ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ

ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ ଊର୍ଦ୍ଧ୍ୱ ଏନ୍‌ଜିଓ ମଙ୍ଗଳବାର ଚେତାବନୀ ଦେବା ସହ କ୍ଷୁଧା ଦୂର କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବାକୁ ହେବ ବୋଲି କହିଛନ୍ତି। ଏ ନେଇ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଏକତ୍ରିତ ହୋଇଥିବା ବିଶ୍ୱନେତାମାନଙ୍କୁ ଏକ ଖୋଲା ଚିଠି ଲେଖାଯାଇଛି। ଏଥିରେ ଅକ୍ସଫାମ୍‌, ସେଭ୍‌ ଦ ଚିଲ୍‌ଡ୍ରେନ୍‌ ଆଣ୍ଡ୍‌ ପ୍ଲାନ୍‌ ଇଣ୍ଟରନ୍ୟାଶନାଲ ସମେତ ୭୫ରୁ ଊର୍ଦ୍ଧ୍ୱ ଦେଶର ୨୩୮ ସଂସ୍ଥା କ୍ଷୁଧା ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି।
କୁହାଯାଇଛି, ସମ୍ପ୍ରତି ବିଶ୍ୱର ୩୪ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭୟଙ୍କର କ୍ଷୁଧାର ସାମ୍‌ନା କରୁଛନ୍ତି। ୨୦୧୯ ତୁଳନାରେ ଏହି ସଂଖ୍ୟା ଦ୍ୱିଗୁଣିତ ହେଉଛି। ଏକବିଂଶ ଶତାବ୍ଦୀରେ ଭୋକଜନିତ ଅକାଳ ମୃତ୍ୟୁ ରୋକିବା ପାଇଁ ବିଶ୍ୱ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ବିଫଳ ହୋଇଛି। ସୋମାଲିଆରେ କ୍ଷୁଧାମୃତ୍ୟୁ ଅନିୟନ୍ତ୍ରିତ ହୋଇଛି। ୪୫ ଦେଶରେ ପ୍ରାୟ ୫ କୋଟି ଲୋକ ଖାଦ୍ୟାଭାବରୁ ମୃତ୍ୟୁର ଦ୍ୱାରଦେଶରେ। ପ୍ରତିଦିନ ଭୋକରେ ଅନୂ୍ୟନ ୧୯,୭୦୦ ଲୋକଙ୍କ ଜୀବନ ଯାଉଛି। ସେହି ହିସାବରେ ପ୍ରତି ୪ ସେକେଣ୍ଡରେ ଜଣଙ୍କ ମୃତ୍ୟୁ ଘଟୁଥିବା ଏନ୍‌ଜିଓଗୁଡ଼ିକ କହିଛନ୍ତି। କୃଷି ଏବଂ ଫସଲ ଅମଳ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବା ସତ୍ତ୍ୱେ ଏକବିଂଶ ଶତାବ୍ଦୀରେ ଭୋକ ଓ ଅକାଳ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ହେବା ଦୁର୍ଭାଗ୍ୟଜନକ ବୋଲି ୟେମେନ୍‌ ଫ୍ୟାମିଲି କେୟାର ଆସୋସିଏଶନ ପକ୍ଷରୁ ଉକ୍ତ ଚିଠିରେ କୁହାଯାଇଛି। ଆଉ ଅପେକ୍ଷା ନ କରି କ୍ଷୁଧା ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ରାସ୍ତା ବାହାର କରିବା ସହ ପିଲାଙ୍କ ଭବିଷ୍ୟତ ରକ୍ଷା କରାଯିବା ଦିଗରେ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ଉକ୍ତ ଏନ୍‌ଜିଓ କହିଛି।
ଜାତିସଂଘର ବିଶ୍ୱ ଖାଦ୍ୟ ପ୍ରୋଗ୍ରାମର ନିର୍ଦ୍ଦେଶକ ଡେଭିଡ୍‌ ବେସ୍‌ଲି ମଧ୍ୟ ବୈଶ୍ୱିକ ଖାଦ୍ୟ ସଙ୍କଟକୁ ନେଇ ଚେତାବନୀ ଦେଇଥିଲେ। କ୍ଷୁଧା କବଳରେ ଛଟପଟ ହେଉଥିବା ୩୪ କୋଟି ୫୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦% କେବଳ ୟୁକ୍ରେନ୍‌ ଯୁଦ୍ଧର ଭୟାବହ ପରିଣାମ ଭୋଗୁଛନ୍ତି ବୋଲି ସେ କହିଥିଲେ। ଏଥିସହ କରୋନା ମହାମାରୀ ମଧ୍ୟ ଖାଦ୍ୟସଙ୍କଟ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲ ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri