ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌

ଦୁଇ ବର୍ଷ ତଳର କଥା। ୨୦୨୧ ମସିହା ଡିସେମ୍ବର ୨୫ ତାରିଖ। ସାରା ବିଶ୍ୱରେ ଏପରି ଏକ ଯନ୍ତ୍ରର ଉଦ୍ଭାବନ ହେଲା ଯେ ତାହା ସାରା ବିଶ୍ୱକୁ ଚକିତ କରିଦେଲା। ତାହା ହେଉଛି ‘ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌’, ଯେଉଁଟା କି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ତିଆରି କରାଯାଇଥିଲା। ସମୟ ସନ୍ଧ୍ୟା ୫.୩୦ରେ ନାସା ଦୁନିଆର ସବୁଠୁ ବଡ଼ ଟେଲିସ୍କୋପକୁ ଶୂନ୍ୟକୁ ଛାଡ଼ିଲା। ଏହି ଟେଲିସ୍କୋପକୁ ତିଆରି କରିବାକୁ ଅତି କମ୍‌ରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ୧୦,୦୦୦ ବୈଜ୍ଞାନିକ ନିୟୋଜିତ ହୋଇଥିଲେ। ଏହି ଟେଲିସ୍କୋପ ଶୂନ୍ୟରେ ଗ୍ରହନକ୍ଷତ୍ରମାନଙ୍କର ରହସ୍ୟମୟ ଚିତ୍ର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ବିଶ୍ୱବ୍ରହ୍ମାଣ୍ଡ କେମିତି ତିଆରି ହୋଇଥିଲା, ତାହାର ମଧ୍ୟ ଫଟୋ ଉଠାଇବା କ୍ଷମତା ରଖିଥିଲା।
ଆମେରିକାର ଖ୍ୟାତନାମା ଜ୍ୟୋତିର୍ବିଦ୍‌ ଏଡ୍‌ଉଇନ ପାୱେଲ୍‌ ହବଲ୍‌ କହିଥିଲେ ଯେ, ବିଶ୍ୱ ସ୍ଥିର ହୋଇ ରହିନାହିଁ। ବିଶ୍ୱ ଗତି କରୁଛି। ତତ୍‌ ସଙ୍ଗେ ସଙ୍ଗେ ବିଶ୍ୱବ୍ରହ୍ମାଣ୍ଡ ପ୍ରସାରିତ ହେଉଅଛି ବୋଲି ଏହି ଖ୍ୟାତିସମ୍ପନ୍ନ ଜ୍ୟୋତିଃ ବୈଜ୍ଞାନିକ ଦର୍ଶାଇଥିଲେ। ଏହି ତତ୍ତ୍ୱକୁ ବ୍ୟବହାର କରି ନାସା ୧୯୯୦ରେ ଏକ ଅପ୍ଟିକାଲ ଟେଲିସ୍କୋପ୍‌ ଛାଡ଼ିଲା, ଯାହାର ନାମ ରଖିଥିଲେ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌। ଏହି ଦୂରବୀକ୍ଷଣ ଯନ୍ତ୍ରକୁ ବ୍ୟବହାର କରି ନାସା ବିଶ୍ୱ ବ୍ରହ୍ମାଣ୍ଡର ମୂଳ ଗଠନ ବିଷୟରେ ଜାଣିବାକୁ ଚାହୁଁଥିଲା। ଏହି ଟେଲିସ୍କୋପ୍‌ ଶୂନ୍ୟରେ ଥିବା ନୂଆ ନୂଆ ରହସ୍ୟମୟ ଫଟୋଚିତ୍ର ଉତ୍ତୋଳନ କରିଥିଲା। ନାସା ନିଜର ସେହି ଗବେଷଣାକୁ ଆଉ ଟିକେ ବିସ୍ତୃତ କରି ଆହୁରି ଭିତିରି ଜିନିଷ ସବୁ ଜାଣିବାକୁ ଇଚ୍ଛା କଲା। ଏହି ଟେଲିସ୍କୋପ୍‌ ଜରିଆରେ ନାସା ଆକାଶ ଗଙ୍ଗା ଆଉ ତାରାମାନଙ୍କର ରହସ୍ୟ ଜାଣିବାକୁ ପାଇଲା। ଆମେମାନେ ସମୟ ସମୟରେ ଆକାଶକୁ ଅନାଇଥାଉ। ସେଥିରେ ଆମେ ଅନେକ ଜିନିଷ ଦେଖିବାକୁ ପାଉ। ଆକାଶରେ କିଛି ତାରା ମିଶି ପଶୁମାନଙ୍କର ଚିତ୍ର ଭଳି ଦେଖାଯାଆନ୍ତି। ତାରାମାନଙ୍କୁ ଅନୁମାନ କଲେ ସବୁ ତାରା ଗୋଟିଏ ଜାଗାରେ ଅଛନ୍ତି ଭଳି ଦେଖାଯାଆନ୍ତି। ଉତ୍ତର-ଦକ୍ଷିଣ ହୋଇ ଲମ୍ବିଥିବା ଉଜ୍ଜ୍ୱଳ ରାସ୍ତାକୁ ଆମେ ‘ଆକାଶ ଗଙ୍ଗା’ କହୁ। ଏହା ଲକ୍ଷ ଲକ୍ଷ ନକ୍ଷତ୍ରମାନଙ୍କୁ ନେଇ ଗଠିତ ହୋଇଛି।
ହବଲ୍‌ ଟେଲିସ୍କୋପ୍‌କୁ ଯେଉଁ କାମ ପାଇଁ ନାସା ତିଆରି କରିଥିଲା, ସେହି କାମ କରିପାରିଲା ନାହିଁ। ନକ୍ଷତ୍ରପୁଞ୍ଜମାନଙ୍କର ବାରମ୍ବାର ବିସ୍ତାର ଓ ବିଶ୍ୱବ୍ରହ୍ମାଣର ମୂଳକଥାକୁ ଜାଣିବା ପାଇଁ କାମ କରିପାରି ନ ଥିଲା। ତେଣୁ ଆଉ ଏକ ବଡ଼ଧରଣର ଟେଲିସ୍କୋପ୍‌ ତିଆରି କରିବାକୁ ନାସା ଚିନ୍ତା କଲା। ୧୯୯୬ ମସିହାରେ ଆମେରିକା, ୟୁରୋପ ଆଉ କାନାଡ଼ା ଗବେଷଣା ସଂସ୍ଥାର ପ୍ରାୟ ଦଶହଜାର ବୈଜ୍ଞାନିକ ମିଶି ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ତିଆରି କରିବା ପାଇଁ ଲାଗିପଡ଼ିଲେ। ଏହାକୁ ସମ୍ପୂର୍ଣ୍ଣ ଭାବରେ ତିଆରି କରିବାକୁ ୨୫ ବର୍ଷ ଲାଗିଥିଲା। କାରଣ ଏହାକୁ ତିଆରି କରିବାକୁ ହେଲେ ବହୁତ ଟଙ୍କା ଓ ଅନେକ ଜ୍ଞାନକୌଶଳର ଆବଶ୍ୟକତା ଥିଲା। ପଇସାର ବ୍ୟବସ୍ଥା ହେଲା ପରେ ବି ବୈଜ୍ଞାନିକମାନେ ସନ୍ଦେହରେ ଥିଲେ। ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଲା ପରେ ସେମାନେ କୃତକାର୍ଯ୍ୟ ହେବେ କି ନାହିଁ ସନ୍ଦେହ ଥିଲା। ତଥାପି ବୈଜ୍ଞାନିକମାନେ ଏହି ଟେଲିସ୍କୋପ୍‌କୁ ତିଆରି କରିବା ପାଇଁ ଲାଗିପଡ଼ିଲେ। ଯେମିତି ଗୋଟିଏ ବି ଛୋଟିଆ ଭୁଲ ନ ହୁଏ, ସେଥିପ୍ରତି ଧ୍ୟାନ ଦେଲେ। ୨୦୨୧ରେ ଏହି ଟେଲିସ୍କୋପ୍‌ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇଗଲା। ଏହା ହବଲ ଟେଲିସ୍କୋପ୍‌ଠାରୁ ଛଅ ଗୁଣ ଅଧିକ ବଡ଼ ଥିଲା। ତିନି ଦେଶ ମିଶି ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲେ ଏହାକୁ ତିଆରି କରିବା ପାଇଁ। ସୂର୍ଯ୍ୟରଶ୍ମିଠାରୁ ଏହାକୁ ସୁରକ୍ଷା ଦେବା ପାଇଁ ସନ୍‌ସିଲ୍‌ଡ ଲଗା ହୋଇଛି। ଆମର ବାହାର କକ୍ଷର ତାପମାତ୍ରା ବିଯୁକ୍ତ ୨୭୦ ଡିଗ୍ରୀ ସେଲସିୟସ୍‌। ଏହି ତାପମାତ୍ରାରେ କାମ କରିବା ପାଇଁ ବହୁତ କଠିନ ହୋଇଥାଏ।
ଏହି ଟେଲିସ୍କୋପ୍‌କୁ ଏଭଳି ଭାବରେ ଡିଜାଇନ୍‌ କରାଯାଇଛି, ଯେମିତି ୧୨ଟି ଫୋଲଡ୍‌ ହୋଇପାରିବ। ଏହି ସଂକୋଚନ ହୋଇପାରୁଥିବା କ୍ଷମତା ଅନୁଯାୟୀ ଏହାକୁ ଉତ୍‌କ୍ଷେପଣ କରିବା ପାଇଁ ସହଜ ହୋଇଥାଏ। ଏହାର ପ୍ରାଥମିକ ଦର୍ପଣ ୪୮ ଗ୍ରାମ୍‌ ସୁନାରେ ତିଆରି ହୋଇଛି, କାରଣ ସୁନା ହେଉଛି ଏକ ନୋବେଲ ମେଟାଲ। ଏହି ଟେଲିସ୍କୋପ୍‌ ଶୂନ୍ୟରେ କୌଣସି ଧାତୁ କିମ୍ବା ଗ୍ୟାସ୍‌ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହାର ସୁନା ନଷ୍ଟ ହେବନାହିଁ। ଏହା ଖରାପ ହେବାରୁ ରକ୍ଷାପାଇଯିବ। ଏହା ୯୦ ପ୍ରତିଶତ ଅବଲୋହିତ ଲାଲ୍‌ ରଙ୍ଗର ଆଲୋକ ପ୍ରତିଫଳିତ କରେ, ଯାହା ଟେଲିସ୍କୋପ୍‌ର ତାପମାତ୍ରାକୁ ବଜାୟ ରଖେ। ଏହାର ପ୍ରାଥମିକ ଦର୍ପଣ ଆକୃତିରେ ୨୧.୪ ଫିଟ୍‌ ବଡ଼ ଅଛି। ଏତେ ବଡ଼ ଦର୍ପଣ ସହିତ ମିଶାଇ ଟେଲିସ୍କୋପ୍‌କୁ ଉଡ଼ାଇ ପାରିବ ନାହିଁ। ଏହି ଦର୍ପଣକୁ ୧୮ ଖଣ୍ଡ ଛଅ କୋଣିଆ ବୃତ୍ତାଂଶରେ ଭାଗ କରି ଦିଆଯାଇଛି, ଯାହାକି ଗୋଟିଏ ଭାଗରେ ୪.୩ ଫୁଟ୍‌ ରହିଛି। ଏହି ଟେଲିସ୍କୋପ୍‌ରେ ୧୨୬ ସଂଖ୍ୟକ ଛୋଟ ଛୋଟ ମୋଟର ଲାଗିଛି। ଯେତେବେଳେ ଏହା ମହାଶୂନ୍ୟକୁ ଯାତ୍ରା ଆରମ୍ଭ କରିବ ଏହି ଦର୍ପଣକୁ ଅତି ସହଜରେ ଖୋଲାଯାଇ ପାରିବ। ଏହି ଟେଲିସ୍କୋପ୍‌ର ବ୍ରେନ ହେଉଛି ଇଣ୍ଟିଗ୍ରେଟେଡ୍‌ ସାଇନ୍ସ ଇନ୍ସଟ୍ରୁମେଣ୍ଟ ମୋଡ୍ୟୁଲ୍‌। ଏଥିରେ ଚାରୋଟି ବୈଜ୍ଞାନିକ ଉପକରଣ ଲାଗିରହିଛି। ସେଗୁଡ଼ିକ ହେଲା -ନିର୍‌କେମ୍‌, ନିର୍‌ସ୍ପେସ୍‌, ମିଡ୍‌-ଇନ୍‌ଫ୍ରାରେଡ୍‌ ଉପକରଣ ଓ ନିରିସଲ (ପାଖ ଇନ୍‌ଫ୍ରାରେଡ୍‌ ଇମେଜର ଏବଂ ସ୍ଲିଟ୍‌ଲେସ୍‌ ସ୍ପେକଟ୍ରୋଗ୍ରାଫ୍‌)। ଏହି ଚାରିଟି ଯନ୍ତ୍ର ମିଶି ଟେଲିସ୍କୋପ୍‌ର ବୈଦ୍ୟୁତିକ କ୍ଷମତା, କମ୍ୟୁଟିଙ୍ଗ୍‌ ରିସୋରସେସ୍‌, ଥଣ୍ଡା କରିବା କ୍ଷମତା ଓ ଷ୍ଟ୍ରକ୍ଚରାଲ ଏବିଲିଟି ଲାଭ କରନ୍ତିି।
ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ଶୂନ୍ୟରେ ଯାଇ ୪ଟି ମୁଖ୍ୟ କାମ ପୂରଣ କରିବ। ତାହାର ପ୍ରଥମ କାମ ହେଉଛି, ବିଗ୍‌ ବ୍ୟାଙ୍ଗ୍‌ ବିସ୍ଫୋରଣ ପରେ ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ପ୍ରଥମ ନକ୍ଷତ୍ର ଓ ଛାୟାପଥରୁ ଆସୁଥିବା ଆଲୋକକୁ ଖୋଜି ଚିହ୍ନଟ କରିବ। ଦ୍ୱିତୀୟ କାମ ହେଉଛି, ଛାୟାପଥର ଉପତ୍ତ୍ତି ଆଉ ବିବତ୍ତର୍ର୍ନ ଉପରେ ଅଧ୍ୟୟନ କରିବ। ତୃତୀୟଟି ହେଲା ତାରା ଆଉ ଗ୍ରହଗୁଡ଼ିକର ଗଠନ ପ୍ରକ୍ରିୟା ଅଧ୍ୟୟନ କରିବ। ଅନ୍ତିମ କାମ ହେଲା, ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ଜୀବଜଗତର ମୂଳ କାରଣ ଖୋଜିବ ଓ ବିଭିନ୍ନ ସୌରଜଗତ ସମ୍ପର୍କରେ ସବିଶେଷ ଜାଣିବ। ନାସାର କହିବା ଅନୁସାରେ ଜେମ୍‌ସ ୱେବ୍‌ ଟେଲିସ୍କୋପ୍‌ ୧୩.୭ ବିଲିୟନ ଆଲୋକ ବର୍ଷ ଦୂରତାଯାଏ ଦେଖିପାରିବ। ତେଣୁ ଏହି ଟେଲିସ୍କୋପ୍‌ ବିଗ୍‌ ବ୍ୟାଙ୍ଗ୍‌ ତତ୍ତ୍ୱର ସତ୍ୟତାକୁ ଅଧ୍ୟୟନ କରିପାରିବ। କିନ୍ତୁ ସତ କହିଲେ ଏହାକୁ ସମ୍ପାଦନ କରିବା ଏତେ ସହଜ ନୁହେଁ।

ଭୀଷ୍ମ ଦେବ ବାଗ୍‌
-ଅଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାମରା, ସମ୍ବଲପୁର
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri