Posted inଜାତୀୟ

ବେଙ୍ଗାଲୁରୁ ଡାକ୍ତରଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୧ା୯: ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ଶେୟାର କରିବାରୁ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବିଟିଏମ୍‌ ଲେଆଉଟରେ ରହୁଥିବା ଡା. ବିକାଶ ରଞ୍ଜନ(୨୭)। ଘଟଣାରେ ପୋଲିସ ଯୁବତୀଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ବିକାଶ ୟୁକ୍ରେନ୍‌ରେ ଏମ୍‌ବିବିଏସ୍‌ କରିଥିଲେ। ୨ ବର୍ଷ ପୂର୍ବର ସେ ଚେନ୍ନାଇ ଆସି ପ୍ରାକ୍ଟିସ୍‌ କରିଥିଲେ। ପରେ ସେ ଫରେନ୍‌ ମେଡିକାଲ ଗ୍ରାଜୁଏଶନ ପରୀକ୍ଷା (ଏଫ୍‌ଏମ୍‌ଜିଇ) ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଜଣେ ଯୁବତୀଙ୍କ ସହ ବିକାଶ ୨ ବର୍ଷ ହେଲା ସମ୍ପର୍କ ରଖିଥିଲେ। ଉଭୟଙ୍କ ବିବାହ ପାଇଁ ଦୁଇ ପକ୍ଷର ପରିବାର ମଧ୍ୟ ରାଜି ହୋଇଥିଲେ। ବିକାଶ ତାଙ୍କର ଜଣେ ସାଙ୍ଗଙ୍କ ନାମରେ ସୋସିଆଲ ମିଡିଆରେ ଏକ ଆକାଉଣ୍ଟ ଖୋଲି ଭାବୀସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରିବା ସହ ଅନ୍ୟମାନଙ୍କ ସହ ମଧ୍ୟ ତାହାକୁ ଶେୟାର କରିଥିଲେ। ଗତ ୮ ତାରିଖରେ ଯୁବତୀ ଇନ୍‌ଷ୍ଟାରେ ଏଭଳି ଫଟୋ ଦେଖିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯୁବତୀ ଜଣକ ତାଙ୍କ ଦୁଇ ସାଙ୍ଗ ସୁଶୀଲଙ୍କୁ ଜଣାଇଥିଲେ। ଆଉ ଦୁଇ ସହଯୋଗୀ ଗୌତମ ଏବଂ ସୁନୀଲଙ୍କ ସହ ମିଶି ବିକାଶଙ୍କୁ ବୁଦ୍ଧି ଶିଖାଇବାକୁ ଯୋଜନା କରିଥିଲେ। ଗତ ୧୦ ତାରିଖରେ ଯୁବତୀ ଜଣକ ବିକାଶଙ୍କୁ ସୁଶୀଲଙ୍କ ଘରକୁ ଡାକି ମାଡ଼ ମାରିଥିଲେ। ବନ୍ଧୁଙ୍କ ସହ ମାଡ଼ଗୋଳ ହେବା ପରେ ବିକାଶ ଆହତ ହୋଇଥିବା ନେଇ ପ୍ରଥମେ ଯୁବତୀ ଜଣକ ବିକାଶଙ୍କ ଭାଇଙ୍କୁ ଜଣାଇଥିଲେ। ବିକାଶ ଅଚେତ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଯୁବତୀଙ୍କ ସମେତ ସୁଶୀଲ ଓ ଗୌତମଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri