Posted inଜାତୀୟ

ପାନଛେପକୁ ବିରୋଧ କରିବାରୁ ଗାଡ଼ି ମଡ଼ାଇ ହତ୍ୟା

ବାରାଣସୀ,୨୧ା୯: ପାନଛେପ ପକାଇବାକୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗାଡ଼ି ମଡ଼ାଇଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ସହର ଅନ୍ତର୍ଗତ ସିଗ୍ରାରେ ରବିବାର ରାତିରେ ଏହି ଘଟଣା ଘଟିଛି। ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଆଇପିସିର ଧାରା ୨୭୯(ବେପରୁଆ ଗାଡ଼ିଚାଳନା) ଏବଂ ୩୦୪ଏ (ଦାୟିତ୍ୱହୀନତାରୁ ମୃତ୍ୟୁ)ରେ ମାମଲା ରୁଜୁ କରିଛି। ପାନଛେପକୁ ବିରୋଧ ଯୋଗୁ ଜାଣିଶୁଣି ଗାଡ଼ି ମଡ଼ାଇଦେବା ଅଭିଯୋଗକୁ କମିଶନରେଟ୍‌ ପୋଲିସ ଅସ୍ବୀକାର କରିଛି। ପୋଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନୁଆଓ ଅଞ୍ଚଳର ଦେବକରନ ପାଣ୍ଡେ ଏବଂ ତାଙ୍କ ସମ୍ପର୍କୀୟ ରାଜେନ୍ଦ୍ର କୁମାର ପାଣ୍ଡେ ରବିବାର ରାତିରେ ଦୁଇଟି ବାଇକ୍‌ରେ ଘରକୁ ଫେରୁଥିବାବେଳେ ସିଗ୍ରା ଥାନା ଅନ୍ତର୍ଗତ ଆନ୍ଧ୍ରାପୁଲ ନିକଟରେ ଏସ୍‌ୟୁଭିରୁ ଛେପ ପକାଉଥିବା ଯାତ୍ରୀଙ୍କୁ ବିରୋଧ କରିଥିଲେ। ଏହା ପରେ ଏସ୍‌ୟୁଭି ଚାଳକ ଜାଣିଶୁଣି ଦେବକରନଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଗୁରୁତର ଦେବକରନଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଏସ୍‌ୟୁଭିରେ ଥିବା ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ସଙ୍କଟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା

ନୂଆଦିଲ୍ଲୀ,୧୪।୪: ଭାରତ ସମେତ ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଆସୁଥିବାରୁ ସେମାନଙ୍କ...

ବାରମୂଳାରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ବାରମୂଳା,୨୮।୧: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବାରମୁଳା ଜିଲାର ଅଣ୍ଡରଗାମ ପାଟ୍ଟନ ଅଞ୍ଚଳରୁ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି।...

ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୧-୧୦(ପି.ଟି.): ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଏଣିକି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୩୫ ଜଣ...

ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୧୬।୫: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ଗୁରୁବାର ଭୋର୍‌ ସମୟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ୍‌...

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି।...

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ...

ଓଡ଼ିଶାରୁ ଅକ୍ସିଜେନ ନେଇ ନିଖୋଜ ଥିବା ଟ୍ୟାଙ୍କର ମିଳିଲା

ଅମରାବତୀ, ୭।୫: ଓଡ଼ିଶାରୁ ଅକ୍ସିଜେନ୍‌ ନେଇ ନିଖୋଜ ହୋଇଯାଇଥିବା ଏକ ଟ୍ୟାଙ୍କରକୁ ଆନ୍ଧ୍ରପ୍ରଦେଶ ପୋଲିସ ଠାବ କରିଛି। ଫଳରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପାଖାପାଖି...

Advertisement
Archives

Model This Week