ମୁଖତାର ଅନସାରୀଙ୍କ ପୁଅଙ୍କ ଆଦେଦନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି
ନୂଆଦିଲ୍ଲୀ,୬।୬: ମୁଖତାର ଅନସାରୀଙ୍କ ପୁଅ ଅବ୍ବାସ ଅନସାରୀଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅବ୍ବାସ ତାଙ୍କ ବିରୋଧରେ ହୋଇଥିବା ଜମି ଅକ୍ତିୟାର ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ। ଏହା ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ମନା କରି…
ଭର୍ଜିନିଆ ବିମାନ ଦୁର୍ଘଟଣା: ରହସ୍ୟମୟୀ ବିମାନ ଦୁର୍ଘଟଣାକୁ ନେଇ ପାଇଲଟଙ୍କ ଉପରେ ‘ଅବହେଳା ମନୋଭାବ’ର ଅଭିଯୋଗ
ଓ୍ବାଶିଂଟନ,୬।୬: ଆମେରିକାର ଭର୍ଜିନିଆରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଆମେରିକାର ଅଧିକାରୀମାନେ ସୂଚନା ଦେଇଥିଲେ। ଅଧିକାରୀମାନେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଦୁର୍ଘଟଣା ସମୟରେ ନିଜ ସିଟରୁ ଖସି ଯାଇଥିଲେ।…
କ’ଣ ଏଏପିକୁ ମିଳିପାରିବ ଏସ୍ପିର ସମର୍ଥନ? ଅଖିଳେଶଙ୍କୁ ବୁଧବାର ଭେଟିବେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୬।୬: କେନ୍ଦ୍ର ସରକାର ଦିଲ୍ଲୀ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଉପରେ ଏକ ଅଧ୍ୟାଦେଶ ଆଣିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏହି ଅଭିଯାନ ଅଧୀନରେ ସେ ବିରୋଧୀ ଦଳ ଦ୍ୱାରା ଶାସିତ…
ମଣିପୁର ହିଂସା: ଜୁନ ୧୦ ପର୍ଯ୍ୟନ୍ତ ବଢିଲା ଇଣ୍ଟରନେଟ୍ ଉପରେ ଲାଗିଥିବା ପ୍ରତିବନ୍ଧକ
ଇମ୍ପାଲ,୬।୬: ଉତ୍ତର-ପୂର୍ବରେ ଆସୁଥିବା ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଗତ କିଛି ସପ୍ତାହ ଧରି ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଦିନକୁ ଦିନ ମଣିପୁରରେ ହିଂସା ଘଟଣାର ସାମ୍ନାକୁ ଆସୁଛି, ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଇଣ୍ଟରନେଟ୍ ନିଷେଧାଦେଶ…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୭ଟି ସ୍ଥାନରେ ଚଢାଉ
ସୁନ୍ଦରଗଡ଼/ଭଦ୍ରକ,୬।୬(ଡି.ଏନ୍.ଏ.): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ଗ୍ରାମୀଣ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ସୁନ୍ଦରଗଡ଼ ଏବଂ ଭଦ୍ରକ ଜିଲାର ୭ଟି ସ୍ଥାନରେ ମଙ୍ଗଳାବର ଭିଜିଲାନ୍ସ ଚଢାଉ କରାଯାଇଛି। ଏହି ଚଢାଉରେ ୪…
ବାହାନଗା ଟ୍ରେନ ଦୁର୍ଘଟଣା: ମଙ୍ଗଳବାର, ବୁଧବାର ପାଇଁ ୭୪ଟି ଟ୍ରେନ ବାତିଲ
ଭୁବନେଶ୍ୱର,୬।୬: ବାଲେଶ୍ୱର ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲେ ମଧ୍ୟ ମଙ୍ଗଳବାର ଏବଂ ବୁଧବାର ପାଇଁ ୭୪ଟି ଟ୍ରେନ ବାତିଲ କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର-ହାୱଡା…
ସପ୍ତାହକ ପରେ ସାମୁଦ୍ରିକ କଟକଣା ହଟିବ
ମହାକାଳପଡ଼ା,୬ା୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଦେଶାଗତ ଅତିଥି ଅଲିଭ ରିଡ଼ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ନଭେମ୍ବର ୧ରୁ ଜୁନ୍ ୧୫ ପର୍ଯ୍ୟନ୍ତ ସାମୁଦ୍ରିକ…
ମହାନଦୀ ଜଳକୁ ନେଇ ଆଶଙ୍କାରେ ଜିଲାବାସୀ
କେନ୍ଦ୍ରାପଡ଼ା ଅଫିସ,୬ା୬: ମହାନଦୀ ଜଳ ବିବାଦର ସମାଧାନ ପାଇଁ ନିକଟରେ ଏକ ଟ୍ରିବ୍ୟୁନାଲ ସଦସ୍ୟ ଟିମ୍ ଓଡ଼ିଶା ଗସ୍ତ ସାରିଛନ୍ତି। ଏହି ଟିମ୍ର ରିପୋର୍ଟ ଉପରେ ବିବାଦର ସମାଧାନ ହେବ ବୋଲି ଆଶା ରହିଛି। ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ଟିମ୍…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୩ ଆହତ
ବେଙ୍ଗାଲୁରୁ,୬।୬: କର୍ନାଟକର ଯାଦଗିରି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବେଳେ ଏକ ଟ୍ରକ୍ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର…
ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଚିନ୍ତା
ବାଲିଚନ୍ଦ୍ରପୁର,୬ା୬(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ୨ ସପ୍ତାହ ହେବ ଘନ ଘନ ବିଦ୍ୟୁତ୍ କାଟ ଚାଲିଛି । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ…
୪୦ ହଜାର ବୁଥ୍ରେ ପ୍ରତିନିଧି ନିଯୁକ୍ତ କରିବ ଛାତ୍ର କଂଗ୍ରେସ
ଭୁବନେଶ୍ବର, ୬ା୬(ବ୍ୟୁରୋ): ବୁଥ୍ସ୍ତରରେ ଏଣିକି ଛାତ୍ର କଂଗ୍ରେସର ସକ୍ରିୟ ପ୍ରତିନିଧି ନିଯୁକ୍ତ ହେବେ। ତୃଣମୂଳସ୍ତରରୁ ଲଢ଼େଇକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୪୦ ହଜାର ବୁଥ୍ରେ ଛାତ୍ର କଂଗ୍ରେସ ପ୍ରତିନିଧି ନିଯୁକ୍ତ କରିବ। ଏ ନେଇ ଛାତ୍ର କଂଗ୍ରେସ ସଭାପତି ୟାସିର…
ଦାଣ୍ଡ ଦୁଆରେ କଚାଡ଼ ମାରିଦେଲା ଦନ୍ତା
ନିରାକାରପୁର,୬।୬(ଡି.ଏନ୍.ଏ.): ମଙ୍ଗଳବାର ଭୋରରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ରେଞ୍ଜ ଅଧୀନ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୫0)। ମିଳିଥିବା ସୂଚନା ମୁତାବକ, ଦେବରାଜ ଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିଥିଲେ। ସେତିକିବେଳେ ସେ…
Archives


