Posted inUncategorized

ବିଧାନସଭାକୁ ଗାଈ ଆଣିଲା ଭାଜପା

ଜୟପୁର,୨୧ା୯: ରାଜସ୍ଥାନରେ ଲମ୍ପି ଚର୍ମରୋଗ ଅଦ୍ୟାବଧି ୫୭,୦୦୦ ଗୋରୁଙ୍କ ଜୀବନ ନେଲାଣି। ଏହି ରୋଗରେ ୧୧ ଲକ୍ଷ ଗୋରୁ ପ୍ରଭାବିତ ହେଲେଣି। ଗୋରୁଙ୍କ ଲମ୍ପିଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ସ୍ଥାନୀୟ କୃଷକଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଦର୍ଶାଇ ଜୟପୁରରେ ଭାଜପା କର୍ମୀମାନେ ମଙ୍ଗଳବାର ବଡ଼ ବିକ୍ଷୋଭ କରିଛନ୍ତି। ଭାଜପା ପକ୍ଷରୁ ବିଧାନସଭା ଘେରାଓ ବେଳେ ପୋଲିସ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଇଥିଲା। ଏପରି କି ରାଜ୍ୟ ଭାଜପା ସଭାପତି ସତୀଶ ପୁନିଆ ଓ ବରିଷ୍ଠ ନେତା ଅରୁଣ ଚତୁର୍ବେଦୀଙ୍କୁ ମାଡ଼ ମାରିଥିଲା। ଏଥିରେ ଉଭୟେ ଆହତ ହୋଇଥିବା ଭାଜପା ଅଭିଯୋଗ ଆଣିଛି। ଅନେକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି।
ଭାଜପା ଅଫିସରୁ ଦଳୀୟ କର୍ମୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଓ କରିବାକୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ବୈସ ଗୋଡାଉନ୍‌ ସର୍କଲରେ ଅଟକାଇଥିଲା। କିନ୍ତୁ ଭାଜପା ନେତା ଓ କର୍ମୀ ପୋଲିସ କଥା ନ ଶୁଣି ବ୍ୟାରିକେଡ୍‌ ଭାଙ୍ଗି ଗୃହକୁ ପ୍ରବେଶ କରିଥିଲେ। ପୁଷ୍କର ବିଧାୟକ ସୁରେଶ ସିଂ ରାଓ୍ବତ୍‌ ଓ ଅନ୍ୟ କେତେଜଣ ଏମ୍‌ଏଲ୍‌ଏ ବିଧାନସଭାକୁ ଗାଈ ଆଣି ପ୍ରତିବାଦ କରିଥିଲେ। ଏନେଇ ଭାଜପା ସଭାପତି ପୁନିଆ କହିଛନ୍ତି, ଲମ୍ପି ଚର୍ମରୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଧରାପଡ଼ିଯାଇଛନ୍ତି। କେନ୍ଦ୍ର ସରକାର ଏହି ରୋଗକୁ ମହାମାରୀ ରୂପେ ଘୋଷଣା କରନ୍ତୁ ବୋଲି ଦାବି କରି ମୁଖମନ୍ତ୍ରୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ସରକାର ଏହି ଲମ୍ପି ନିରାକରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଇଛନ୍ତି। ଗେହଲଟ ସରକାର ପ୍ରତି ପ୍ରଭାବିତ ଗାଈ ମାଲିକଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ବିଧାନସଭାରେ ବିତର୍କ ବେଳେ ପ୍ରାଣୀଧନ ମନ୍ତ୍ରୀ ଲାଲଚନ୍ଦ କଟାରିଆ ବିବୃତି ରଖି କହିଛନ୍ତି, ଗୋରୁଙ୍କୁ ଲମ୍ପିରୁ ରକ୍ଷା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରାଣୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ରୋଗ ନିରାକରଣ ପାଇଁ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦିଆଯାଉଛି। ଗୋରୁଙ୍କୁ ରକ୍ଷା କରିବାରେ କୌଣସି ହେଳା କରାଯାଇ ନାହିଁ। ଷ୍ଟାଫ୍‌ ସଙ୍କଟ ଯେପରି ନ ହେବ ସେଥିଲାଗି ୨୦୦ ଭେଟେରିନାରି ଡାକ୍ତରଙ୍କ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?