ଆଶା ଆଶଙ୍କାରେ ବିତୁଛି ଜୀବନ
କେନ୍ଦ୍ରାପଡ଼ା ଅଫିସ, ୫ା୭:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ ସେମାନଙ୍କୁ ବାରମ୍ବାର ନୋଟିସ ହେଉଛି। ସେମାନଙ୍କ ଥଇଥାନ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ହୋଇ…
ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ
ପୁରୀ ଅଫିସ,୫।୭:ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି। ତାଳଧ୍ୱଜ ରଥର ପଡ଼ିନାହାକା ଚକ…
‘ସଙ୍ଗୀତ ଲୋକଙ୍କ ଭାବପ୍ରବଣତାକୁ ସ୍ପର୍ଶ କରେ’
ଭୁବନେଶ୍ୱର, ୫।୭(ବ୍ୟୁରୋ):ଓଡ଼ିଶା ନଲେଜ୍ ହବ୍ ଲେକ୍ଚର ସିରିଜ୍ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୬ରୁ ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଉଦୀୟମାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ନଲେଜ୍ ହବ୍ (ଓକେଏଚ୍) ଲେକ୍ଚର ସିରିଜ୍ ଆୟୋଜନ…
‘ଜଗନ୍ନାଥ ବନ ପ୍ରକଳ୍ପର ପୁନରୁଦ୍ଧାର ଜରୁରୀ’
ପୁରୀ ଅଫିସ,୫।୭:ରଥ ନିର୍ମାଣରେ ଲାଗୁଥିବା କାଠର ଅଭାବୀ ସ୍ଥିତି ସମସ୍ୟା ବଢ଼ାଉଛି। ପ୍ରତିବର୍ଷ ଶ୍ରୀଜୀଉଙ୍କ ପାଇଁ ନୂଆ ରଥ ନିର୍ମାଣ ହେଉଛି। ଫାସୀ, ଅସନ ଓ ଧଉରା କାଠ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ପଡ଼ୁଛି। ଧୀରେ ଧୀରେ ଏସବୁ କାଠ ଦୁର୍ଲଭ…
ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା
ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ…
ଶେଷ ସପ୍ତାହରେ ଯୁକ୍ତ୨ ପରୀକ୍ଷାଫଳ
ଭୁବନେଶ୍ୱର, ୫।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ…
ଏନ୍ଆଇଏନ୍ଏଲ୍ ଅଧିଗ୍ରହଣ ସମ୍ପନ୍ନ
ଯାଜପୁର ଅଫିସ/କଳିଙ୍ଗନଗର,୫ା୭ (ଡି.ଏନ.ଏ.):ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ୍(ଟିଏସ୍ଏଲ୍ପିଏଲ୍) ପକ୍ଷରୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସମ୍ପନ୍ନ ହୋଇଛି। ଟାଟା ଷ୍ଟିଲ ଲିମିଟେଡ୍ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅର୍ଥ…
ରାଗିଂ: କଡ଼ା ଆଇନ ପ୍ରଣୟନ ଜରୁରୀ
ଭୁବନେଶ୍ୱର, ୪।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ରାଗିଂ ଯୋଗୁ ରୁଚିକା ମହାନ୍ତି ନାମ୍ନୀ ଯୁକ୍ତ୩ ଛାତ୍ରୀ ଶନିବାର ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଜାରି ରହିଥିବାବେଳେ ସବୁବର୍ଗର ଲୋକେ ଏହାକୁ ନିନ୍ଦା…
୩ ବର୍ଷରେ ୧୫ ହଜାର ବଳାତ୍କାର ମାମଲା
ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଜ୍ୟରେ ଚିନ୍ତାଜନକ ଭାବେ ବଳାତ୍କାର ମାମଲା ବଢ଼ିଚାଲିଛି । ଗତ ୩ ବର୍ଷରେ ୧୫ ହଜାର ୭୧୩ ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ମହିଳାଙ୍କ କ୍ଷେତ୍ରରେ ୨୦୧୯ରୁ ୨୦୨୨ ଏପ୍ରିଲ ଭିତରେ…
ଅନ୍ଲାଇନ୍ ଗେମ୍ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା
ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍.ଏ.):ଅନ୍ଲାଇନ୍ ଗେମ୍ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ ଦେଖି ପରିବାର ଅଜାଣତରେ ବିପୁଳ ଟଙ୍କା ସେଥିରେ ବିନିଯୋଗ କରି ହରାଇ ଦେଉଛନ୍ତି। ଶେଷରେ…
ଆମ ଝିଅର ଏମିତି ହେଲେ…
ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଗିଂ ଯୋଗୁ ରାଜ୍ୟରେ ବହୁ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁ ଆଣ୍ଟି ସ୍କ୍ବାଡ୍ ଗଠନ ହୋଇଛି, ତାହା କାମ କରୁନାହିଁ। ବେଳକୁ ବେଳ ଏଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଇଚାଲିଛି। ଯଦି ଆମ…
ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ
ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ ପରେଡ ଶୋକରେ ପରିଣତ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରିଛି। ଆକ୍ରମଣକାରୀଙ୍କୁ…
Archives


