Posted inଜାତୀୟ

ପଞ୍ଜାବ ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇବେ କଏଦୀ

ଚଣ୍ଡିଗଡ଼,୨୧ା୯: ବିଭିନ୍ନ ଅପରାଧରେ ପଞ୍ଜାବ ଜେଲରେ ବନ୍ଦୀ ଥିବା କଏଦୀମାନେ ନିଜ ଜୀବନସାଥୀଙ୍କ ସହ କିଛି ଘଣ୍ଟା ବିତାଇପାରିବେ। ଏଥିପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମଙ୍ଗଳବାରଠାରୁ କଏଦୀଙ୍କୁ ଏହି ସୁବିଧା ମିଳିଛି। ଏପରି କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି। ତେବେ ଗ୍ୟାଙ୍ଗ୍‌ଷ୍ଟର୍‌, ଦୁର୍ଦ୍ଦାନ୍ତ ଅପରାଧୀ କିମ୍ବା ଯୌନ ଅପରାଧରେ ଜେଲଦଣ୍ଡ ଭୋଗୁଥିବା ବନ୍ଦୀଙ୍କୁ ଏହି ସୁବିଧା ମିଳିବ ନାହିଁ। ଜେଲରେ ଭଲ ବ୍ୟବହାର ଥିବା କଏଦୀ ୩ ମାସରେ ଥରେ ୨ ଘଣ୍ଟା ପାଇଁ ସ୍ତ୍ରୀ/ସ୍ବାମୀଙ୍କୁ ଭେଟିପାରିବେ।
ଭାବେ ଗୌଣ୍ଡଓ୍ବାଲ ସାହିବରେ ଥିବା ସେଣ୍ଟ୍ରାଲ ଜେଲ ଏବଂ ବଠିଣ୍ଡାରେ ଥିବା ମହିଳା କାରାଗାରରେ ବନ୍ଦୀଙ୍କ ସ୍ତ୍ରୀ/ସ୍ବାମୀଙ୍କୁ ଆସିବାକୁ ଅନୁମତି ମିଳିବ। ସ୍ବତନ୍ତ୍ର କୋଠରିରେ ବାଥରୁମ୍‌ର ବ୍ୟବସ୍ଥା ରହିଛି। ଯେଉଁମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗୁଛନ୍ତି ବା ଭୋଗିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ। ଏହାଦ୍ୱାରା ବନ୍ଦୀଙ୍କ ସ୍ବଭାବ ଓ ବ୍ୟବହାର ଉନ୍ନତ ହେବା ସହ ସେମାନଙ୍କ ବୈବାହିକ ସମ୍ପର୍କ ମଧ୍ୟ ମଜଭୁତ ହୋଇପାରିବ ବୋଲି କୁହାଯାଇଛି। ବନ୍ଦୀଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତି ସେମାନଙ୍କ ବିବାହ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ଏଥିସହ ସେମାନେ ଯୌନ ସଂକ୍ରମଣ ଜନିତ ରୋଗ, କୋଭିଡ୍‌ କିମ୍ବା ଏଚ୍‌ଆଇଭିରେ ପୀଡ଼ିତ ନ ଥିବାର ମେଡିକାଲ ପ୍ରମାଣପତ୍ର ଆଣିବେ। ବନ୍ଦୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ଜେଲ ପରିସରରେ ଏକାଠି ଖାଇପାରିବେ ବୋଲି କିଛିଦିନ ତଳେ ରାଜ୍ୟ କାରାଗାର ବିଭାଗ ଏକ ଯୋଜନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri