ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌

ଦୁଇ ବର୍ଷ ତଳର କଥା। ୨୦୨୧ ମସିହା ଡିସେମ୍ବର ୨୫ ତାରିଖ। ସାରା ବିଶ୍ୱରେ ଏପରି ଏକ ଯନ୍ତ୍ରର ଉଦ୍ଭାବନ ହେଲା ଯେ ତାହା ସାରା ବିଶ୍ୱକୁ ଚକିତ କରିଦେଲା। ତାହା ହେଉଛି ‘ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌’, ଯେଉଁଟା କି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ତିଆରି କରାଯାଇଥିଲା। ସମୟ ସନ୍ଧ୍ୟା ୫.୩୦ରେ ନାସା ଦୁନିଆର ସବୁଠୁ ବଡ଼ ଟେଲିସ୍କୋପକୁ ଶୂନ୍ୟକୁ ଛାଡ଼ିଲା। ଏହି ଟେଲିସ୍କୋପକୁ ତିଆରି କରିବାକୁ ଅତି କମ୍‌ରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ୧୦,୦୦୦ ବୈଜ୍ଞାନିକ ନିୟୋଜିତ ହୋଇଥିଲେ। ଏହି ଟେଲିସ୍କୋପ ଶୂନ୍ୟରେ ଗ୍ରହନକ୍ଷତ୍ରମାନଙ୍କର ରହସ୍ୟମୟ ଚିତ୍ର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ବିଶ୍ୱବ୍ରହ୍ମାଣ୍ଡ କେମିତି ତିଆରି ହୋଇଥିଲା, ତାହାର ମଧ୍ୟ ଫଟୋ ଉଠାଇବା କ୍ଷମତା ରଖିଥିଲା।
ଆମେରିକାର ଖ୍ୟାତନାମା ଜ୍ୟୋତିର୍ବିଦ୍‌ ଏଡ୍‌ଉଇନ ପାୱେଲ୍‌ ହବଲ୍‌ କହିଥିଲେ ଯେ, ବିଶ୍ୱ ସ୍ଥିର ହୋଇ ରହିନାହିଁ। ବିଶ୍ୱ ଗତି କରୁଛି। ତତ୍‌ ସଙ୍ଗେ ସଙ୍ଗେ ବିଶ୍ୱବ୍ରହ୍ମାଣ୍ଡ ପ୍ରସାରିତ ହେଉଅଛି ବୋଲି ଏହି ଖ୍ୟାତିସମ୍ପନ୍ନ ଜ୍ୟୋତିଃ ବୈଜ୍ଞାନିକ ଦର୍ଶାଇଥିଲେ। ଏହି ତତ୍ତ୍ୱକୁ ବ୍ୟବହାର କରି ନାସା ୧୯୯୦ରେ ଏକ ଅପ୍ଟିକାଲ ଟେଲିସ୍କୋପ୍‌ ଛାଡ଼ିଲା, ଯାହାର ନାମ ରଖିଥିଲେ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌। ଏହି ଦୂରବୀକ୍ଷଣ ଯନ୍ତ୍ରକୁ ବ୍ୟବହାର କରି ନାସା ବିଶ୍ୱ ବ୍ରହ୍ମାଣ୍ଡର ମୂଳ ଗଠନ ବିଷୟରେ ଜାଣିବାକୁ ଚାହୁଁଥିଲା। ଏହି ଟେଲିସ୍କୋପ୍‌ ଶୂନ୍ୟରେ ଥିବା ନୂଆ ନୂଆ ରହସ୍ୟମୟ ଫଟୋଚିତ୍ର ଉତ୍ତୋଳନ କରିଥିଲା। ନାସା ନିଜର ସେହି ଗବେଷଣାକୁ ଆଉ ଟିକେ ବିସ୍ତୃତ କରି ଆହୁରି ଭିତିରି ଜିନିଷ ସବୁ ଜାଣିବାକୁ ଇଚ୍ଛା କଲା। ଏହି ଟେଲିସ୍କୋପ୍‌ ଜରିଆରେ ନାସା ଆକାଶ ଗଙ୍ଗା ଆଉ ତାରାମାନଙ୍କର ରହସ୍ୟ ଜାଣିବାକୁ ପାଇଲା। ଆମେମାନେ ସମୟ ସମୟରେ ଆକାଶକୁ ଅନାଇଥାଉ। ସେଥିରେ ଆମେ ଅନେକ ଜିନିଷ ଦେଖିବାକୁ ପାଉ। ଆକାଶରେ କିଛି ତାରା ମିଶି ପଶୁମାନଙ୍କର ଚିତ୍ର ଭଳି ଦେଖାଯାଆନ୍ତି। ତାରାମାନଙ୍କୁ ଅନୁମାନ କଲେ ସବୁ ତାରା ଗୋଟିଏ ଜାଗାରେ ଅଛନ୍ତି ଭଳି ଦେଖାଯାଆନ୍ତି। ଉତ୍ତର-ଦକ୍ଷିଣ ହୋଇ ଲମ୍ବିଥିବା ଉଜ୍ଜ୍ୱଳ ରାସ୍ତାକୁ ଆମେ ‘ଆକାଶ ଗଙ୍ଗା’ କହୁ। ଏହା ଲକ୍ଷ ଲକ୍ଷ ନକ୍ଷତ୍ରମାନଙ୍କୁ ନେଇ ଗଠିତ ହୋଇଛି।
ହବଲ୍‌ ଟେଲିସ୍କୋପ୍‌କୁ ଯେଉଁ କାମ ପାଇଁ ନାସା ତିଆରି କରିଥିଲା, ସେହି କାମ କରିପାରିଲା ନାହିଁ। ନକ୍ଷତ୍ରପୁଞ୍ଜମାନଙ୍କର ବାରମ୍ବାର ବିସ୍ତାର ଓ ବିଶ୍ୱବ୍ରହ୍ମାଣର ମୂଳକଥାକୁ ଜାଣିବା ପାଇଁ କାମ କରିପାରି ନ ଥିଲା। ତେଣୁ ଆଉ ଏକ ବଡ଼ଧରଣର ଟେଲିସ୍କୋପ୍‌ ତିଆରି କରିବାକୁ ନାସା ଚିନ୍ତା କଲା। ୧୯୯୬ ମସିହାରେ ଆମେରିକା, ୟୁରୋପ ଆଉ କାନାଡ଼ା ଗବେଷଣା ସଂସ୍ଥାର ପ୍ରାୟ ଦଶହଜାର ବୈଜ୍ଞାନିକ ମିଶି ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ତିଆରି କରିବା ପାଇଁ ଲାଗିପଡ଼ିଲେ। ଏହାକୁ ସମ୍ପୂର୍ଣ୍ଣ ଭାବରେ ତିଆରି କରିବାକୁ ୨୫ ବର୍ଷ ଲାଗିଥିଲା। କାରଣ ଏହାକୁ ତିଆରି କରିବାକୁ ହେଲେ ବହୁତ ଟଙ୍କା ଓ ଅନେକ ଜ୍ଞାନକୌଶଳର ଆବଶ୍ୟକତା ଥିଲା। ପଇସାର ବ୍ୟବସ୍ଥା ହେଲା ପରେ ବି ବୈଜ୍ଞାନିକମାନେ ସନ୍ଦେହରେ ଥିଲେ। ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା ପରେ ସେମାନେ କୃତକାର୍ଯ୍ୟ ହେବେ କି ନାହିଁ ସନ୍ଦେହ ଥିଲା। ତଥାପି ବୈଜ୍ଞାନିକମାନେ ଏହି ଟେଲିସ୍କୋପ୍‌କୁ ତିଆରି କରିବା ପାଇଁ ଲାଗିପଡ଼ିଲେ। ଯେମିତି ଗୋଟିଏ ବି ଛୋଟିଆ ଭୁଲ ନ ହୁଏ, ସେଥିପ୍ରତି ଧ୍ୟାନ ଦେଲେ। ୨୦୨୧ରେ ଏହି ଟେଲିସ୍କୋପ୍‌ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇଗଲା। ଏହା ହବଲ ଟେଲିସ୍କୋପ୍‌ଠାରୁ ଛଅ ଗୁଣ ଅଧିକ ବଡ଼ ଥିଲା। ତିନି ଦେଶ ମିଶି ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲେ ଏହାକୁ ତିଆରି କରିବା ପାଇଁ। ସୂର୍ଯ୍ୟରଶ୍ମିଠାରୁ ଏହାକୁ ସୁରକ୍ଷା ଦେବା ପାଇଁ ସନ୍‌ସିଲ୍‌ଡ ଲଗା ହୋଇଛି। ଆମର ବାହାର କକ୍ଷର ତାପମାତ୍ରା ବିଯୁକ୍ତ ୨୭୦ ଡିଗ୍ରୀ ସେଲସିୟସ୍‌। ଏହି ତାପମାତ୍ରାରେ କାମ କରିବା ପାଇଁ ବହୁତ କଠିନ ହୋଇଥାଏ।
ଏହି ଟେଲିସ୍କୋପ୍‌କୁ ଏଭଳି ଭାବରେ ଡିଜାଇନ୍‌ କରାଯାଇଛି, ଯେମିତି ୧୨ଟି ଫୋଲଡ୍‌ ହୋଇପାରିବ। ଏହି ସଂକୋଚନ ହୋଇପାରୁଥିବା କ୍ଷମତା ଅନୁଯାୟୀ ଏହାକୁ ଉତ୍‌କ୍ଷେପଣ କରିବା ପାଇଁ ସହଜ ହୋଇଥାଏ। ଏହାର ପ୍ରାଥମିକ ଦର୍ପଣ ୪୮ ଗ୍ରାମ୍‌ ସୁନାରେ ତିଆରି ହୋଇଛି, କାରଣ ସୁନା ହେଉଛି ଏକ ନୋବେଲ ମେଟାଲ। ଏହି ଟେଲିସ୍କୋପ୍‌ ଶୂନ୍ୟରେ କୌଣସି ଧାତୁ କିମ୍ବା ଗ୍ୟାସ୍‌ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହାର ସୁନା ନଷ୍ଟ ହେବନାହିଁ। ଏହା ଖରାପ ହେବାରୁ ରକ୍ଷାପାଇଯିବ। ଏହା ୯୦ ପ୍ରତିଶତ ଅବଲୋହିତ ଲାଲ୍‌ ରଙ୍ଗର ଆଲୋକ ପ୍ରତିଫଳିତ କରେ, ଯାହା ଟେଲିସ୍କୋପ୍‌ର ତାପମାତ୍ରାକୁ ବଜାୟ ରଖେ। ଏହାର ପ୍ରାଥମିକ ଦର୍ପଣ ଆକୃତିରେ ୨୧.୪ ଫିଟ୍‌ ବଡ଼ ଅଛି। ଏତେ ବଡ଼ ଦର୍ପଣ ସହିତ ମିଶାଇ ଟେଲିସ୍କୋପ୍‌କୁ ଉଡ଼ାଇ ପାରିବ ନାହିଁ। ଏହି ଦର୍ପଣକୁ ୧୮ ଖଣ୍ଡ ଛଅ କୋଣିଆ ବୃତ୍ତାଂଶରେ ଭାଗ କରି ଦିଆଯାଇଛି, ଯାହାକି ଗୋଟିଏ ଭାଗରେ ୪.୩ ଫୁଟ୍‌ ରହିଛି। ଏହି ଟେଲିସ୍କୋପ୍‌ରେ ୧୨୬ ସଂଖ୍ୟକ ଛୋଟ ଛୋଟ ମୋଟର ଲାଗିଛି। ଯେତେବେଳେ ଏହା ମହାଶୂନ୍ୟକୁ ଯାତ୍ରା ଆରମ୍ଭ କରିବ ଏହି ଦର୍ପଣକୁ ଅତି ସହଜରେ ଖୋଲାଯାଇ ପାରିବ। ଏହି ଟେଲିସ୍କୋପ୍‌ର ବ୍ରେନ ହେଉଛି ଇଣ୍ଟିଗ୍ରେଟେଡ୍‌ ସାଇନ୍ସ ଇନ୍ସଟ୍ରୁମେଣ୍ଟ ମୋଡ୍ୟୁଲ୍‌। ଏଥିରେ ଚାରୋଟି ବୈଜ୍ଞାନିକ ଉପକରଣ ଲାଗିରହିଛି। ସେଗୁଡ଼ିକ ହେଲା -ନିର୍‌କେମ୍‌, ନିର୍‌ସ୍ପେସ୍‌, ମିଡ୍‌-ଇନ୍‌ଫ୍ରାରେଡ୍‌ ଉପକରଣ ଓ ନିରିସଲ (ପାଖ ଇନ୍‌ଫ୍ରାରେଡ୍‌ ଇମେଜର ଏବଂ ସ୍ଲିଟ୍‌ଲେସ୍‌ ସ୍ପେକଟ୍ରୋଗ୍ରାଫ୍‌)। ଏହି ଚାରିଟି ଯନ୍ତ୍ର ମିଶି ଟେଲିସ୍କୋପ୍‌ର ବୈଦ୍ୟୁତିକ କ୍ଷମତା, କମ୍ୟୁଟିଙ୍ଗ୍‌ ରିସୋରସେସ୍‌, ଥଣ୍ଡା କରିବା କ୍ଷମତା ଓ ଷ୍ଟ୍ରକ୍ଚରାଲ ଏବିଲିଟି ଲାଭ କରନ୍ତିି।
ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ଶୂନ୍ୟରେ ଯାଇ ୪ଟି ମୁଖ୍ୟ କାମ ପୂରଣ କରିବ। ତାହାର ପ୍ରଥମ କାମ ହେଉଛି, ବିଗ୍‌ ବ୍ୟାଙ୍ଗ୍‌ ବିସ୍ଫୋରଣ ପରେ ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ପ୍ରଥମ ନକ୍ଷତ୍ର ଓ ଛାୟାପଥରୁ ଆସୁଥିବା ଆଲୋକକୁ ଖୋଜି ଚିହ୍ନଟ କରିବ। ଦ୍ୱିତୀୟ କାମ ହେଉଛି, ଛାୟାପଥର ଉପତ୍ତ୍ତି ଆଉ ବିବତ୍ତର୍ର୍ନ ଉପରେ ଅଧ୍ୟୟନ କରିବ। ତୃତୀୟଟି ହେଲା ତାରା ଆଉ ଗ୍ରହଗୁଡ଼ିକର ଗଠନ ପ୍ରକ୍ରିୟା ଅଧ୍ୟୟନ କରିବ। ଅନ୍ତିମ କାମ ହେଲା, ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ଜୀବଜଗତର ମୂଳ କାରଣ ଖୋଜିବ ଓ ବିଭିନ୍ନ ସୌରଜଗତ ସମ୍ପର୍କରେ ସବିଶେଷ ଜାଣିବ। ନାସାର କହିବା ଅନୁସାରେ ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ୧୩.୭ ବିଲିୟନ ଆଲୋକ ବର୍ଷ ଦୂରତାଯାଏ ଦେଖିପାରିବ। ତେଣୁ ଏହି ଟେଲିସ୍କୋପ୍‌ ବିଗ୍‌ ବ୍ୟାଙ୍ଗ୍‌ ତତ୍ତ୍ୱର ସତ୍ୟତାକୁ ଅଧ୍ୟୟନ କରିପାରିବ। କିନ୍ତୁ ସତ କହିଲେ ଏହାକୁ ସମ୍ପାଦନ କରିବା ଏତେ ସହଜ ନୁହେଁ।

ଭୀଷ୍ମ ଦେବ ବାଗ୍‌
-ଅଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାମରା, ସମ୍ବଲପୁର
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?