙ୍କୁ ମ୍ୟାନ୍‌ମାରରୁ ଉଦ୍ଧାର କରି ଆଣିବା ଲାଗି ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଟିଟିଭି ଦିନାକରନ ଏବଂ ତାମିଲନାଡୁର ସିପିଆଇ ସମ୍ପାଦକ ଆର୍‌. ମୁଥରାସନ କେନ୍ଦ୍ର ତଥା ତାମିଲନାଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଜଣକ ମୁଣ୍ଡରେ ୫ ଷ୍ଟିଚ୍‌

କରାଇକାଲମେଡୁର ୬୦ ବର୍ଷୀୟ ମତ୍ସ୍ୟଜୀବୀ ରାଜା ସୁବ୍ରମଣ୍ୟନ୍‌ ସୋମବାର ପୁଡୁଚେରୀର କରାଇକାଲ ଜିଲାପାଳଙ୍କୁ ମ୍ୟାନ୍‌ମାରରେ ଫସିଥିବା ତାଙ୍କ ପୁଅଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ। ସୁବ୍ରମନ୍ୟନ୍‌ଙ୍କ ବଡ଼ପୁଅ ସୁଧାକର ପୂର୍ବରୁ ଦୁବାଇରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ନିଜ ସାନଭାଇଙ୍କ ଦୁଃଖର କାହାଣୀ ଶୁଣାଇଛନ୍ତି। ସେ କହିଛନ୍ତି, କିଛି ମାସ ତଳେ ସାନଭାଇଙ୍କ ମ୍ୟାନେଜର ତାଙ୍କୁ ପଦୋନ୍ନତି ମିଳିଥିବା କହି ଥାଇଲାଣ୍ଡ ଅଫିସକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଥାଇଲାଣ୍ଡରୁ ତାଙ୍କ ସହ ଅନ୍ୟ କେତେଜଣଙ୍କୁ ବେଆଇନ ଭାବେ ସଡ଼କ ପଥରେ ମ୍ୟାନ୍‌ମାରକୁ ନିଆଯାଇଥିଲା। କିଛି ଦିନ ହେଲା ନିଯୁକ୍ତିଦାତାମାନେ ତାଙ୍କ ଭାଇ ଓ ଅନ୍ୟମାନଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି। ମନା କଲେ ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛନ୍ତି। ନିର୍ଯାତନାର ଶିକାର ହୋଇ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ୍‌ ପଡ଼ିଛି।

ସତର୍କ କରାଇଥିଲା ଭାରତୀୟ ମିଶନ

କୌଣସି ପ୍ରକାର ଚାକିରି ପ୍ରଲୋଭନରେ ନ ପଡ଼ିବା ପାଇଁ ଗତ ଜୁଲାଇ ୫ରେ ଭାରତୀୟ ମିଶନ ପକ୍ଷରୁ ଏକ ସତର୍କତା ଜାରି କରାଯାଇଥିଲା। ମ୍ୟାନ୍‌ମାର ସୀମାନ୍ତରେ ଡିଜିଟାଲ ଦୁର୍ନୀତି/କ୍ରିପ୍ଟୋ ଜାଲିଆତି ଭଳି କାର୍ଯ୍ୟରେ ନିୟୋଜିତ କେତେକ ଆଇଟି କମ୍ପାନୀ ନିକଟ ଅତୀତରେ ଏଜେଣ୍ଟମାନଙ୍କ ଜରିଆରେ ଭାରତୀୟମାନଙ୍କୁ ନିଯୁକ୍ତି ପ୍ରଦାନର ପ୍ରଲୋଭନ ଦେଖାଇବା ନେଇ ମଧ୍ୟ ମିଶନ ଜାଣିବାକୁ ପାଇଥିଲା। ପ୍ରାରମ୍ଭିକ ନିଯୁକ୍ତି ପରେ ମିଶନ ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଶ୍ରମିକମାନଙ୍କୁ ମ୍ୟାନ୍‌ମାରକୁ ବେଆଇନ ଭାବେ ନିଆଯାଉଛି। ଦସ୍ତାବିଜ ଯାଞ୍ଚ ନ କରି ସେମାନଙ୍କୁ ନିଆଯାଉଥିବାରୁ ଭାରତୀୟମାନେ ଜାଲରେ ଫସିପାରନ୍ତି ବୋଲି ସେତେବେଳେ ସତର୍କ କରାଯାଇଥିଲା। ଅଫର୍‌ ଗ୍ରହଣ କରିବା ପୂର୍ବରୁ ଆବଶ୍ୟକ ସମସ୍ତ ସୂଚନା (କେଉଁ ପଦରେ ନିଯୁକ୍ତି ଦିଆଯିବ, କମ୍ପାନୀ ବିବରଣୀ, ସ୍ଥାନ, ଚାକିରି ଦେଉଥିବା ସଂସ୍ଥାର ଠିକଣା ଓ ଫୋନ୍‌ ନମ୍ବର ଆଦି) ନିଜ ପାଖରେ ରଖିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri